ସ୍ୱାମୀ ମରିଗଲା ପରେ ଦେହ ସୁଖ ପାଇଁ ପର ପୁରୁଷ ସହ ଚାଲିଗଲା ସ୍ତ୍ରୀ, ଅନାଥ ୪ ଶିଶୁ, ଜାଣନ୍ତୁ ପୁରା ଘଟଣା

ଆଜିକାଲି ଦୁନିଆରେ ଏଭଳି ଲୋକ ଅଛନ୍ତି ଯେଉଁମାନେ ଏଭଳି ସବୁ ନିର୍ଲଜ୍ଜ କାମ କରନ୍ତି । ସମାଜରେ ସ୍ଵାମୀ ମରିଯିବା ପରେ ସ୍ତ୍ରୀ ସନ୍ତାନ ଥିଲେ ମଧ୍ୟ ପର ପୁରୁଷ ପାଖକୁ ଚାଲି ଯାଉଛି । ଏଭଳି ଅନେକ ମହିଳା କରୁଛନ୍ତି ବୋଲି ଏବେ ଖବର ଦେଖିବାକୁ ମିଳୁଛି । ଏହି ଘଟଣା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବାପା ମରିଗଲେ ଆଉ ମାଆ ପର ପୁରୁଷ ସହ ଫେରାର ହୋଇଯାଇଛି । ଆଉ ଏବେ ଚାରିଜଣ ଛୁଆ ଜେଜେମାଙ୍କ ପାଖରେ ରହୁଛନ୍ତି ।

ମାଆ ଜନ୍ମ ଦେଇଥିବା ଛୁଆଙ୍କୁ ଛାଡି ଚାଲି ଯାଇଛି । ଏହି ମାଆ ଜଣକ ଏଭଳି କାମ କରିବା ପୂର୍ବରୁ ଟିକେ ବି ଭାବିଲା ନାହିଁ । ଏବେ ଏହି ଚାରି ଛୁଆଙ୍କ ଦାୟିତ୍ଵ ନେଉଛି ଜେଜେମା । ଏହି ଚାରିଜଣ ଛୁଆଙ୍କର ଆଧାର କାର୍ଡ ନାହିଁ କି ଭଲରେ ସେମାନେ ଖାଇବାକୁ ପାଉ ନାହାନ୍ତି । ଏଭଳି ଘଟଣା ଦେଖିବାକୁ ମିଳୁଛି କୋରାପୁଟ ଜିଲ୍ଲା ଦଶବନ୍ତପୁର ବ୍ଲକ ଲୁଲା ପଞ୍ଚାୟତ ସ୍ଥିତ ବନ୍ଧଗୁଡ଼ା ଗ୍ରାମରେ । ସ୍ବାମୀଙ୍କର ମୃତ୍ୟୁ ପରେ ଅସହାୟ ହୋଇ ପଡ଼ିଥିଲେ ଏହି ବୃଦ୍ଧା ମାଆ ଜଣକ ।

ଆଉ ବୃଦ୍ଧା ମାଆ ଜଣକ ପୁଅ ଆଉ ପୁଅର ଛୁଆଙ୍କୁ ନେଇ ସାରା ଜୀବନ କାଟି ଦେବେ ବୋଲି ଭାବିଥିଲେ । କିନ୍ତୁ ତାଙ୍କ ପୁଅର ଦେହାନ୍ତ ହୋଇଗଲା । ଆଉ ଏବେ ବୃଦ୍ଧା ମାଆର ସାହାରା କହିଲେ କେବଳ ଭତ୍ତା ଆଉ ଚାଉଳ । ଅଭାବ ଅନଟନ ଭିତରେ ଚାରି ନାତି ନାତୁଣୀଙ୍କୁ ନେଇ ଚଳିବା ଭାରି କଷ୍ଟ । ସରକାର ଅନେକ ଯୋଜନା କରିଥିବା ବେଳେ ଏବେବି ଏଭଳି ଲୋକ ଅନେକ ଯୋଜନାରୁ ବଞ୍ଚିତ ଅଛନ୍ତି । ଏବେ ଏହି ବୃଦ୍ଧା ମାଙ୍କ କୋଠା ଘର ଥିବା ବେଳେ ସେଥିରେ ବିଦ୍ୟୁତ୍ ସଂଯୋଗ ନାହିଁ ।

ଏହି ବୃଦ୍ଧା ଜେଜେମାଙ୍କ ନାଁ ହେଉଛି ତିନି ମୁଦୁଲି । ଏହି ଚାରି ଜଣ ନାତି ନାତୁଣୀଙ୍କ ଭିତରୁ ଜଣଙ୍କର ଆଧାର କାର୍ଡ ରହିଛି ଆଉ ଦୁଇଜଣ ବିଦ୍ୟାପୀଠରେ ପାଠ ପଢ଼ୁଛନ୍ତି । ଆଉ ଦୁଇଜଣ ଗାଁରେ ପାଠ ପଢୁଛନ୍ତି । ଏବେ ବୃଦ୍ଧା ମାଙ୍କ ବୟସ ପରିଣତ ବୟସରେ ପହଞ୍ଚିଲାଣି । ଏହି ବୟସରେ ଏବେ ବୃଦ୍ଧା ମାଆ ଜଣକ ସରକାର ତାଙ୍କ ନାତି ନାତୁଣୀଙ୍କ ଦାୟିତ୍ଵ ନିଅନ୍ତୁ ବୋଲି ଅନୁରୋଧ କରିଛନ୍ତି । ଏହି ବୃଦ୍ଧା ମାଆ ଜଣଙ୍କ ବହୁତ ହଇରାଣ ହେଉଛନ୍ତି । ଏବେ ସରକାର ତାଙ୍କୁ କଣ ସାହାଯ୍ୟ କରୁଛନ୍ତି ତାହା ହିଁ ଦେଖିବା ବାକି ରହିଲା ।