ଉପରାଷ୍ଟ୍ରପତି ନିର୍ବାଚନରେ ବିଜେପିକୁ କନ୍ଦାଇବ ବିଜେଡି! ମୋଦୀଙ୍କୁ ଚକମା ଦେବେ ନବୀନ, ଜାଣନ୍ତୁ ପୁରା‌ ଖବର

ଆଗକୁ ଉପ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଆଉ ଏହି ନିର୍ବାଚନରେ ବିଜେପିକୁ ବିଜେଡି କନ୍ଦାଇବ । ସବୁବେଳେ ପଦ୍ମ ସାଥ ଦେଉଥିବା ଶଙ୍ଖ ଏବେ ଖେଳିବ ଖେଳ । ନବୀନଙ୍କ ମାଷ୍ଟର ଷ୍ଟ୍ରୋକରେ ସଂସଦରେ ଥରହର ଶାସକ ଦଳ । ଉପ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଦେବନି ।

ଟିମ୍ ନବୀନଙ୍କ ଓଲଟା ମାଡ଼ରେ ବେହାଲ ହେବ ଏନଡିଏର ବଡ ପ୍ଲାନ୍ । ଉପ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଚର୍ଚ୍ଚା ହେବା ଦିନଠୁ କଥା ଉଠିଥିଲା କି ବିଜେଡି କାହାକୁ ସମର୍ଥନ କରିବ । ଉପ ରାଷ୍ଟ୍ରପତି ନିର୍ବାଚନରେ କଣ ହେବ ଏନଡିଏ ପ୍ରାର୍ଥୀଙ୍କ ଭାଗ୍ୟ । ଏନଡିଏକୁ ସମର୍ଥନ କରୁଥିବା ବିଜେଡି ଏବେ ବଦଳି ଯିବ ବୋଲି ଖବର ଆସୁଛି । ଏଥର ନିଜ ଅଭିମୁଖ୍ୟ ବଦଳାଇବ ଦଳ । ଏବେ ଟିମ୍ ନବୀନ ଫୁଲ ଦମରେ ଅଛନ୍ତି । ଆଉ ଅନେକ କିଛି ପରିବର୍ତ୍ତନ ହେବ ବୋଲି ଲାଗୁଛି ।

ପୂର୍ବତନ ସାଂସଦ ମହେଶ ସାହୁ କହିଛନ୍ତି ବିଜେଡି ଦଳ ଏଥର ଉପ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ଦଳକୁ ସମର୍ଥନ କରିବ ନାହିଁ । ଏନଡିଏ ଯେଉଁ ପ୍ରାର୍ଥୀଙ୍କୁ ଉପ ରାଷ୍ଟ୍ରପତି ଭାବେ ଆଗକୁ ଆଣିବ ତାଙ୍କୁ ସମର୍ଥନ କରିବ ନାହିଁ ବିଜେଡି ଦଳ । ବିଗତ ଦିନରେ ନରେନ୍ଦ୍ର ମୋଦୀ ଓଡିଶାର ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିଥିଲେ ଆଉ ଏହି ନିଷ୍ପତ୍ତିକୁ ସମସ୍ତ ବିଜେଡି ଦଳ କର୍ମୀ ସମର୍ଥନ କରିଥିଲେ । କିନ୍ତୁ ଏବେ ଏଭଳି ପରିସ୍ଥିତି ନାହିଁ । ଆଉ ଏବେ ପରିସ୍ଥିତି ବଦଳି ଯାଇଛି ।

ଏବେ କଥା ଆସୁଛି କି ବିଜେଡି ଦଳ କାହାକୁ ସମର୍ଥନ କରିବ । ଯଦି ବିଜେଡି ଦଳ କେଉଁ ପ୍ରାର୍ଥୀଙ୍କୁ ସମର୍ଥନ କରିବ ନାହିଁ ତାହେଲେ ବିଜେଡି ଦଳ ଦିଲ୍ଲୀ ରାଜନୀତିରେ ବିଜେଡି ନିଜର ଓଜନ ହରାଇବ । ଏବେ ଦେଖିବାକୁ ବାକି ରହିଲା ବିଜେଡି ଦଳର ସଭାପତି ନବୀନ ପଟ୍ଟନାୟକ କଣ ନିଷ୍ପତ୍ତି ନେଉଛନ୍ତି । ଏବେ ଉପ ରାଷ୍ଟ୍ରପତି ପଦ ଖାଲି ପଡ଼ିଛି । ଆଉ ଏହି ପଦ ପାଇଁ ଏନଡିଏ ନିଜ ପ୍ରାର୍ଥୀ ଘୋଷଣା କରିନାହିଁ । ଏବେ ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ ନ କରିଲେ ବିଜେପି ପ୍ରେମ ପଦାରେ ପଡ଼ିବ ଆଉ ଏବେ ଏହାକୁ ନେଇ ଅନେକ କଥା ଆସୁଛି ।