କାର୍ଯ୍ୟରତ IPS ଅଫିସରଙ୍କୁ ଧମକାଇବାକୁ ସାହସ ଦେଲା କିଏ? ଜାଣନ୍ତୁ କଣ କହିଲେ ଜଗୁନି ମୁଣ୍ଡ ତଳକୁ କରି ଚାଲିଗଲେ ମହିଳା ପୁଲିସ

କାର୍ଯ୍ୟରତ ଆଇପିଏସ ଅଫିସରଙ୍କୁ ଏପରି ନିଦେ୍ର୍ଦଶ ଦେବା ଓ ତାଗିଦ କରିବାକୁ ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଓରଫ ଜଗୁନୀଙ୍କୁ ସାହସ ଦେଲା କିଏ? କେବଳ କାର୍ଯ୍ୟରେ ବାଧା ଦେଇ ନାହାନ୍ତି, ନିଜ ଆଡ଼ୁ ନିଦେ୍ର୍ଦଶ ଦେଇ ଶୃଙ୍ଖଳାକୁ ଭାଙ୍ଗିଛନ୍ତି । ସ୍ଥିତି ଏମିତି ହୋଇଛି ଯେ, ସମ୍ପୃକ୍ତ କାର୍ଯ୍ୟରତ ଆଇପିଏସ ସେଠାରୁ ପଳାଇ ଯାଇଛନ୍ତି ।

ଏହା କେବଳ ଆଇପିଏସଙ୍କ ଭଳି ବରିଷ୍ଠ ଅଧିକାରିଣୀଙ୍କୁ ହତୋତ୍ସାହ କରିନାହିଁ ବରଂ ଚରମ ବିଶୃଙ୍ଖଳାକୁ ଜନ୍ମ ଦେଇଛି । ଏଠି ପ୍ରଶ୍ନ ଉଠୁଛି ଜଗୁନୀ କ’ଣ ଡିଜି କି? ନା ତାଙ୍କ ଉପରେ? ନା ତାଙ୍କୁ ଏ ଛେରୁଆ ମୋହନ ସରକାର ସର୍ବେସର୍ବା କରିଦେଇଛନ୍ତି? କାହିଁକି ଏ ବ୍ୟତିକ୍ରମ? ବଙ୍ଗୀୟ ନୃତ୍ୟାଙ୍ଗନା ମାନଙ୍କୁ ନାଚିବାକୁ ନିଦେ୍ର୍ଦଶ କାହିଁକି ଦେଲେ ଜଗୁନୀ? ଏହା ପଛରେ କିଛି ମୋଟା ଫିକ୍ସିଂ ରହିଛି କି?

ଟିକେ ରଥ ପୂର୍ବ ସ୍ଥିତିକୁ ନଜର ପକାଇ ନେବା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଥିଲେ, ଅନଧିକାର ହସ୍ତକ୍ଷେପ କାହାର ବରଦାସ୍ତ କରାଯିବ ନାହିଁ । ବିଶୃଙ୍ଖଳା ଯିଏ କରିବ କଠୋର ପଦକ୍ଷେପ ନିଆଯିବ ।

ଏଠି ଜଗୁନୀ କ’ଣ ବିଶୃଙ୍ଖଳା କରି ନାହାନ୍ତି କି? ଜଣେ କର୍ତ୍ତବ୍ୟରତ ଆଇପିଏସଙ୍କୁ ତାଙ୍କ କାମ କରିବାରୁ ରୋକି ନାହାନ୍ତି କି? ରଥ କର୍ଡନରେ ଭିଡ଼ ଯୋଗୁ ମୋହନ ସରକାର ବଦନାମ ହୋଇଛନ୍ତି । ପୋଲିସ ବି ଅପାରଗ ବୋଲି ଦର୍ଶାଯାଇଛି । ଏଭଳି ସ୍ଥିତିରେ ମାତ୍ରାଧିକ ନୃତ୍ୟାଙ୍ଗନା ମାନଙ୍କୁ କର୍ଡନରୁ ବହାରକୁ ପଠାଇବା ସମ୍ପୃକ୍ତ ଅଧିକାରୀଙ୍କର ଭୂଲ ଥିଲା କି? ଯଦି ଏସବୁ କିଛି ନୁହେଁ, ତେବେ ଜଗୁନୀ କାହିଁକି ଜଣେ ଆଇପିଏସ ଅଫିସରଙ୍କୁ ଏପରି ଅସମ୍ମାନ କଲେ? କାହିଁକି ସମ୍ପୃକ୍ତ ଅଧିକାରିଣୀ ସ୍ଥାନ ଛାଡ଼ି ପଳାଇଲେ?

ଅଫିସରଙ୍କୁ ଯଥେଷ୍ଟ ସମ୍ମାନ ଦେଉଛନ୍ତି ମୋହନ ସରକାର । ଯାହାର ଚିତ୍ର ଓଏଏସ ମାନଙ୍କ ଅଯଥାର୍ଥ ଦାବି ଆଗରେ ମୁଣ୍ଡ ନୁଆଇଁ ପ୍ରମାଣ ଦେଇଛନ୍ତି । ହେଲେ ଏଠାରେ ଜଣେ ମହିଳା ଆଇପିଏସଙ୍କୁ ଅସମ୍ମାନ କରିଥିବା ଜଗୁନୀ ପ୍ରତି ନୀରବ କାହିଁକି ଏ ସରକାର? ଜଗୁନୀଙ୍କୁ ଏତେ ଡର କାହିଁକି? ଜଗୁନୀଙ୍କ ପୁଅ ଜେଲରେ ଥିବାରୁ ବିନା ବାଡ଼ଗ୍ରାହୀରେ ଅଣସର ହେଲା । ଠାକୁର ତ ରାଗିଲେ ନାହିଁ? ତେଣୁ ଏପରି ବିଶୃଙ୍ଖଳା କରିଥିବା ଜଗୁନୀଙ୍କୁ କାହିଁକି ସରକାର ସୁରକ୍ଷା ଦେଉଛନ୍ତି? ଏହା କ’ଣ ଲୋକଙ୍କ ସରକାରଙ୍କ ପରିଚୟ କି? ନା ସରକାର ଡରିଗଲେ, ମନ୍ତ୍ରୀ ଛେରୁଆ ନା ଅଫିସର? ନା ରଥ ପରେ ଦେଖାଯିବ କହି ଚାପିଯିବେ । ଯେମିତି ରାମକୃଷ୍ଣ ଦାସ ମହାପାତ୍ରଙ୍କୁ ମିଛି ମିଛିକା ନିଲମ୍ବନ କରି ସେବା ବେଳକୁ ପାଛୋଟି ଆଣିଲେ? ଏଭଳି ସରକାର ଓ ତାଙ୍କର ଅଫିସର ମାନଙ୍କୁ କ’ଣ କୁହାଯିବ ତାହା ଭକ୍ତଗଣ ବିଚାର କରିବେ?