ବଞ୍ଚିଥିଲା ବେଳେ ମାଆ କହିଥିଲା ତୁ ମୋ ଝିଅ..ତୁ ବି ମୋ ପାଇଁ ପୁଅ, ଏବେ ମୁଖାଗ୍ନୀ ଦେଲା ଝିଅ, ପୁରା‌ ଘଟଣା ଜାଣି ହେବେ ଦୁଃଖିତ

କୁହନ୍ତି ମୃତ୍ୟୁ ସମୟରେ ପୁଅ ଯଦି କାନ୍ଧରେ ନେଇ ମୁଖାଗ୍ନି ଦିଏ ତାହେଲେ ଆତ୍ମା ଶାନ୍ତି ପାଇଥାଏ । ଆଉ ଯାହାର ପୁଅ ନାହିଁ ସେ କଣ କରିବ । ଏହି ପ୍ରଶ୍ନ ଭିତରେ ଜଣେ ଝିଅ ତାର ମୃତ ମାଆକୁ ମୁଖାଗ୍ନି ଦେଇ ଏହାର ଉତ୍ତର ଦେଇଛି । ଗୋଟିଏ ଘରେ ଝିଅ ଟିଏ ଜନ୍ମ ହେଲେ ପରିବାର ଲୋକ ସେତେ ଖୁସି ହୋଇ ନଥାନ୍ତି ଯାହାକି ପୁଅ ଜନ୍ମ ହେଲେ ହୋଇଥାନ୍ତି । ପୁଅ ଜନ୍ମ ହେଲେ ପରିବାର ଲୋକ ଅନେକ ଖୁସି ହୋଇଥାନ୍ତି । ଆଉ ଝିଅ ଜନ୍ମ ପର ଘରକୁ ବୋଲି କହିଥାନ୍ତି ।

ଆଜିକାଲିକା ଯୁଗରେ ଝିଅ ଆଉ ପୁଅ ସମାନ ହୋଇଥାନ୍ତି । ପୁଅ ଯାହା କରିପାରିବ ତାହା ଗୋଟିଏ ଝିଅ କରିପାରିବ । ପୁଅ ମୁଖାଗ୍ନି ଦେଲେ ଆତ୍ମା ଶାନ୍ତି ହେବ ତାହା ସତ୍ୟ ନୁହେଁ ଏହାକୁ ଭୁଲ ପ୍ରମାଣିତ କରିଛି ଗୋଟିଏ ଝିଅ । ଗୋଟିଏ ଝିଅ ତାର ମାଆ ମରିଯିବା ପରେ ତାକୁ ମୁଖାଗ୍ନୀ ଦେଇଛନ୍ତି । ଜଣେ ଝିଅ ପୁରାତନ କାଳରେ ଥିବା ସବୁ କଥାକୁ ସେ ଭୁଲ ପ୍ରମାଣିତ କରିଛନ୍ତି । ଦୀର୍ଘ ଆଠ ବର୍ଷ ହେବ ମାଆ ବ୍ରେନ୍ ଟ୍ୟୁମର ରୋଗରେ ପୀଡିତ ଥିଲେ । ଆଉ ସେ ଶଯ୍ୟାଶାୟୀ ଥିଲେ ।

ଆଉ ସେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି । ମାଆ ବଞ୍ଚିଥିବା ବେଳେ କହିଥିଲା ତୁ ମୋ ଝିଅ ଆଉ ତୁ ମୋ ପୁଅ । ଆଉ ଆଜି ଏହାକୁ ପ୍ରମାଣ କରିଛି ଗୋଟିଏ ଝିଅ । ମାଆ ମରିଯିବା ପରେ ମାଆକୁ ମୁଖାଗ୍ନି ଦେଇଛନ୍ତି ସାନ ଝିଅ । ଆଉ ସାନ ଝିଅ ଏବେ ମାଆକୁ ମୁଖାଗ୍ନି ଦେବା ବେଳେ ତାର ମାଆର ସ୍ନେହ କଥା ମନେ ପକେଇ କାନ୍ଦୁଛନ୍ତି । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରାଞ୍ଚଳ ଠାରେ ।

ସେହି ଅଞ୍ଚଳର ହରିହର ଶତପଥୀଙ୍କ ସ୍ତ୍ରୀ ଉଦଳ ଶତପଥୀଙ୍କ ମୃତ୍ୟୁ ଆଜି ହୋଇଛି । ତାଙ୍କର ଦୁଇଟି ଝିଅ ଥିଲେ । ବଡ ଝିଅ କିଛିଦିନ ହେବ ବିବାହ କରିଥିଲେ ଆଉ ଘରେ ପୁଅ ନାହାଁନ୍ତି । ଆଉ ତାଙ୍କ ସାନ ଝିଅ ମୁଖାଗ୍ନି ଦେଇଛନ୍ତି । ଏହି ଝିଅ ଯାହା କରିଛନ୍ତି ତାହା ଏହି ସମାଜ ପାଇଁ ଉଦାହରଣ । ସମାଜରେ ଏଭଳି ଅନେକ କିଛି କଥା ଅଛି ଆଉ ଏହି ସବୁ କଥାକୁ ବଦଳାଇବା ପାଇଁ ଏଭଳି ନିଷ୍ପତ୍ତି ନେଇଥିଲେ ଝିଅ । ସମାଜରେ ଝିଅ ପୁଅ ସମାନ ଅଟନ୍ତି ବୋଲି ସେ କହିଛନ୍ତି । ସମୟ ଆସିଲେ ପୁଅର କର୍ତ୍ତବ୍ୟ ଝିଅ କରେ ବୋଲି ପ୍ରମାଣ କରି ଦେଖାଇ ଦେଇଛନ୍ତି ଏହି ଝିଅ ଜଣକ ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି ।