ଭାରତୀୟ ଖେଳାଳି ନେଲେନି ଟ୍ରଫି ଘଣ୍ଟା ଘଣ୍ଟା ଛିଡ଼ା କରାଇଲେ, ଶେଷରେ ମୁହଁକୁ ଲୁଚାଇ ପଳାଇଲେ ପାକିସ୍ତାନର ମନ୍ତ୍ରୀ, ଜାଣନ୍ତୁ ପୁରା‌ ଘଟଣା

ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ ହ୍ୟାଟ୍ରିକ ବିଜୟ ସହ ଭାରତ ନବମ ଥର ଏସିଆ କପ୍ ମୁକୁଟ ଜିତିଲା। କିନ୍ତୁ ଚାମ୍ପିଅନ ଟ୍ରଫି ଗ୍ରହଣ କରିନଥିଲେ ଭାରତୀୟ ଟିମ୍। ଏସିଆ କ୍ରିକେଟ କାଉନସିଲର ଅଧ୍ୟକ୍ଷ ତଥା ପାକିସ୍ତାନ ଗୃହମନ୍ତ୍ରୀ ମୋହସିନ୍ ନକଭିଙ୍କ ହାତରୁ ପୁରଷ୍କାର ଗ୍ରହଣ କରିବେନି ବୋଲି ପୂର୍ବରୁ ନିଷ୍ପତ୍ତି ନେଇଥିଲେ।

ମୋହସିନ ନକଭି ପାକିସ୍ତାନ କ୍ରିକେଟ ବୋର୍ଡ ପିସିବିର ବି ଅଧ୍ୟକ୍ଷ ଅଛନ୍ତି। ଭାରତୀୟ ଖେଳାଳୀଙ୍କ ଏଭଳି ମନୋଭାବ ଦେଖି ମୋହସିନ୍ ବି ରାଗରେ ଗରଗର ହୋଇ ଟ୍ରଫି ସହ ମୈଦାନରୁ ପଳାଇଥିଲେ। ଦୁବାଇରେ ପ୍ରାୟ ୨ ଘଣ୍ଟା ଧରି ଚାଲିଥିଲା ଏଭଳି ହାଇଭୋଲଟେଜ ଡ୍ରାମା। ପାକିସ୍ତାନ ବିପକ୍ଷରେ ଗଲା ଦୁଇଟି ମ୍ୟାଚରେ କରମର୍ଦ୍ଦନ କରିନଥିବା ଭାରତୀୟ ଟିମ୍ ଫାଇନାଲରେ ବି ଏହାକୁ ଦୋହରାଇଥିଲା।

ପହଲଗାଁଓ ଆତଙ୍କି ଆକ୍ରମଣ ପରେ ଭାରତୀୟ ସେନାର ଅପରେସନ ସିନ୍ଦୂର ବିଜୟ କ୍ରିକେଟ ପଡ଼ିଆରେ ପ୍ରତିଫଳିତ ହୋଇଥିଲା। ଏସିଆ କପ୍ ବିଜେତା ଟିମ୍ ଏସିସି ଅଧ୍ୟକ୍ଷଙ୍କଠୁ ଟ୍ରଫି ନେବାର ନିୟମ ରହିଛି। କିନ୍ତୁ ପହଲଗାଁଓ ଆତଙ୍କି ଆକ୍ରମଣକୁ ନେଇ ଦୁଇ ଦେଶ ଭିତରେ ତିକ୍ତ ସମ୍ପର୍କ ହେତୁ ଟିମ୍ ଇଣ୍ଡିଆ ନକଭିଙ୍କ ହାତରୁ ଟ୍ରଫି ନେବନି ବୋଲି ନିଷ୍ପତ୍ତି ନେଇଥିଲା। କିନ୍ତୁ ନକଭି ଯେଭଳି ପଡ଼ିଆରୁ ଟ୍ରଫି ଓ ମେଡାଲ ସହ ପଳାଇଲେ, ତାକୁ ନେଇ ବିସିସିଆଇକୁ ବରଦାସ୍ତ କରିବା ମୁସ୍କିଲ ହୋଇପଡ଼ିଛି। ବିସିସିଆଇ କହିଥିଲା, ଭାରତୀୟ ଟିମ୍‌ ଟ୍ରଫି ମୋହସିନ ନକଭିଙ୍କଠୁ ନ ନେଇ ଏମିରେଟ୍ କ୍ରିକେଟ ବୋର୍ଡର ଭାଇସ ପ୍ରେସିଡେଣ୍ଟଙ୍କ ପକ୍ଷରୁ ନେବାକୁ ଚାହୁଁଥିଲା। କିନ୍ତୁ ଏହା ନ କରି ଏସିସି ଅଧ୍ୟକ୍ଷ ନକଭି ଟ୍ରଫି ନେଇ ହୋଟେଲକୁ ଚାଲିଗଲେ।ନକଭିଙ୍କ ନିକଟରେ ବିସିସିଆଇ ଅଲଟିମେଟମ ରଖିଛି।ବିସିସିଆଇ ସେକ୍ରେଟାରୀ ଦେବଜିତ ସୈକିଆ ଆଗ ମୋହସିନ ନକଭିଙ୍କୁ ନିଜ ତୃଟି ସୁଧାରିବାକୁ ଏକ ସୁଯୋଗ ଦେଇଥିଲେ

