ଏଫ୍‌ଏମ୍ କଲେଜ ପ୍ରଫେସରଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ.. ଘରେ ପଶି ଉଦ୍ୟମ କଲେ ଦୁର୍ବୃତ୍ତ, ଜାଣନ୍ତୁ ପୁରା‌ ଘଟଣା

ଏଫ୍‌ଏମ୍‌ କଲେଜ ସହକାରୀ ପ୍ରଫେସରଙ୍କ ନିର୍ଯାତନା ସହି ନପାରି ଗତ ୧୨ ତାରିଖରେ ସୌମ୍ୟାଶ୍ରୀ ଆତ୍ମାହୁତି ଉଦ୍ୟମ କରିଥିଲେ। ଦେହରେ ପେଟ୍ରୋଲ୍‌ ଢାଳି ନିଆଁ ଲଗାଇ ଦେଇଥିଲେ ସୌମ୍ୟାଶ୍ରୀ। ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବରସ୍ଥିତ ଏମ୍‌ସରେ ଭର୍ତ୍ତି କରାଯାଇ ଥିଲା। ୧୪ ତାରିଖ ରାତି ୧୧ଟା ୪୬ ମିନିଟ୍‌ ସମୟରେ ସେ ଜୀବନ ଯୁଦ୍ଧରେ ହାରି ଯାଇଥିଲେ।

ବର୍ତମାନ ଖବର ସାମ୍ନାକୁ ଆସିଛି। ଏଫ୍‌ଏମ୍ କଲେଜ ପ୍ରଫେସରଙ୍କ ଘରେ ପଶି ସ୍ତ୍ରୀକୁ ଦୁଷ୍କର୍ମ। ଏଫ୍‌ଏମ୍ କଲେଜ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ। ଘରେ ପଶି ଦୁଷ୍କର୍ମ ଉଦ୍ୟମ କଲେ ଦୁର୍ବୃତ୍ତ। ସୌମ୍ୟାଶ୍ରୀଙ୍କ ସହ ହୋଇଥିବା ଅନ୍ୟାର ରାଗରେ ଭୁଲ ପଦକ୍ଷେପ ଉଠାଇବା ଆରମ୍ଭ ହୋଇଛି। କିଛି ଦୁର୍ବୃତ୍ତ ଜଣେ ଆସିଷ୍ଟାଣ୍ଟ ପ୍ରଫେସରଙ୍କ କ୍ୱାର୍ଟରରେ ପସି ତାଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଛନ୍ତି। ଘରେ ଆସିଷ୍ଟାଣ୍ଟ ପ୍ରଫେସର ନଥିଲେ। ଏହାର ସୁଯୋଗ ପାଇଁ ଜଣେ ଯୁବକ ତାଙ୍କ କ୍ୱାର୍ଟରେ ପସିଥିଲା।

ତେବେ ବାଲେଶ୍ଵର ଫକୀର ମୋହନ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ । ଜଣେ ସହକାରୀ ପ୍ରଫେସରଙ୍କ କ୍ବାର୍ଟର୍ସରେ ପଶି ଦୁଷ୍କର୍ମ ଉଦ୍ୟମ କରିଥିଲା ଯୁବକ । ଏହାପରେ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ସ୍ତ୍ରୀ ଶନିବାର ରେମୁଣା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ରେମୁଣା ପୋଲିସ ଜଣେ ଯୁବକକୁ ଅଟକ ରଖିଛି। ଅଟକ ଯୁବକ ଯୁବକ ନୀଳଗିରି ଅଞ୍ଚଳର ହରିହର ପାତ୍ର ବୋଲି ପୋଲିସ ସୂଚନା ଦେଇଛି।

ବାଲେଶ୍ଵର ଫକୀର ମୋହନ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଭିତରେ ଥିବା କ୍ବାର୍ଟରରେ ପ୍ରଫେସର ନଥିବାବେଳେ ଗ୍ୟାସ୍ ମରାମତି ବାହାନାରେ ପଶିଥିଲା । ପରେ ପ୍ରଫେସରଙ୍କ ସ୍ତ୍ରୀଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିଥିଲା । ପ୍ରଫେସରଙ୍କ ସ୍ତ୍ରୀ କୌଶଳକ୍ରମେ ଖସି ଆସି ସ୍ବାମୀଙ୍କୁ ଫୋନ କରିଥିଲେ । ଏହି ସମୟରେ ଶ୍ରମିକ ଜଣକ ଦୌଡ଼ି ପଳାଇବାବେଳେ ଗୋଡାଇ ଗୋଡାଇ ଧରିଥିଲେ ସିକ୍ୟୁରିଟି ଗାର୍ଡ । ପରେ ଶ୍ରମିକକୁ ପୋଲିସର ଜିମା ଦିଆଯାଇଛି ।