ଜନ୍ମାଷ୍ଟମୀରେ ଗ୍ରହଙ୍କ ଦୁର୍ଲଭ ଯୋଗ, ସଫଳତାର ଶିଖର ଛୁଇଁବେ ଏହି ୩ଟି ରାଶିର ଲୋକମାନେ

ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ସାରା ବିଶ୍ବରେ ଆନନ୍ଦ ଉଲ୍ଲାସରେ ପାଳନ‌କରାଯାଉଛି। ଏଥର ଅଗଷ୍ଟ ୧୫ରେ ପଡିଛି ଜନ୍ମାଷ୍ଟମୀ। ଏହାର ୨ ଦିନ ପରେ ୧୭ ଅଗଷ୍ଟରେ ଗ୍ରହଙ୍କ ରାଜା ସୂର୍ଯ୍ୟ ନକ୍ଷତ୍ର ପରିବର୍ତ୍ତନ କରିବେ । ଜ୍ୟୋତିଷ ଗଣନାନୁସାରେ ସୂର୍ଯ୍ୟ ୧୭ ଅଗଷ୍ଟରେ ମଘା ନକ୍ଷତ୍ରରେ ପ୍ରବେଶ କରିବେ । ଯାହା କେତୁଙ୍କ ଗ୍ରହ ନକ୍ଷତ୍ର ବୋଲି କୁହାଯାଏ । ସୂର୍ଯ୍ୟଙ୍କ କେତୁଙ୍କ ନକ୍ଷତ୍ରରେ ପ୍ରବେଶର ପ୍ରଭାବ ୧୨ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିବ । ତେବେ କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ଖୁବ୍‌ ଶୁଭଫଳ ମିଳିବ । ତେବେ ଜାଣନ୍ତୁ ଜନ୍ମାଷ୍ଟମୀ ପରେ ସୂର୍ଯ୍ୟଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ ଫଳରେ କେଉଁ କେଉଁ ରାଶି ଭାଗ୍ୟବାନ୍‌ ହେବେ..

କର୍କଟ- ଏହି ରାଶିଙ୍କୁ ଶୁଭଫଳ ମିଳିବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଆତ୍ମବିଶ୍ୱାସ ବୃଦ୍ଧି ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ ।

ସିଂହ- ଦାମ୍ପତ୍ୟ ଜୀବନ ସୁଖମୟ ହେବ । ନୂଆ ନୂଆ ସୁଯୋଗ ମିଳିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଧନ ଲାଭର ଯୋଗ ରହିଛି । ସଫଳତା ସହ ଅଟକି ଥିବା କାମ ପୂରଣ ହେବ ।

ଧନୁ- ଧାର୍ମିକ କାର୍ଯ୍ୟରେ ରୁଚି ବଢିବ । ମାନସିକ ଶାନ୍ତି ମିଳିବ । ପ୍ରେମରେ ସଫଳତା ମିଳିବ । ଶୁଭ ଖବର ମିଳିବ । ପରିବାରରେ ହସଖୁସିର ବାତାବରଣ ରହିବ ।