ପ୍ରେମିକାର‌ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ଲବ ହାଁସଦା, କହିଲେ ସଲୋମି ସବୁବେଳେ ମତେ…

ବାନ୍ଧବୀଙ୍କ ମୃତ୍ୟୁର ଦେଢ଼ ମାସ ପରେ ମୁହଁ ଖୋଲିଛନ୍ତି ବହୁଚର୍ଚ୍ଚିତ ଟ୍ରାଭେଲ ବ୍ଲଗର ଲବ ହାଁସଦା । ଏନେଇ ସେ ୟୁ ଟ୍ୟୁବରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ମୁଁ କୌଣସି ନିର୍ଯାତନା ଦେଇନି । ମୋ ବିଷୟରେ ସେ ସବୁ ଜାଣିଥିଲେ । ଏମିତି କିଛି ମୁଁ ଭୁଲ କରିନି ଯେ ଜଣକ ଜୀବନ ଚାଲିଯିବ । ୭ ମିନିଟ ୩୧ ସେକେଣ୍ଡର ଏହି ଭିଡିଓରେ ସଲୋମୀଙ୍କ ମୃତ୍ୟୁ ଘଟଣାରେ ତାଙ୍କ ଉପରେ କଣ ବିତିଥିଲା ତାହା କେବଳ କହିଛନ୍ତି ।

ଏହା ସହିତ ନିଜ ପକ୍ଷ ରଖିବାକୁ ଯାଇ କହିଛନ୍ତି ସେତେବେଳେ ସେ ଭିଏତନାମରେ ଥିଲେ । ପୁରା ଘଟଣା ପରେ ପୋଲିସକୁ ସେ ତଦନ୍ତରେ ସହଯୋଗ କରୁଥିବା କହିଛନ୍ତି ।

ଏହି ପୋଷ୍ଟରେ ସେ ତାଙ୍କ ପ୍ରଥମ ସ୍ତ୍ରୀ ଏବଂ ବିବାହ ବାବଦରେ କହିଥିବା ବେଳେ ଲବ ବିବାହିତ ବୋଲି ସଲୋମୀ ଜାଣିଥିଲେ । କେବଳ ବିବାହିତ ନୁହେଁ ସଲୋମୀ ଲବଙ୍କ ଅନେକ କଥା ଜାଣିଥିଲେ ବୋଲି ସେ ନିଜେ ଭିଡିଓରେ ସ୍ୱୀକାର କରିଛନ୍ତି। ସେପଟେ ତାଙ୍କ ପ୍ରେମିକା ସୋଲମୀ ମୃତ୍ୟୁ ପୂର୍ବରୁ କରିଥିବା ଭିଡିଓରେ ଲବ ହାଁସଦା ନିର୍ଯାତନା ଦେଇଥିବା କଥା ସ୍ପଷ୍ଟ କରିଥିଲେ । ତେବେ ନିର୍ଯାତନା ଅଭିଯୋଗକୁ ସ୍ବୀକାର କରିନାହାନ୍ତି ଲବ ହାଁସଦା । ସତ ଦିନେ ନା ଦିନେ ସାମ୍ନାକୁ ଆସିବ ବୋଲି ଭିଡିଓ ମାଧ୍ୟମରେ କହିଛନ୍ତି ଲବ ।

ସୂଚନାନୁସାରେ,ଆତ୍ମହତ୍ୟା କରିଥିବା ଲବ ହାଁସଦାଙ୍କ ବାନ୍ଧବୀ ସଲୋମୀ ମୁର୍ମୁ ଝାରଖଣ୍ଡ ଅଂଚଳର । ସେ ଜଣେ ବାଇକ ରାଇଡର ହୋଇଥିବାବେଳେ ବେଙ୍ଗାଲୁରୁର ଏଚ୍‌ଏସଆର ଲେ-ଆଉଟ୍‌ ଥାନା ଅଞ୍ଚଳରେ ରହି ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ । ମୃତ୍ୟୁର ପ୍ରାୟ ଦୁଇ ମାସ ପୂର୍ବରୁ ଲବଙ୍କ ସହ ତାଙ୍କର ନେପାଳରେ ଦେଖା ହୋଇଥିଲା। ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା । ତେବେ ଏହି ସମୟରେ ଲବ ଚଞ୍ଚକତା କରି ସଲୋମିଙ୍କ ସୋସିଆଲ୍‌ ମିଡିଆର ୟୁଜର ଆଇଡି ଏବଂ ପାସ୍‌ୱାଡ୍‌ ନେଇ ଯାଇଥିଲେ । ଏବଂ ସଲୋମୀ ଯଦି ଅନ୍ୟ କାହା ସହ କଥାବାର୍ତ୍ତା କରୁଥିଲେ ତେବେ ଲବ ତାଙ୍କୁ ବିଭିନ୍ନ ପ୍ରକାର ଅଶାଳୀନ ଭାଷା କହି ନିର୍ଯାତନା ଦେଉଥିଲେ । ଲବଙ୍କର ନିର୍ଯାତନା ସହି ନ ପାରି ସଲୋମୀ ଆତ୍ମହତ୍ୟା କରିଥିଲେ ବୋଲି ତାଙ୍କ ଭାଇ କହିଛନ୍ତି । ବେଙ୍ଗାଲୁରୁର ଏଚ୍‌ଏସଆର ଲେ-ଆଉଟ୍‌ ପୁଲିସ୍‌ ଲବଙ୍କ ବିରୋଧରେ ବିଏନ୍‌ଏସ୍‌ ଦଫା ୧୦୮ରେ ମାମଲା ରୁଜୁ କରିଥିଲା ।