ମଝି ଆକାଶରେ ଘଟିଲା ଆଶ୍ଚର୍ଯ୍ୟ ଜନକ ଘଟଣା, ଭୂତ ବଞ୍ଚେଇଲା ୧୮୦ ଜଣଙ୍କ ଜୀବନ, ଜାଣନ୍ତୁ କେମିତି

ଏହି ଘଟଣା ହେଉଛି ୧୯୭୨ ମସିହା ୨୯ ଡିସେମ୍ବର ମାସର କଥା । ଇଷ୍ଟର୍ଣ୍ଣ ଏୟାରଲାଇନର ଫ୍ଲାଇଟ ନମ୍ବର ୪୦୧ ୧୬୩ ଜଣ ଯାତ୍ରୀ ଆଉ ୧୩ ଜଣ କ୍ରିୟୁ ମେମ୍ବରଙ୍କୁ ନେଇ ଚାଲିବା ଆରମ୍ଭ ହୋଇଥାଏ ।କ୍ରୀୟୁ ମେମ୍ବରମାନେ ଯାତ୍ରୀଙ୍କୁ ବସାଇବା ପରେ ଫ୍ଲାଇଟରେ ବସିଥିଲେ । ଆଉ ଏହାପରେ ଫ୍ଲାଇଟ୍ ଉଡାଣ ଭରିଥିଲା । ଫ୍ଲାଇଟର ପାଇଲଟ ଥିଲେ ୫୫ ବର୍ଷୀୟ କ୍ୟାପଟେନ ବବ ଲଫ୍ଟ ।

ଡନ ରେପୋ ଫ୍ଲାଇଟ ଇଞ୍ଜିନିୟର ଥିଲେ । ନ୍ୟୁୟର୍କ ଜନ କେନେଡି ଏୟାରପୋର୍ଟରୁ ଏହି ଫ୍ଲାଇଟ ବାହାରିଥିଲା । ଏହି ବିମାନ ଫ୍ଲୋଇଡାର ମିଆମି ଏୟାରପୋର୍ଟକୁ ଯିବାର ଥିଲା । ଏହି ବିମାନ ଦୁଇ ଘଣ୍ଟାର ଉଡାଣ ପୂରଣ କରି ସାରିଥିଲା । ବିମାନ ମିଆମୀ ଏୟାରପୋର୍ଟରେ ପହଞ୍ଚିବାର ଥିଲା । ପାଇଲଟ ବିମାନ ଅବତରଣ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ । ଫ୍ଲାଇଟ ତଳକୁ ଓହ୍ଲାଇବାର ଥିଲା କିନ୍ତୁ କିଏ ଜାଣିଥିଲା ଏଭଳି କିଛି ହେବ ନାହିଁ ବୋଲି । ସମସ୍ତ ଯାତ୍ରୀ ଖୁସି ଥିଲେ ।

ଲାଣ୍ଡିଂ ଗିଅର୍ ଥିଲେ ବିମାନରେ ଏକ ସବୁଜ ରଙ୍ଗର ଲାଇଟ୍ ଲାଗିବ । କିନ୍ତୁ ସେଠାରେ ଏଭଳି ହେଲା ନାହିଁ । ଆଉ କୋ ପାଇଲଟ ଏହା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ସେ ଲିଭର ଗିଅର ତଳକୁ କରି ସାରିଥିଲେ । ସବୁଜ ରଙ୍ଗର ଲାଇଟ୍ ନ ଲାଗିବାରୁ କୋ ପାଇଲଟ ପାଇଲଟଙ୍କୁ କହିଥିଲେ । କ୍ୟାପଟେନ ଯେତେବେଳେ ଏହା ଦେଖିଲେ ତାଙ୍କର ହୋସ ଉଡିଗଲା । ଏହି ସବୁଜ ରଙ୍ଗର ଲାଇଟ୍ ନ ଲାଗିବାର କାରଣ ହେଉଛି ବିମାନର ଫ୍ରଣ୍ଟ ହ୍ୱିଲ ଖୋଲି ନାହିଁ । ଏହାପରେ ବିମାନ ଉପରକୁ ୨୦୦ ଫୁଟ ଉଠା ଯାଇଥିଲା । ଏହାପରେ ବିମାନରେ ଥିବା ଇଞ୍ଜିନିୟର ସବୁ ଦେଖିଲେ କିନ୍ତୁ ତଥାପି ସବୁଜ ରଙ୍ଗର ଲାଇଟ୍ ଲାଗିଲା ନାହିଁ ।

ବିମାନ ଅଟୋ ପାଇଲଟ ମୁଡ଼ରେ ଥିଲା । ବିମାନର ପଛ ଲ୍ୟାଣ୍ଡିଂ କରିବାକୁ ଲାଗିଲା କିନ୍ତୁ ଆଗ ପଟୁ ଖୋଲି ନଥିଲା । ତାପରେ ବିମାନ ବାଡେଇ ହୋଇ କ୍ରାସ ହୋଇଗଲା । ଏହି ବିମାନରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଇଷ୍ଟର୍ଣ୍ଣ ଏୟାରଲାଇନର ଆଉ ଏକ ବିମାନ ଦୁର୍ଘଟଣାର ଶିକାର ହୋଇଥାନ୍ତା କିନ୍ତୁ ଏହି ବିମାନରେ ଥିବା ଓଭେନ୍ ଯୋଗୁଁ ନିଆଁ ଲାଗିବ ବୋଲି ଜାଣି ପାରିଥିଲା । ସେହି ସମୟରେ ଏହି ଭୂତ ଆସି ଏହା ଜାଣି ପାରିଥିଲା ଆଉ ବିମାନରେ ଏହା ରୋକିବାକୁ ଏହି ଭୂତ ଚାହିଁଥିଲା । ଏହି ଭୂତ ଇଞ୍ଜିନିୟର ଥିଲେ । ଏହାପରେ ଏହି କାରଣରୁ ବିମାନ ଦୁର୍ଘଟଣା ହେବାରୁ ବଞ୍ଚି ଯାଇଥିଲା ।