ଖୁଲମଖୁଲା ଲେଖାଶ୍ରୀଙ୍କୁ ଶୁଣାଇଲେ ବହେ କଥା… ଫାଶୀକୁ ଡରିନି କହି ଗର୍ଜିଲେ ବିଧାୟକ ସନ୍ତୋଷ, ଜାଣନ୍ତୁ କଣ କହିଲେ

ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଡ଼ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଉପରେ ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଅଶାଳୀନ ମନ୍ତବ୍ୟ ମାମଲାରେ ରାଜ୍ୟ ମହିଳା କମିସନଙ୍କ ଦ୍ୱାରସ୍ଥ ହେଲା ବିଜେଡି। ସନ୍ତୋଷ ଖଟୁଆ ଦେଇଥିବା ଅଶାଳୀନ ମନ୍ତବ୍ୟକୁ ନେଇ ଆଜି ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଟୁକୁନି ସାହୁଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ଏକ ପ୍ରତିନିଧୂ ମଣ୍ଡଳୀ ରାଜ୍ୟ ମହିଳା କମିସନଙ୍କ ପାଖରେ ଅଭିଯୋଗ ଦାଖଲ କରିଛନ୍ତି ।

ଏହା ପୂର୍ବରୁ, ଡ଼ ସାମନ୍ତସିଂହାର ମହିଳା ଥାନାରେ ଏକ ଏଫଆଇଆର ଦାଖଲ କରିଥିଲେ, ଯାହା ପଞ୍ଜିକୃତ ହୋଇଛି‌। ସେଥିରେ ଉଲ୍ଲେଖ ଅଛି ବିଧାୟକ ଖଟୁଆ ଜଣେ ନାରୀ ନେତ୍ରୀଙ୍କ ପ୍ରତି ଦେଇଥିବା ଅଶାଳୀନ ମନ୍ତବ୍ୟ କୌଣସି ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ। ଶ୍ରୀ ଖଟୁଆଙ୍କ ମନ୍ତବ୍ୟ କେବଳ ଲେଖାଶ୍ରୀଙ୍କର ସମ୍ମାନ ଉପରେ ନୁହଁ ବରଂ ସମଗ୍ର ନାରୀ ଜାତିର ମାନ ସମ୍ମାନ ଉପରେ ଆଞ୍ଚ ଆଣିଛି ବୋଲି ସ୍ମାରକପତ୍ରରେ କୁହାଯାଇଛି ।

ଅନ୍ୟ ପକ୍ଷରେ ସନ୍ତୋଷ କହିଛନ୍ତି, ମୋ ବିରୋଧରେ ଷଡ଼ଯନ୍ତ୍ର କରିଛନ୍ତି ପୂର୍ବତନ ବିଧାୟକ ତଥା ବିଜେଡିର ସାଂସଦ ପ୍ରାର୍ଥୀ । ଏମିତି କିଛି କହିଛନ୍ତି ଅଭିଯୁକ୍ତକୁ ଭିଡ଼ିଓରେ ନାଁ ନେବା ପାଇଁ ମଧ୍ୟ କୁହାଯାଇଥିଲା ଏମିତି କିଛି କହିଛନ୍ତି ବିଜେପି ବିଧାୟକ ସନ୍ତୋଷ ଖଟୁଆ । ଏଥିସହ ସେ କହିଛନ୍ତି ବିଧାୟକଙ୍କ ନାଁ ନେବା ପାଇଁ ବାଧ୍ୟ କରାଯାଇଥିଲା ।

ବିଧାୟକଙ୍କ ନାଁ ନେଲେ ତାଙ୍କୁ ଖସେଇ ଦିଆଯିବ ବୋଲି କୁହାଯାଇଥିଲା । ବିଜେଡି ସମୟରେ ୩୦ ଟି ହାତୀ ମରିଛନ୍ତି । ଯିଏ ବ୍ୟକ୍ତିଗତ ଆକ୍ଷେପ ଆରମ୍ଭ କରିଛନ୍ତି, ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା କଥା । ପୋଲିସ ନିକଟରେ ଅଭିଯୋଗ କରିଛି । ମାନହାନି ମକଦ୍ଦମା କରିଛି । ଆଇନ ତା ବାଟରେ ଯିବ ମୋର ଭରସା ଅଛି । ଗ୍ରାଉଣ୍ଡକୁ ନେଇ ମୋର ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ପଚାରନ୍ତୁ…