ଫ୍ଲାଇଟରେ ଏମିତି ବି ହୁଏ! ସତ ଜାଣିଲେ କାନକୁ ବିଶ୍ବାସ ହେବନି, ଜାଣନ୍ତୁ ଫ୍ଲାଇଟ ବିଷୟରେ କିଛି ରୋଚକ କଥା

ଉଡାଜାହାଜରେ ବସି ଅତି ସହଜରେ ଗୋଟାଏ ସ୍ଥାନରୁ ଆଉ ଗୋଟାଏ ସ୍ଥାନକୁ ଖୁବ୍ ସମୟରେ ଯାତ୍ରା କରିବାକୁ ସମସ୍ତଙ୍କୁ ମଜା ଲାଗେ। କିନ୍ତୁ ଉଡାଜାହାଜ ଇତିହାସରେ କିଛି ଏମିତି ରୋଚକ ଘଟଣା ରହିଛି ଯାହା ଯେତିକି ମଜାଦାର ସେତିକି ଭୟଙ୍କର। ଚାଲନ୍ତୁ ସେଗୁଡିକ ବିଷୟରେ ଜାଣିବା। ବିନା ପାରାସୁଟ ରେ ଉଡାଜାହାଜ ରୁ ତଳକୁ ପଡ଼ିଲେ ମୃତ୍ୟୁ ନିଶ୍ଚିନ୍ତ। ଯେତେବେଳେ ରାଇଟବ୍ରଦର୍ସ ଉଡାଜାହାଜ ଉଦ୍ଭାବନା କରିଥିଲେ ସେମାନେ କେବେହେଲେ ଭାବିନଥିବେ ୧୦ କିଲୋମିଟର ରୁ ଅଧିକ ଉଚ୍ଚତାରୁ ବିନା ପାରାସୁଟ ରେ ତଳେ ପଡ଼ି କେହି ନିଜ ଜୀବନ ବଞ୍ଚାଇ ପାରିବ।

କିନ୍ତୁ ଏକ ଉଡାଜାହାଜ ଅପାତକାଳୀନ ପରିସ୍ଥିତିରେ ଜଣେ ଏଆରହସ୍ଟେସ୍ ୧୦୧୬୦ ମିଟର ଉଚ୍ଚତାରୁ ଗୋଟିଏ ଟ୍ରଲି ଏବଂ କ୍ୟାବିନକ୍ୱି ର ଜଣେ ବ୍ୟକ୍ତିଙ୍କ ଶବ ସହ ଜମ୍ପ କରିଥିଲେ। ଆଉ ସମୁଦ୍ରରେ ପଡ଼ି ନିଜ ଜୀବନ ବଞ୍ଚାଇଥିଲେ। ଏତେ ଉଚ୍ଚତାରୁ ପଡ଼ି ଜୀବନ ବଞ୍ଚାଇବାର ଏହା ଗିନିଜ୍ ବୁକ୍ ଅଫ୍ ରେକଡ୍ ର ୱାଡ ଆଜି ଯାଏଁ କେହି ଭାଙ୍ଗି ପାରି ନାହାନ୍ତି। ମଝି ଆକାଶରେ ଉଡାଜାହାଜ ଥିବାବେଳେ କାହାର ମୃତ୍ୟୁ ହେଲେ ତାଙ୍କ ଶବକୁ କଣ କରାଯାଏ? ଅନ୍ୟ କୋଉଠି ରଖାଯାଏ ନାହି ତାଙ୍କ ଶବକୁ ବରଂ ତାଙ୍କ ନିଜ ସିଟ ରେ ସେହି ଭଳି ବସାଇ ଦିଆଯାଏ।

ଆଉ ତାଙ୍କ ଉପରେ ଏକ କପଡା ଘୋଡେ଼ଇ ଦିଆଯାଏ ଆଉ ତାଙ୍କ ମୁହଁକୁ ସେହି ଭଳି ଖୋଲା ଛଡ଼ା ଯାଏ। ୫୦୦ ରୁ ଅଧିକ ଇଣ୍ଟରନ୍ୟାସନାଲ ପାଇଲଟ୍ ମାନଙ୍କୁ ନେଇ କରାଯାଇଥିବା ଏକ ସର୍ଭେ ରେ ପ୍ରାୟ ୪୩ ପ୍ରତିଶତ ପାଇଲଟ ମାନିଥିଲେ କି ପ୍ଲେନ୍ ଉଡ଼ାଇବା ସମୟରେ ସେମାନେ ଅନେକ ଥର ଢ଼ୁଳାନ୍ତି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେକି ମରୁଭୂମି ପରି ଶୁଷ୍କ ସ୍ଥାନର ପବନରୁ ମଧ୍ୟ ଅଧିକ ଶୁଷ୍କ ହୋଇଥାଏ ଏଆର ପ୍ଲେନ ଭିତରର ପବନ। ସେହିପରି ଏକ ସର୍ଭେରୁ ଜଣାପଡ଼ିଛି ଏଆର ପ୍ଲେନ ଭିତରରେ ଥିବା ପାଣି ବୋତଲରୁ ଭାରି ମାତ୍ରାରେ ବ୍ୟାକ୍ଟେରିଆ ମିଳିଥାଏ।

ଦୁନିଆର ସବୁଠାରୁ ବଡ ଯାତ୍ରୀ ଉଡାଜାହାଜ ହେଉଛି ଏଆର୍ ବସ୍ A380 ଏହା ଏକ ଡବଲ ଟେକର ଉଡାଜାହାଜ ଅଟେ। ଏହି ଉଦହଜାର ର ବେଗ ୧୦୨୦ କିଲୋମିଟର ପ୍ରତି ଘଣ୍ଟା ଅଟେ। ଯାହାକି ୨୭ ଏପ୍ରିଲ ୨୦୦୫ ରେ ପ୍ରଥମ ଉଡାଣ ଭାରିଥିଲା। ୧୯୭୭ ରେ ଉଡାଜାହାଜର ସବୁଠୁ ବଡ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣା ଦୁଇଟି ଉଡାଜାହାଜ ସାମ୍ନାସାମ୍ନି ଧକ୍କା ହେତୁ ହୋଇଥିଲା। ଏବଂ ଏହି ଦୁର୍ଘଟଣା ରେ ୫୦୦ ଯାତ୍ରୀ ମୃତ୍ୟୁ ବରଣ କରିଥିଲେ।