ନିଛାଟିଆ ଯାଗାରେ ଲେଡି IPS ଙ୍କୁ ହଇରାଣ କରୁଥିଲେ ୨ ଯୁବକ, ଆଉ ତାପରେ ଯାହା ଘଟିଲା, ଜାଣନ୍ତୁ ପୁରା‌ ଘଟଣା

ମହିଳା ଜଣଙ୍କ ହେଉଛନ୍ତି ଉତ୍ତରପ୍ରଦେଶର ଏସପି ଚାରୁ ନିଗମ। ଏଥିରେ ପୋଲିସ ଅଧିକାରୀ ଚାରୁ ନିଗମ ସ୍ଥାନୀୟ ପୋଲିସର ପ୍ରସ୍ତୁତି ଏବଂ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ଏକ ଚମତ୍କାର ଉପାୟ ପାଞ୍ଚିଥିଲେ। ଜଣେ ସାଧାରଣ ନାଗରିକ ହେଇ ଏକ ନାଟକ ସୃଷ୍ଟି କରିଥିଲେ ଚାରୁ। ପ୍ରଥମେ ଜଣେ ସାଧାରଣ ମହିଳା ହେଇଥିଲେ ଏବଂ ପରେ ସେ ପୋଲିସ କଣ୍ଟ୍ରୋଲ ରୁମକୁ କଲ କରି ଆଜ୍ଞାନ୍ତ ବ୍ୟକ୍ତିଙ୍କ ମିଥ୍ୟା ଡକାୟତି ବିଷୟରେ ସୂଚନା ଦେଇଥିଲେ।

ନିଜର ପରିଚୟ ଲୁଚାଇ ସେ ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ୍ କରି କହିଥିଲେ ଯେ, ” ସାର ମୁ ସରିତା ଚୌହାନ କହୁଛି। ମତେ ଦିବ୍ୟାପୁର ରୋଡ ପ୍ଲାଷ୍ଟିକ ସିଟି ନିକଟରେ ବନ୍ଧୁକ ଦେଖାଇ ଦୁଇଜଣ ବାଇକ ଚଳାକ ଲୁଟ କରୁଛନ୍ତି। ମତେ ହଇରାଣ ମଧ୍ୟ କରିଛନ୍ତି। ସାର୍ ଆପଣ ଶୀଘ୍ର ଆସି ମତେ ସାହାଯ୍ୟ କରନ୍ତୁ।” ଏମିତି କହି ଫୋନ୍ ରଖି ଦେଇଥିଲେ ଏସପି ମାଡ଼ାମ ଜଣଙ୍କ। ଆଉ ସେ ଦେଖିବାକୁ ଚାହୁଁ ଥିଲେ ଯେ ପୋଲିସ୍ ଟିମ୍ କେତେ ତତ୍ପର ଅଛି।

ଆଉ ଲୋକଙ୍କ ଅସୁବିଧାରେ କେତେ ଜଲ୍ଦୀ ପହଞ୍ଚୁଛି ପୋଲିସ। ଆଉ ଏହି ସୂଚନା ପାଇବା ମାତ୍ରେ ସଂପୃକ୍ତ ପୋଲିସ ଅଫିସର ଏବଂ ଆଉଟ୍ ପୋଷ୍ଟର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଥିଲେ। ଯୁବତୀଙ୍କ ସୁରକ୍ଷା ପାଇଁ ଧାଇଁ ଆସିଥିଲେ ପୋଲିସକର୍ମୀ ମାନେ। ଆଉ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସହ ଉକ୍ତ ଲୁଟେରାଙ୍କୁ ଖୋଜି ବୁଲିଥିଲେ।

ଏମିତି ଅଧଘଣ୍ଟା ଯାଏଁ ଚାଲିବା ପର୍ଯ୍ୟନ୍ତ ଏସପି ମ୍ୟାଡ଼ାମ ଜଣଙ୍କ ମୁହଁରେ ବାନ୍ଧିଥିବା ଦୁପଟାଟିକୁ ଖୋଲି ଦେଇଥିଲେ। ଆଉ ଏହା ଦେଖି ପୋଲିସ୍ ଅଫିସର ମାନେ ଆଶ୍ଚର୍ଯ୍ୟ ହେଇଯାଇଥିଲେ। କାରଣ ମୁଖା ତଳେ ଥିବା ସେହି ଅସହାୟ ଯୁବତୀ ଜଣଙ୍କ ହେଉଛନ୍ତି ଉତ୍ତରପ୍ରଦେଶର ଚାରୁ ନିଗମ। ଏସପି ମ୍ୟାଡ଼ାମଙ୍କର ଏହି କାର୍ଯ୍ୟ ଦେଖି ସବୁଠି ତାଙ୍କର ତାରିଫ କରାଯାଉଛି।