କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ନେଇ ସାଂଘାତିକ ଖୁଲାସା, ସେଦିନ ରାତିରେ…

ଗିରଫ ପରେ ଜେଲରେ ଅଛନ୍ତି ନିଲମ୍ବିତ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ। ଭୁବନେଶ୍ୱର SDJM କୋର୍ଟରେ ହାଜର ପରେ ଝାରପଡ଼ା ଜେଲ ଯାଇଛନ୍ତି। ବଳାତ୍କାର ଅଭିଯୋଗରେ ଗିରଫ ହୋଇଥିବା ଉଦିତଙ୍କୁ କଂଗ୍ରେସ ନିଲମ୍ବନ କରିଛି। ତେବେ ଏହାରି ଭିତରେ ବଡ଼ ଖବର ଆସ୍ନାକୁ ଆସିଛି। ନିଲମ୍ବିତ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ସହଯୋଗୀ ଗିରଫ ହୋଇଛନ୍ତି।

ଉଦିତ ପ୍ରଧାନଙ୍କ ଅନ୍ୟତମ ସହଯୋଗୀ ଆୟୁଷ୍ମାନ ସାହୁ ଗିରଫ। କାଲି ଭିଡିଓ କରି ଉଦିତଙ୍କ ଦୋଷ ନ ଥିବା କହିଥିଲେ ଆୟୁଷ୍ମାନ।
ତେବେ ବଳାତ୍କାର ମାମଲାକୁ ଗଣବଳାତ୍କାର ମାମଲାରେ ପରିବର୍ତ୍ତନ କରିଛି ପୋଲିସ। ଆୟୁଷ୍ମାନଙ୍କ ବିରୋଧରେ ପୀଡ଼ିତା ବୟାନ ଦେଇଥିବା ପୋଲିସ ସୂଚନା ଦେଇଛି।

ଉଦିତ ଗିରଫ ପରେ କହିଛନ୍ତି, ଏହା ଭାଜପା ସରକାରର ପ୍ଲାନ। ଏବିଭିପି ଯୋଜନା କରି ଫସେଇ ଦେଇଛି। ମେଡିକାଲ ରିପୋର୍ଟ ଆସିଲେ ସତ୍ୟତା ଜଣାପଡିବ। ଆଗକୁ ନିର୍ବାଚନ ଆସୁଛି, ସେଥିପାଇଁ ମୋତେ ଫସାଯାଉଛି। ସେ ଯୁବତୀ କିଏ ମୁଁ ଜାଣିନାହିଁ। ମେଡିକାଲ ରିପୋର୍ଟ ଆସିଲେ ସତ ଜଣାପଡିବ ବୋଲି କହିଛନ୍ତି ଉଦିତ।

ସୂଚନାଯୋଗ୍ୟ, ଜଣେ ୧୯ ବର୍ଷୀୟା ଛାତ୍ରୀଙ୍କୁ ମୃଦୁ ପାନୀୟରେ ନିଶା ଦେଇ ବଳାତ୍କାର କରିବା ଅଭିଯୋଗରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ପୋଲିସ ରବିବାର ରାତିରେ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, ପୀଡ଼ିତା ତାଙ୍କର ଜଣେ ସାଙ୍ଗ ଅନ୍ୟ ଜଣେ ଯୁବକଙ୍କ ସହ ଗତ ମାର୍ଚ୍ଚ ୧୮ ସଂଧ୍ୟାରେ ମାଷ୍ଟରକ୍ୟାଣ୍ଟିନକୁ ବୁଲି ଯାଇଥିଲେ। ଏହାପରେ ସେଠାରେ ଉଦିତ ସେମାନଙ୍କ ଗାଡ଼ିରେ ଆସି ବସିଥିଲେ। ତାଙ୍କୁ ବୁଲେଇ ନେବାକୁ କହି ମଞ୍ଚେଶ୍ୱର ଥାନା ଅଞ୍ଚଳର ଏକ ହୋଟେଲକୁ ନେଇଯାଇଥିଲେ। ସେଠାରେ ଉଦିତ ଓ ଅନ୍ୟମାନେ ମଦ୍ୟପାନ କରିଥିଲେ। ଉଦିତ ତାଙ୍କୁ ମୃଦୁ ପାନୀୟରେ ନିଶା ଦ୍ରବ୍ୟ ମିଶାଇ ପିଇବାକୁ ଦେବା ପରେ ତାଙ୍କ ମୁଣ୍ଡ ବୁଲେଇଥିଲା। ସେ ଘରକୁ ଯିବାକୁ ଚେଷ୍ଟା କରିବାରୁ ଉଦିତ ଓ ଅନ୍ୟମାନେ ତାଙ୍କୁ ଛାଡ଼ି ନ ଥିଲେ। ତାଙ୍କୁ ନିଶା ହୋଇଯିବା ପରେ ଉଦିତ ତାଙ୍କୁ ବଳାତ୍କାର କରିଥିଲେ। ପ୍ରାୟ ୩୦ମିନିଟ ପରେ ତାଙ୍କ ଆଖି ଖୋଲିବାରୁ ଏ ବିଷୟରେ ସେ ଜାଣିପାରିଥିଲେ। ଉଦିତ ତାଙ୍କୁ ଧମକ ଦେବାରୁ ସେ ଚୁପ ରହିଥିଲେ। ତେବେ ବର୍ତ୍ତମାନ ପରିସ୍ଥିତିରେ ନାରୀଙ୍କୁ ନ୍ୟାୟ ଦେବା ଅଭିଯାନ ଚାଲିଥିବା ବେଳେ ପୀଡ଼ିତା ସାହସ କରି ଏତଲା ଦେଇଛନ୍ତି ବୋଲି ଜଣାଇଛନ୍ତି।