୧୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଜିଓ ନିଜ କଷ୍ଟମରଙ୍କ ପାଇଁ ଆଣିଲା ଜବରଦସ୍ତ ମାଗଣା ପ୍ଲାନ୍, ଜାଣନ୍ତୁ କେମିତି ଆକ୍ଟିଭେଟ୍ କରିବେ

ଆଜିକାଲି ଲୋକମାନେ ଅନେକ ପ୍ରକାରର ସିମ କାର୍ଡ ବ୍ୟବହାର କରୁଛନ୍ତି । ଏବେ ଜିଓ ସିମର ଚାହିଦା ସବୁଠାରୁ ଅଧିକ । ୧୦ ବର୍ଷରେ ପାଦ ଥାପିବ ରିଲିଆନ୍ସ ଜିଓ । ସେଲିବ୍ରେଶନ ପ୍ଲାନ୍ ଘୋଷଣା କରିଲା କମ୍ପାନୀ । ଜିଓ ସିମ ବ୍ୟବହାର କରୁଥିବା ଉପଭୋକ୍ତା ଏବେ ଏହାର ଲାଭ ପାଇପାରିବେ । ଏବେ ଯେଉଁମାନେ ଜିଓ ସିମ୍ ବ୍ୟବହାର କରୁଛନ୍ତି ତାଙ୍କ ପାଇଁ ଖୁସି ଖବର । ଏବେ ସେଲିବ୍ରେସନ ପ୍ଲାନ୍ ଆରମ୍ଭ କରିଛି କମ୍ପାନୀ । ଏହି ପ୍ଲାନ୍ ଅନୁସାରେ ଜିଓ ବାର୍ଷିକ ଉତ୍ସବରେ ଅନେକ କିଛି ସୁଯୋଗ ଆଣିଛି ।

ସେପ୍ଟେମ୍ବର ୫ ରୁ ୭ ତାରିଖ ଭିତରେ ଯେ କୌଣସି ପ୍ଲାନ୍ ବ୍ୟବହାର କରିଥିବା ଉପଭୋକ୍ତାଙ୍କୁ ଅନ ଲିମିଟେଡ 5G ଡାଟା ବ୍ୟବହାର କରିବାର ସୁଯୋଗ ମିଳୁଛି । ଯେଉଁମାନେ 5G ଫୋନ୍ ବ୍ୟବହାର କରୁଛନ୍ତି ସେମାନଙ୍କ ପାଇଁ ଏହି ଯୋଜନା ଲାଗୁ ହେବ । ଆଉ ଯେଉଁମାନଙ୍କର 4G ଫୋନ୍ ସେମାନେ ମଧ୍ୟ କିଛି ଲାଭ ପାଇପାରିବେ ସେମାନେ ୩୯ ଟଙ୍କା ରିଚାର୍ଜ କରି ୩ ଜିବି ଡାଟା ପାଇପାରିବେ । ଏହାସହ ମାସିକ ରିଚାର୍ଜ ପ୍ଲାନ୍ ମଧ୍ୟ ଆସିଛି ଏହାଦ୍ବାରା ଅନେକ ଲାଭ ମଧ୍ୟ ମିଳିବ ।

ଯେଉଁମାନେ ୩୪୯ ଟଙ୍କା ବା ତାଠାରୁ ଅଧିକ ଟଙ୍କା ରିଚାର୍ଜ କରୁଛନ୍ତି ସେମାନେ ଯଦି ସେପ୍ଟେମ୍ବର ୫ ରୁ ଅକ୍ଟୋବର ୫ ତାରିଖ ଭିତରେ ରିଚାର୍ଜ କରିବେ ତାହେଲେ ସେମାନେ ଏହାର ଲାଭ ପାଇବେ । ଏହି ରିଚାର୍ଜ କରିଲେ ଉପଭୋକ୍ତାମାନେ ପ୍ରତିଦିନ ୨ ଜିବି ଡାଟା ପାଇପାରିବେ । ଏହାସହ ଜିଓ ଫାଇନାନ୍ସ ଦ୍ଵାରା ଜିଓ ଗୋଲ୍ଡରେ ଦୁଇ ପ୍ରତିଶତ ଅତିରିକ୍ତ ଡାଟା, ୩ ହଜାର ଟଙ୍କାର ସେଲିବ୍ରେସନ ଭାଉଚର ଏବଂ ସୁନା ମଧ୍ୟ ଉପଲବ୍ଧ ହେବ । ଏହାସହ ଅନେକ କିଛି ଲାଭ ପାଇପାରିବେ ।

ଆପଣମାନେ ଏହି ବାର୍ଷିକ ଉତ୍ସବରେ ଅନେକ ସୁବିଧା ପାଇବା ସହ ଅନେକ କିଛି ଭଲ ଉପହାର ପାଇବେ । ଏହାସହ ବାର୍ଷିକ ପ୍ଲାନ୍ ମଧ୍ୟ ସାମ୍ନାକୁ ଆସିଛି । ବାର୍ଷିକ ପ୍ଲାନ୍ ହେଉଛି ଏକ ବର୍ଷ ପାଇଁ ରିଚାର୍ଜ କରିଲେ ୧୩ ମାସ ପାଇଁ ଫ୍ରି ରିଚାର୍ଜ ରହିବ । ସେମାନେ ୧୨ ମାସ ପାଇଁ ରିଚାର୍ଜ କରିଲେ ଏହାର ଲାଭ ତା ପର ମାସ ପାଇଁ ପାଇବେ । ସେମାନଙ୍କ ପାଇଁ ମଧ୍ୟ ସମାନ ସୁବିଧା ପାଇପାରିବେ । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏହି ସୁବିଧା ବିଷୟରେ ଜାଣିପାରିଲେ ।