ସୁ ସୁ ଗର୍ଜନ କରି ସହର ଭିତରେ ଧସେଇ ପଶିଲା ସମୁଦ୍ର ପାଣି…ସୁପର ଷ୍ଟାର ଅମିତାଭ ବଚ୍ଚନଙ୍କ ଘର ବୁଡ଼ାଇ ଦେଲା, ଜାଣନ୍ତୁ ପୁରା‌ ଖବର

ପ୍ରବଳ ବର୍ଷାରେ ଉବୁଟୁବୁ ମୁମ୍ବାଇ । ଏହି ବର୍ଷା ଯୋଗୁଁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଳିଉଡ ଷ୍ଟାରଙ୍କ ପର୍ଯ୍ୟନ୍ତ ସମସ୍ତେ ଅସୁବିଧାର ସାମ୍ନା କରୁଛନ୍ତି । ତେଣୁ ଅଗଷ୍ଟ ୨୧ ପର୍ଯ୍ୟନ୍ତ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହି ସବୁ ସମସ୍ୟାରୁ ବାଦ୍ ପଡିନାହାଁନ୍ତି ବଳିଉଡର ବିଗ୍ ବି ଅମିତାଭ ବଚ୍ଚନ । ବର୍ତ୍ତମାନ ଅମିତାଭଙ୍କ ବଙ୍ଗଳା ପ୍ରତୀକ୍ଷାର ଏକ ଭିଡିଓ ସାମ୍ନାକୁ ଆସିଛି ।

ଅମିତାଭ ବଚ୍ଚନଙ୍କ ଜୁହୁରେ ଥିବା ବଙ୍ଗଳା ପ୍ରବଳ ବର୍ଷାରେ ବୁଡ଼ି ଯାଇଛି । ମେଗାଷ୍ଟାରଙ୍କ ବଙ୍ଗଳା ବାହାରେ ଗୋଡ ପର୍ଯ୍ୟନ୍ତ ପାଣି ବୁଡିକି ରହିଥିବାର ଦୃଶ୍ୟ ଭାଇରଲ ଭିଡିଓରୁ ଦେଖିବାକୁ ମିଳିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଅମିତାଭଙ୍କ ବଙ୍ଗଳାର ପରିସ୍ଥିତିର ଭିଡିଓକୁ ଜଣେ ଅଜଣା ଯୁବକ ରେକର୍ଡ କରିଛନ୍ତି । ଯେଉଁଥିରେ ଯୁବକଙ୍କୁ ଅମିତାଭଙ୍କ ବଙ୍ଗଳା ସାମ୍ନାରେ ଥିବା ଗାର୍ଡମାନଙ୍କ ପାଖକୁ ମଧ୍ୟ ଯାଇଛନ୍ତି । ଯାହା ପରେ ସେମାନେ ଗେଟ୍ ବନ୍ଦ କରିଦେଇଛନ୍ତି ।

ଏହାରି ମଧ୍ୟରେ ଯୁବକ କହିଛନ୍ତି ଯେ, ଅମିତାଭ ନିଜେ ୱାଇପର ସାହାଯ୍ୟରେ ପାଣି ବାହାର କରିବା ପାଇଁ ବାହାରକୁ ଆସିଥିଲେ । ତୁମର ଯେତେ ଟଙ୍କା ଥିଲେ ମଧ୍ୟ ମୁମ୍ବାଇର ବର୍ଷାରୁ କେହି ରକ୍ଷା ପାଇପାରିବେ ନାହିଁ ।

ଯଦି ଅମିତାଭଙ୍କ ବଙ୍ଗଳା ସମ୍ପର୍କରେ କୁହାଯାଏ ତେବେ ସେ ୧୯୭୬ ମସିହାରେ ସେହି ବଙ୍ଗଳା କିଣିଥିଲେ । ଯାହା ତାଙ୍କ ବାପା ହରିବଂଶ ରାୟ ବଚ୍ଚନଙ୍କ ନାଁରେ ନାମକରଣ କରିଥିଲେ । ଯେଉଁଠି ତାଙ୍କ ପୁଅ ଅଭିଷେକ ଏବଂ ଝିଅ ଶ୍ବେତା ଜନ୍ମ ହୋଇଥିଲେ । କିନ୍ତୁ ପରେ ସମସ୍ତେ ଜଳସାକୁ ସ୍ଥାନାନ୍ତରିତ ହୋଇଥିଲେ । ବର୍ତ୍ତମାନ କିନ୍ତୁ ଅମିତାଭ ତାଙ୍କ ଝିଅଙ୍କ ନାଁରେ ବଙ୍ଗଳାର ନାଁ ରଖିଛନ୍ତି । ଯଦି ଅମିତାଭଙ୍କ କ୍ୟାରିଅର୍ କଥା କୁହାଯାଏ ତେବେ ତାଙ୍କ ସମ୍ପର୍କରେ କିଏ ବା ନଜାଣେ । ଦର୍ଶକଙ୍କୁ ଅନେକ ସୁପରହିଟ୍ ଫିଲ୍ମର ଖୋରାକ୍ ଯୋଗାଇ ଖୁବ୍ ପସନ୍ଦ ଯୋଗ୍ୟ ହୋଇପାରିଛନ୍ତି । ଅଗଷ୍ଟ ୧୧ରେ ଆରମ୍ଭ ହୋଇଥିବା ସୁପରହିଟ୍ ଶୋ କୌନ୍ ବନେଗା କରୋଡ଼ପତି (KBC) ସିଜିନ୍ ୧୭ ସହିତ ସେ ଫେରିଛନ୍ତି ।