ବିଧବା ଗାଁ: କାନ୍ଥରୁ ବାହା ଚିତା ଛାଡିବା ପୂର୍ବରୁ ଦୁନିଆରୁ ଲିଭିଯାଉଛି ନାଁ, ଜାଣନ୍ତୁ ଓଡ଼ିଶାର ଏହି ରହସ୍ୟମୟ ଗାଁ ବିଷୟରେ

ଆମ ଓଡ଼ିଶାରେ ଏଭଳି ଏକ ଗାଁ ଅଛି ଯାହା ନାଁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆମ ରାଜ୍ୟର ଓଡ଼ିଶାର ଏକ ଜିଲ୍ଲାରେ ଏଭଳି ଏକ ଗାଁ ଅଛି ଯାହାକୁ ଅଭିଶପ୍ତ ଗାଁ ବୋଲି କୁହାଯାଇଥାଏ । ଏହି ଗାଁରେ ରହିବାକୁ ଲୋକମାନେ ଭୟ କରନ୍ତି । ଏବେ ଏହି ଗାଁ ବିଷୟରେ ଅଧିକ ଖବର ଆପଣମାନେ ପାଇପାରିବେ । ଏହି କଥା ବିଶ୍ୱାସ ହେଉନଥିଲେ ବି ଏହା ସତ ଅଟେ । ଏବେବି ଏହି ଅଞ୍ଚଳରେ ଅନ୍ଧବିଶ୍ୱାସର ରାଜୁତି ଚାଲିଛି । ନବ ବିବାହ କରିଥିବା ପୁଅ ମାନଙ୍କୁ ନେଇଯାଉଛି ଭୂତ ।

ନୟାଗଡ଼ ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୨୦ କିମି ଦୂରରେ ଥିବା ରଣପୁର ବ୍ଲକ ଛାଞ୍ଚୁଣିଆ ଗାଁର ହରିଜନ ସାହିରେ ଏହିସବୁ ଦେଖିବାକୁ ମିଳୁଛି । ଗାଁରେ ସରକାରୀ ସୁବିଧା ମିଳିଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସୁନ୍ଦର ସୁନ୍ଦର ଘର ହୋଇଛି । ଏହି ଗାଁରେ ନଳକୂପ ସହ ପାଇଖାନା ମଧ୍ୟ ରହିଛି । କିନ୍ତୁ ଏହି ଗାଁରେ ଲୋକମାନେ ଭୂତ ଭୟରେ ଗାଁ ଛାଡ଼ିବା ପରେ ଧିରେ ଧିରେ ଗାଁଟି ବୃକ୍ଷଲତା ବଳୟ ମଧ୍ୟରେ ଲୀନ ହେବାକୁ ବସିଛି । ଲୋକମାନେ ମନରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗାଁ ଛାଡ଼ି ଅନ୍ୟ ଗାଁରେ ରହୁଛନ୍ତି ।

ଏହି ଗାଁର ହରିଜନ ସାହି ଏବେ ଜନଶୂନ୍ୟ ହେବାର କାରଣ ହେଉଛି ଗାଁର ପୁରୁଷ ଲୋକଙ୍କର ଅସ୍ବାଭାବିକ ମୃ-ତ୍ୟୁ । ଗତ ୫ ବର୍ଷ ଭିତରେ ଗାଁର ନବ ବିବାହିତ ୭ ଜଣଙ୍କର ପୁରୁଷଙ୍କର ଅସ୍ବାଭାବିକ ମୃ-ତ୍ୟୁ । ଲୋକଙ୍କ କହିବା ଅନୁସାରେ ପ୍ରଥମେ ଦେହ ଖରାପ ଆଉ ତାପରେ ରକ୍ତ ବାନ୍ତି ଆଉ ତାପରେ ମୃ-ତ୍ୟୁ ହୋଇଛି । ଲୋକମାନେ ଏହି ଅଞ୍ଚଳରେ ଭୂତ ରହିଛି ବୋଲି ମନରେ ଭୟ ରଖିଥାନ୍ତି । ଏହି ଗାଁରେ ପୁରୁଷ ମାନଙ୍କର ଅସ୍ବାଭାବିକ ମୃ-ତ୍ୟୁର କାରଣ ପ୍ରେତାତ୍ମା ବୋଲି ସନ୍ଦେହ କରାଯାଉଛି । ଏହି କାରଣରୁ ଏହି ଗାଁର ଲୋକମାନେ ନିଜ ଭିଟାମାଟି ଛାଡ଼ି ଅନ୍ୟ ଗାଁରେ ଆଶ୍ରୟ ନେଇଛନ୍ତି ।

ଏହି ଗାଁରେ ପୁରୁଷମାନଙ୍କର ମୃ-ତ୍ୟୁ ହୋଇଥାଏ ଆଉ ମହିଳାମାନେ ସୁରକ୍ଷିତ ରୁହନ୍ତି । ଭୂତ ସଂସ୍ପର୍ଶରେ ଆସି ଏଭଳି ଘଟଣା ଘଟୁଛି ବୋଲି ସୂଚନା ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । ଏହି ଗାଁରେ ଜଣେ ଯୁବତୀଙ୍କୁ ମାରି ପୋତି ଦିଆଯାଇଥିଲା ଆଉ ଏହି ଯୁବତୀ ଭୂତ ହୋଇ ଏଭଳି କାଣ୍ଡ କରୁଛି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି । ଅନେକ ଲୋକ ଅନେକ ପ୍ରକାରର ମତ ଦେଇଛନ୍ତି । ସମାଜ ଆଧୁନିକ ହୋଇଥିଲେ ମଧ୍ୟ ଏଭଳି ଦେଖିବାକୁ ମିଳୁଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ କରି ଏହାର ସତ୍ୟାସତ୍ୟ ସାମ୍ନାକୁ ଆସୁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।

Leave a Comment