ଜୁଲାଇ ୧୬ରେ ୟେମେନରେ ଫାଶୀ ପାଇବେ ଭାରତୀୟ ମହିଳା ନର୍ସ, କାହିଁକି ଜାଣିଲେ ତାଜୁବ୍ ହେବେ

କେରଳର ନିମିଶା ପ୍ରିୟା । ପାଠପଢ଼ା ସାରି ୟେମେନକୁ ଚାଲିଯାଇଥିଲେ । ସେଠାରେ ଜଣେ ଲୋକପ୍ରିୟ ନର୍ସ ଭାବେ ନିଜର ପରିଚୟ ମଧ୍ୟ ବନାଇଥିଲେ । ନର୍ସ ଜଣକ ଏଭଳି କିଛି କାମ କରିଛନ୍ତି ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଏହି ନର୍ସ ଜଣକ ଏବେ ଫାଶୀ ଖୁଣ୍ଟରେ ଝୁଲିବାକୁ ଯାଉଛନ୍ତି । ୟେମେନ ଅଞ୍ଚଳରେ ଫାଶୀ ଖୁଣ୍ଟରେ ଝୁଲିବେ ଭାରତୀୟ ନର୍ସ ।

ଆସନ୍ତା ୧୬ ତାରିଖରେ ୟେମେନରେ ଫାଶୀ ଖୁଣ୍ଟରେ ଝୁଲିବେ ଭାରତୀୟ ନର୍ସ । ୟେମେନ ନାଗରିକଙ୍କ ହତ୍ୟା ଅଭିଯୋଗରେ ମୃତ୍ୟୁଦଣ୍ଡ ପାଇଛନ୍ତି ଏହି ଭାରତୀୟ ନର୍ସ ଜଣକ । ଏହି ନର୍ସ ଜଣଙ୍କର ନାମ ହେଉଛି ନିମିଶା ପ୍ରିୟା । କେରଳ ରାଜ୍ୟର ପାଲାକାର୍ଡ ଅଞ୍ଚଳରେ ଏହି ନର୍ସ ଜଣକ ଜନ୍ମଗ୍ରହଣ କରିଥିଲେ । କେରଳ ରାଜ୍ୟର ନିମିଶା ପ୍ରିୟାଙ୍କୁ ଫାଶୀ ଦଣ୍ଡ ଦିଆଯାଇଛି । ୨୦୧୧ ମସିହାରେ ୟେମେନରେ ନର୍ସ ଭାବରେ କାମ କରିଥିଲେ ।

୨୦୧୫ ମସିହାରେ ଏହି ଯୁବତୀ ଜଣକ ଜଣେ ପୁରୁଷ ବନ୍ଧୁଙ୍କ ସହ ମିଶି ସାରା ସହରରେ କ୍ଲିନିକ୍ ଖୋଲିଥିଲେ । ଏହି ପୁରୁଷ ଜଣକ ନର୍ସ ଜଣଙ୍କୁ ଶାରୀରିକ ଆଉ ମାନସିକ ନିର୍ଯ୍ୟାତନା ଦେଉଥିଲେ । ନୀମିଶାଙ୍କ ପାସପୋର୍ଟ ବି ନେଇ ଯାଇଥିଲେ । ଏହି ପୁରୁଷ ବନ୍ଧୁ ଜଣକ ନର୍ସ ଜଣଙ୍କୁ ନିର୍ଯ୍ୟାତନା ଦେଉଥିଲେ । ଆଉ ଏହି ପୁରୁଷ ବନ୍ଧୁଙ୍କ ଠାରୁ ତାଙ୍କ ପାସପୋର୍ଟ ଆଣିବା ପାଇଁ ଏହି ଯୁବତୀ ଜଣକ ତାଙ୍କ ପୁରୁଷ ବନ୍ଧୁ ଦଲାଲଙ୍କୁ ନିଶା ଇଞ୍ଜେକସନ ଦେଇଥିଲେ ।

ତାଙ୍କୁ ଦେଇଥିବା ଇଞ୍ଜେକସନର ପରିମାଣ ଅଧିକ ଥିଲା । ଆଉ ଏହାପରେ ତାଙ୍କର ଜୀବନ ଚାଲି ଯାଇଥିଲା । ଶେଷରେ ତାଙ୍କ ମର ଶରୀର କାଟି ଡ୍ରମରେ ପକେଇ ଦେଇଥିଲେ । ୨୦୨୪ ମସିହାରେ ମୃତ୍ୟୁଦଣ୍ଡକୁ ଅନୁମୋଦନ କରାଯାଇଥିଲା । ଏହି ଘଟଣା ଉପରେ ନଜର ରଖିଛନ୍ତି ଭାରତ ସରକାର । ଆଇନ ଅନୁଯାୟୀ ମୃତକଙ୍କ ପରିବାରକୁ ଟଙ୍କା ଦେଲେ ସେ କେଶ ଉଠାଇ ନେବେ । ଏବେ ଏହି ଘଟଣାର ଯାଞ୍ଚ କରାଯାଉଛି । ଏବେ ଏହି ଘଟଣା କେଉଁ ମୋଡ ନେଉଛି ତାକୁ ଦେଖିବା ଅପେକ୍ଷା ରହିଲା ।