ଡେଟ୍ରେ ଗଲା ବେଳେ ଦୁର୍ଘଟଣାରେ ଚାଲିଯାଇଥିଲା ପ୍ରେମିକା ଓରଫ ଡନ୍ ସ୍ତ୍ରୀର ଜୀବନ। ତା’ ପରେ ସବୁ ହୋଇଯାଇଥିଲା ଗୋଳମାଳ। ଏବେ ସେହି ଧୋକାବାଜ ସଦସ୍ୟଙ୍କୁ ଖୋଜୁଛନ୍ତି ୪୦ ସୁଟର୍। ମହାରାଷ୍ଟ୍ର ନାଗପୁରର ଜଣାଶୁଣା କୁଖାତ୍ୟ ଇପ୍ପା ଗ୍ୟାଙ୍ଗ। ଏହି ଗ୍ୟାଙ୍ଗର ସଦସ୍ୟ ଅର୍ସଦ ଟୋପି। ତା’ପଛରେ ଏବେ ୪୦ ସୁଟର୍ ପଡିଛନ୍ତି। ତାଙ୍କୁ ଜୀବନ୍ତ କିମ୍ବା ମୃତ ଧରିବାକୁ ଜାରି ହୋଇଛି ଫରମାନ୍। ଆଉ ଏହି ଫରମାନ୍ ଜାରି କରିଛି ଖୋଦ୍ ଗ୍ୟାଙ୍ଗ ମୁଖଆ ତଥା ଡନ୍।
ପୋଲିସ ସୂଚନା ମୁତାବକ, ଅର୍ସଦ ଟୋପି କୁଖ୍ୟାତ ଇପ୍ସା ଗ୍ୟାଙ୍ଗରେ କରୁଥିଲା କାମ। ଏହି ସବୁ ଭିତରେ ଡନ୍ର ସ୍ତ୍ରୀ ସହ ହୋଇଥିଲା ପ୍ରେମ। ଡନ୍ ଓ ଅନ୍ୟ ଗ୍ୟାଙ୍ଗର ସଦ୍ୟସଙ୍କଠାରୁ ଲୁଚିଛପି ପ୍ରେମିକାକୁ ଭେଟୁଥିଲେ ଅର୍ସଦ। ଏହାସହ ରୋମାଣ୍ଟିକ ଡେଟ୍ରେ ବି ଯାଉଥିଲେ। ଏସବୁ ଅଛପା ଥିଲା ଡନ୍କୁ। ଜୁଲାଇ ୩ ତାରିଖ ଗୁରୁବାର। ସବୁ ଦିନ ପରି ଡେଟ୍ରେ ବାହାରି ଥିଲେ ଅର୍ସଦ ଓ ତାଙ୍କ ପ୍ରେମିକା।
ହେଲେ ବାଟରେ ଘଟିଥିଲା ଦୁର୍ଘଟଣା। ତାଙ୍କ ବାଇକ୍ ସହ ଜେସିବି ଧକ୍କା ହୋଇଥିଲା । ଗୁରୁତର ହୋଇଥିଲେ ଅସର୍ଦଙ୍କ ପ୍ରେମିକା। ପରେ ତାଙ୍କୁ ନାଗପୁର ମେଡିକାଲକୁ ନେଇଥିଲେ ଅସର୍ଦ । ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ପ୍ରେମିକାର ମୃତ୍ୟୁ ହୋଇଥିଲା। ଏହା ପରେ ଘଟଣାର ଆସିଥିଲା ଟ୍ୱିଷ୍ଟ। ସ୍ତ୍ରୀ ମରିଯାଇଥିବା ଖବର ଡନ୍ କାନରେ ପଡିଥିଲା। ଆଉ ଅସର୍ଦର ପ୍ରେମ କାହାଣୀ ବିଷୟରେ ବି ଜାଣିପାରିଥିଲା।
ସ୍ତ୍ରୀକୁ ଜାଣିଶୁଣି ଅର୍ସଦ ମାରିଦେଇଥିବା ସନ୍ଦେହ କରି ତାକୁ ଜୀବନ୍ତ କିମ୍ବା ମୃତ ଧରିବାକୁ ୪୦ ସୁଟର୍ ହାୟର କରିଥିଲା ଡନ୍। ଏହା ଜାଣିବା ପରେ ଭୟରେ ପୋଲିସ ଶରଣରେ ପଶିଛି ଅର୍ସଦ। ଡିସିପି ଅଫିସ ପହଞ୍ଚି ସୁରକ୍ଷା ମାଗିଛି। ପୋଲିସ ମଧ୍ୟ ସ୍ଥିତିର ସମ୍ଭେଦନ ଶୀଳତାକୁ ଦେଖି ଏହାକୁ ଦୁର୍ଘଟଣା ବୋଲି କହିଛି। ନାଗପୁର ରାସ୍ତାରେ ଯେକୌଣସି ସମୟରେ ଗ୍ୟାଙ୍ଗଷ୍ଟରଙ୍କ ମଧ୍ୟରେ ବିବାଦ ହୋଇପାରେ ବୋଲି ଆଶଙ୍କା କରି ପୂର ଆଲର୍ଟରେ ରହିଛି ପୋଲିସ।