ମୋଦୀ-ରାହୁଲ ମୁହାଁମୁହିଁ…ସଂସଦରେ ଏମିତି କହିଲେ ଯେ, ଟ୍ରମ୍ପ ଶୁଣି କାବା

ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅପରେସନ ସିନ୍ଦୂର ବିତର୍କରେ ଅଂଶଗ୍ରହଣ କରି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବାରମ୍ବାର କହୁଛନ୍ତି ଯେ, ସେ ଯୁଦ୍ଧବିରତି କରିଛନ୍ତି। ସେ ଏହା ୨୯ ଥର କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିବା ଉଚିତ୍ ଯେ, ଟ୍ରମ୍ପ୍ ମିଛ କହୁଛନ୍ତି।

ରାହୁଲ ଗାନ୍ଧୀ କହିଛନ୍ତି, ସରକାର ପାଇଲଟଙ୍କ ହାତ ବାନ୍ଧି ଦେଇଥିଲେ। ବାୟୁସେନାକୁ ମୁକ୍ତ ହାତ ଦିଆଯାଇ ନଥିଲା। ଭାରତ କିଛି ଜେଟ୍ ହରାଇଥିଲା। ଏହା ସେନାର ଦୋଷ ନଥିଲା, ସରକାରଙ୍କ ଦୋଷ ଥିଲା। ତେବେ ରାହୁଲଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି ମୋଦୀ। ମୋଦୀ ଉତ୍ତରରେ କହିଥିଲେ ଯେ, ପାକିସ୍ତାନ ଉପରେ ଆକ୍ରମଣ ବନ୍ଦ କରିବା ପାଇଁ ମିଶୋର କୌଣସି ଦେଶ ପ୍ରଭାବ ପକାଇନଥିଲା। ଟ୍ରମ୍ପ ଯାହାସବୁ କିଛି କହିଛନ୍ତି ସେସବୁ ମିଛ କଥା।

ମୋଦୀ ଆହୁରି ମଧ୍ୟ କହିଛନ୍ତି କି, ପାକିସ୍ତାନ ଭାରତର ଗୋଡ ତଳେ ପଡ଼ିବା ପରେ ଭାରତ ଆକ୍ରମଣ ବନ୍ଦ କରିଥିଲା। ପାକିସ୍ତାନ କହିଥିଲା ଯେ ଭାରତ ଆକ୍ରମଣ ନକରିବା ପାଇଁ। ଆଉ ଏହା ଶୁଣିବା ପରେ ରାହୁଲଙ୍କ ପାଟି ବନ୍ଦ ହେବା ସହିତ ଟ୍ରମ୍ପ ପୁରା ଆଶ୍ଚର୍ଯ୍ୟ ହିଯାଇଛନ୍ତି। ସେପଟେ ମୋଦୀ କହିଛନ୍ତି ଯେ ଆମେରିକାର ଉପରାଷ୍ଟ୍ରପତି ମତେ ଫୋନ୍ କରି କହିଥିଲେ ଯେ ପାକିସ୍ତାନ ଭାରତ ଉପରେ ବଡ ଆକ୍ରମଣ କରିବ।

ତା’ପରେ ମୋଦୀ ଆମେରିକାର ଉପରାଷ୍ଟ୍ରପତିଙ୍କୁ କହିଲେ ଯେ, ଯଦି ପାକିସ୍ତାନ ଆକ୍ରମଣ କରିବ ତାହାଲେ ପାକିସ୍ତାନ ଆଉ ରହିବ ନାହିଁ। ଏସବୁ ଶୁଣିବା ପରେ ଆମେରିକାରେ ଉପରାଷ୍ଟ୍ରପତି ଆଶ୍ଚର୍ଯ୍ୟ ହୋଇ ଫୋନ୍ ରଖି ଦେଇଥିଲେ। ତେବେ ସଂସଦରେ ମୋଦୀଙ୍କ ଠାରୁ ଏଭଳି ଜବାବ ଶୁଣିବା ପରେ ରାହୁଲଙ୍କ ମୁଁହ ବନ୍ଦ ହେଇଯାଇଥିଲା।