ଚାରିମାସର ପ୍ରେମ ଚାରିଦିନରେ ଶେଷ…ସରିଲା ଚୌଉଠି ରାତି , ମରିଗଲା ନୂଆବୋହୂ ଦିପାଲୀ, ଜାଣନ୍ତୁ ପୁରା‌ ଘଟଣା

ଆଜିକାଲି ଦୁନିଆରେ ପ୍ରେମ ବିବାହ ତ ପ୍ରାୟ ଲୋକମାନେ କରୁଛନ୍ତି । ଆଉ ଏବେ ପ୍ରେମ ବିବାହକୁ ନେଇ ଅନେକ କିଛି ଘଟଣା ବି ଘଟୁଛି । ଏବେ ଜଣେ ଯୁବକ ଆଉ ଯୁବତୀ ଚାରିମାସ ହେଲା ପ୍ରେମ କରୁଥିଲେ । ସେମାନେ ପରସ୍ପରକୁ ବହୁତ ଭଲ ପାଉଥିଲେ । ଆଉ କେହି କାହା ବିନା ରହିପାରୁ ନଥିଲେ । ବସଷ୍ଟାଣ୍ଡରୁ ତାଙ୍କର ପ୍ରେମ ଆରମ୍ଭ ହୋଇଥିଲା । ଏହି ଯୁବକ ଆଉ ଯୁବତୀ ୨୫ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ଆଉ ଚଉଠି ରାତି ପରଦିନ ଏହି ଯୁବତୀ ଜଣକ ଆଉ ଏହି ଦୁନିଆରେ ନାହାଁନ୍ତି । ନବବଧୂ ଦିପାଲି ଆଉ ଏହି ଦୁନିଆରେ ନାହିଁ । ଘରୁ ଚାଲି ଆସି ଆନନ୍ଦରେ ମନ୍ଦିରରେ ପ୍ରେମ ବିବାହ କରିଥିଲେ । ଏହି ଯୁବତୀ ଜଣକ ଅନେକ ଆଶା ଭରସା ରଖିଥିଲେ । ଆଉ ଅନେକ ସ୍ବପ୍ନ ନେଇ ପ୍ରେମିକ ଜଣଙ୍କୁ ବିବାହ କରିଥିଲେ । କିନ୍ତୁ ତାଙ୍କର ସ୍ବପ୍ନ ସ୍ବପ୍ନରେ ରହିଗଲା ଆଉ ସବୁଦିନ ପାଇଁ ଆଖି ବୁଜି ଦେଲେ ଏହି ଯୁବତୀ ଜଣକ । ଏହି ସ୍ତ୍ରୀ ଜଣକ ତାର ସ୍ବାମୀଙ୍କୁ ଛାତି ଚାଲିଗଲେ ।

ଦୁହେଁ ଦୁହିଁଙ୍କୁ ପାଇ ବହୁତ ଖୁସିରେ ଥିଲେ । ଏହି ଯୁବତୀ ଜଣକ ଅନେକ ସ୍ବପ୍ନ ଦେଖିଥିଲେ । ଏହି ସ୍ତ୍ରୀ ଜଣଙ୍କର କଣ ହେଲା କେଜାଣି ସେ ନିଜେ ଆତ୍ମହତ୍ୟା କରିଦେଲେ । ଏବେ ଏହି ସ୍ତ୍ରୀ ଜଣଙ୍କର ଏଭଳି କରିବା ପଛର କାରଣ ଜଣାପଡି ନାହିଁ । ଆଉ ଏବେ ଏଭଳି ଅନେକ କଥା କହି ଏହି ସ୍ତ୍ରୀ ଜଣଙ୍କର ସ୍ଵାମୀ କାନ୍ଦି କାନ୍ଦି କହୁଛନ୍ତି । ଏହି ଯୁବକ ଆଉ ଯୁବତୀଙ୍କ ପ୍ରଥମ ଦେଖା ବସଷ୍ଟାଣ୍ଡରେ ହୋଇଥିଲା । ଦୁହେଁ ଦୁହିଁଙ୍କୁ ପ୍ରେମ କରିଥିଲେ । ଏହି ଯୁବତୀ ଜଣକ ହେଉଛନ୍ତି ଦିପାଳି ଆଉ ଯୁବକ ଜଣକ ହେଉଛନ୍ତି ବୀରେନ ।

ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢ଼େଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କନ୍ଧରା ଗାଁରେ । ମୃତକ ଜଣକ ସେହି ଗାଁର ଦିପାଲି ମହାରଣା । ସେ ଚଳିତ ମାସ ୨୫ ତାରିଖରେ ପ୍ରେମ ବିବାହ କରିଥିଲେ। ତେବେ ମାତ୍ର ୪ ଦିନରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ମୋବାଇଲ ଫୋନକୁ ନେଇ ପାଟିତୁଣ୍ଡ ହୋଇଥିବା ବେଳେ ସଂନ୍ଧ୍ୟା ସମୟରେ ଦିପାଲିଙ୍କ ମୃତଦେହ ଜଙ୍ଗଲରୁ ମିଳିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ୱାମୀ ଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି । ଶବ ବ୍ୟବଚ୍ଛଦ ରିପୋର୍ଟ ଆସିବା ପରେ ଘଟଣା ସ୍ପଷ୍ଟ ହେବ ।