ପାଟିକୁ ସୁଆଦିଆ ଲାଗୁଥିବା ଗୁପଚୁପ୍ କେମିତି ତିଆରି ହୁଏ ଆପଣ ଜାଣନ୍ତି କି ? ଦେଖନ୍ତୁ ଏହି ଭିଡିଓକୁ

ଆଜିକାଲି ଦୁନିଆରେ ଅନେକ ପ୍ରକାରର ଖାଇବା ମିଳୁଥିବା ବେଳେ ଲୋକମାନେ ଗୁପଚୁପ ଖାଇବାକୁ ବହୁତ ପସନ୍ଦ କରନ୍ତି । ଖଟା ପାଣିକୁ ଗୋଲ ଗୋଲ ଗୁପଚୁପ୍ । ପାଟିକୁ ଭାରୀ ସୁଆଦିଆ ଲାଗେ । କିନ୍ତୁ ଥରେ ନଜର ପକାନ୍ତୁ କେମିତି ଓ କେଉଁଠି ତିଆରି ହେଉଛି ଆପଣଙ୍କ ଅତି ପ୍ରିୟ ଗୋଲଗପା । ଏ ହେଉଛି ଭୁବନେଶ୍ବର ଶ୍ରୀୟା ଛକକୁ ଲାଗି ରହିଥିବା ପ୍ରେସ କଲୋନି ବସ୍ତି । ଏଠାରେ ପ୍ରାୟତଃ 40ରୁ ଅଧିକ ପରିବାର ଗୁପଚୁପ ବ୍ୟବସାୟ କରିଥାନ୍ତି । ବିହାରରୁ ଆସିଥିବା ଏହି ବ୍ୟବସାୟୀମାନେ ଏଭଳି ଅସ୍ୱାସ୍ଥ୍ୟକର ପରିବେଶରେ ରହୁଛନ୍ତି ।

ଗାଧୁଆ ଘରୁ ପାଣି ଆଣି ତେନ୍ତୁଳି ପାଣି ପ୍ରସ୍ତୁତ କରୁଛନ୍ତି ଏହି ଲୋକମାନେ । ଏହି ସ୍ଥାନରେ ପାଦ ରଖିବା ପାଇଁ ଜାଗା ନାହିଁ । ପ୍ରତିଦିନ ଅନେକ ଗୁପଚୁପ ଠେଲା ବାହାରକୁ ଯାଉଛି । ଏହାସହ ଶୁଖିଲା ଗୁପଚୁପରେ ପଡ଼ୁଥିବା ନାଲି ରଙ୍ଗର ସସ୍ ପ୍ରସ୍ତୁତି ଦେଖି ଆପଣଙ୍କ ମୁଣ୍ଡ ବି ଗୋଲ ହୋଇଯିବ । ଏହି ଟମାଟୋ ସସ୍ ଆଳୁ ଆଉ କନଫ୍ଲୋର ମିଶି ତିଆରି ହେଉଛି । ଉତ୍କଳ ବିଶ୍ୱ ବିଦ୍ୟାଳୟକୁ ଲାଗି ରହିଥିବା ବସ୍ତି ଗୁଡ଼ିକରେ ମଧ୍ୟ ସ୍ଵାଦିଷ୍ଟ ଗୁପଚୁପ ପ୍ରସ୍ତୁତି ଚାଲିଛି । ଲୋକମାନେ ଅନେକ ବର୍ଷ ଧରି ଗୁପଚୁପ ତିଆରି କରୁଛନ୍ତି ।

ସାଧାରଣତଃ ବର୍ଷା ଦିନେ ପାଣିରେ ଅନେକ ପ୍ରକାରର ଜିନିଷ ଭାସି ଆସିଥାଏ ଆଉ ଏହା ସ୍ବାସ୍ଥ୍ୟ ଖରାପ କରି ଦେଇଥାଏ ଯାହା ଠିକ୍ ନୁହେଁ । ସେଥିପାଇଁ ଗୁପଚୁପ ସ୍ୱାସ୍ଥ୍ୟକର ହେବା ଦରକାର । ଜଳ ପ୍ରଦୂଷିତ କାରଣରୁ ଅନେକ ପ୍ରକାରର ରୋଗ ହୋଇଥାଏ । ରାଜ୍ୟରେ ଲୋକମାନେ ହେଉଥିବା ଝାଡ଼ା ବାନ୍ତିର କାରଣ ଜଳ ପ୍ରଦୂଷିତ ବୋଲି ସୂଚନା ମିଳୁଛି । ସେଥିପାଇଁ ରାଜଧାନୀର ବିଭିନ୍ନ ପ୍ରକାରର ଷ୍ଟ୍ରିଟ୍ ଫୁଡ୍ ଏବଂ ହୋଟେଲ ଉପରେ ଚଡ଼ାଉ କରୁଛନ୍ତି ଖାଦ୍ୟ ସୁରକ୍ଷା ଅଧିକାରୀ । ଦେଖନ୍ତୁ ଭିଡିଓ-

ବର୍ଷ ବର୍ଷ ଧରି ଏହି ଗୁପଚୁପ ବେପାରୀ ଏଭଳି ଦୂଷିତ ପାଣିରେ ଗୁପଚୁପ ଆଉ ତେନ୍ତୁଳି ପାଣି ତିଆରି କରି ବିକ୍ରୀ କରୁଛନ୍ତି ଆଉ ତାଙ୍କ ଉପରେ କୌଣସି ବି କଟକଣା ନାହିଁ । ଏହି ଅଞ୍ଚଳରେ ବିଶୁଦ୍ଧ ପାଣି ଯୋଗାଇ ଦେବାର କୌଣସି ବ୍ୟବସ୍ଥା ହିଁ ନାହିଁ । ଛୋଟ ବ୍ୟବସାୟ କରି ନିଜର ପରିବାର ପ୍ରତିପୋଷଣ କରୁଥିବା ବ୍ୟବସାୟୀ ମାନଙ୍କୁ କେବେ ସରକାର ବିଶୁଦ୍ଧ ପାଣି ଯୋଗାଉଛନ୍ତି । ଏହାକୁ ନେଇ ଏବେ ଅନେକ ଲୋକଙ୍କ ମନରେ ପ୍ରଶ୍ନ ଆସିବା ସହ ଏହି କଥାକୁ ନେଇ ସବୁ ଅପେକ୍ଷା କରିଛନ୍ତି । ଦେଖାଯାଏ ସରକାର କେବେ ଏହି ସୁବିଧା କରୁଛନ୍ତି ।