ନକଭି ଯେତେ ଜଲଦି ଏସିଆ କପ୍ ଟ୍ରଫି ଫେରାଇବେ, ତାକୁ ନେଇ ମହଲତ ଦେଇଛି। ଏହା ନ କଲେ ଆକ୍ସନ ନେବାକୁ କହିଛି ବିସିସିଆଇ। ନଭେମ୍ୱରରେ ଦୁବାଇରେ ହେବାକୁ ଥିବା ଆଇସିସିର କନଫରେନ୍ସରେ ବିରୋଧ କରିପାରେ। ଅର୍ଥାତ୍ ନକଭିଙ୍କ ପାଖରେ ଭାରତର ଟ୍ରଫିକୁ ଫେରାଇବା ପାଇଁ ଅକ୍ଟୋବର ଯାଏ ସମୟ ରହିଛି।ଭାରତୀୟ ଟିମର ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦି ଶୁଭେଛା ଦେଇ କହିଥିଲେ, ଅପରେସନ ସିନ୍ଦୂର ଖେଳ ମୈଦାନରେ ବି ଜାରି ରହିଲା। ଏହାର ଜବାବରେ ନକଭି କହିଥିଲେ, ଯଦି ଯୁଦ୍ଧ ହିଁ ଭାରତର ଗୌରବ ମାପିବାର ମାପକାଠି, ତାହେଲେ ଅତୀତରେ ପାକିସ୍ତାନ ହାତରୁ ଭାରତର ଲଜ୍ଜାଜନକ ହାରକୁ ମନେ ପକାନ୍ତୁ। ଖେଳରେ ଯୁଦ୍ଧକୁ ଟାଣିବା କେବଳ ଆପଣଙ୍କ ଡିପ୍ରେସନ ଓ ଖେଳର ମୂଳ ଭାବନାକୁ ଅପମାନିତ କରୁଛି ବୋଲି ଜବାବ ଦେଇଛନ୍ତି ନକଭି

ଟ୍ରଫି ବିବାଦକୁ ନେଇ ଭାରତରେ ବି ରାଜନୀତି ତେଜ୍ ହୋଇଛି। ଶିବସେନା(ୟୁବିଟି) ସାଂସଦ ସଞ୍ଜୟ ରାଉତ କହିଛନ୍ତି, ମୋଦିଙ୍କ ଦେଶପ୍ରେମ ଏକ ନାଟକ। କେବଳ ପଲିଟିକାଲ ଷ୍ଟଣ୍ଟ୍।ନକଭିଙ୍କ ହାତରୁ ଟ୍ରଫି ନେଲନି। ଭାରତୀୟ କ୍ରିକେଟ ଟିମ୍ କେମିତି ପୁଣି ୧୫ ଦିନ ତଳେ ନକଭିଙ୍କ ସହ ହାତ ମିଳାଇ ସାଙ୍ଗରେ ଚା ପିଉଥିଲେ। ଫଟୋସୁଟ୍ କରିଥିଲେ। ଯଦି ଦେଶପ୍ରେମ ଏତେ, ମୈଦାନରେ ଖେଳିଲ କାହିଁକି। ଏଭଳି ମାହୋଲରେ ବିଲକୁଳ ଖେଳିନଥାଆନ୍ତ। ଶହୀଦ ଓ ଜବାନଙ୍କୁ ଏଭଳି ଅପପାନ କରନି। ସେପଟେ ବିଜେପି କହିଛି, ବିରୋଧୀ ଦଳର କିଛି ଲୋକ ଭାରତୀୟ ଟିମ୍ ଜିତିବାକୁ ନେଇ ଖୁସି ହୋଇପାରୁନାହାନ୍ତି।ଭାରତୀୟ ଟିମ୍ ଓ ସହଯୋଗୀ ଷ୍ଟାଫ ପୋଡିଅମ ପାଖରେ ସେଲିବ୍ରେସନ କରିଥିଲେ। ବିନା ଟ୍ରଫିରେ ଫଟୋ ଉଠାଇଥିଲେ। ନକଭିଙ୍କ ଏଭଳି ଅପ୍ରତ୍ୟାଶିତ ଆଚରଣକୁ ନେଇ ସବୁଠି ଚର୍ଚ୍ଚା।