ଆସିଲା ଭବିଷ୍ୟବାଣୀ… ଘଟିବାକୁ ଯାଉଛି ଆଉ ଏକ ବିମାନ ଦୁର୍ଘଟଣା! ଇତିହାସ ପାଲଟିବ ଜୁଲାଇ ୨୦୨୫! ଜାଣନ୍ତୁ

ବର୍ତ୍ତମାନ ସମୟରେ କିଛି ଏମିତି ଭବିଷ୍ୟବାଣୀ ଜଣାପଡିଛି, ଯାହା ଜୁଲାଇ ୨୦୨୫ ମାସଟି ଅନେକ ଦୁର୍ଘଟଣାର ମୁକ ସାକ୍ଷୀ ବନିବାକୁ ଯାଉଛି। ୨୦୨୫ ପାଇଁ ବାବା ଭେଙ୍ଗାଙ୍କର ଭବିଷ୍ୟବାଣୀକୁ ନେଇ ପୁଣିଥରେ ଚର୍ଚ୍ଚାକୁ ଆସିଛି। ପାଣିପାଗ ଠାରୁ ଆରମ୍ଭ କରି ରୋଗ ବ୍ୟାଧି ଏବଂ ବିଶ୍ବ ସ୍ତରୀୟ ରାଜନୀତି ସହିତ ଜଡିତ ଅନେକ ଘଟଣା ରହିଛି ସାମିଲ। ଏମିତିରେ ବାବା ଭେଙ୍ଗାଙ୍କର ଅନେକ ଭବିଷ୍ୟବାଣୀ ପୂର୍ବରୁ ମଧ୍ୟ ସତ ହେଇ ସାରିଛି। ଆଉ ଲୋକ ମାନେ ବର୍ତ୍ତମାନ ଜାଣିବା ପାଇଁ ଚାହୁଁଛନ୍ତି ଯେ ଜୁଲାଇ ମାସରେ କଣ ଅଘଟଣା ଘଟିବାକୁ ଯାଉଛି।

ତେବେ ଜୁଲାଇ ମାସ ଏକ ଭୟଙ୍କର ବିନାଶର ସାମ୍ନା କରିବାକୁ ଯାଉଛି। ଜୁନ ଜୁଲାଇ ୨୦୨୫ ମଧ୍ୟରେ ଅନେକ ବଡ ବଡ ପ୍ରାକୃତିକ ବିପର୍ଯ୍ୟୟ ଓ ମନୁଷ୍ୟକୃତ ଦୁର୍ଘଟଣାମାନ ଘଟଣା ଘଟିବାକୁ ଯାଉଛି। ଏହାର ଭବିଷ୍ୟବାଣୀ ବାବା ଭେଙ୍ଗା କରିସାରିଛନ୍ତି। ଅଗ୍ନିବାୟୁ ଏବଂ ଜଳ ସହିତ ସମ୍ବୋଧିତ ବିନାଶ ମଧ୍ୟ ବହୁତ୍ ମାତ୍ରାରେ ଦେଖିବାକୁ ମିଳିବ ଜୁଲାଇ ମାସରେ। ଯାହାର ସଂକେତ ବାବା ଭେଙ୍ଗା ଦେଇ ସାରିଛନ୍ତି। ଜ୍ୟୋତିଷ ମାନଙ୍କର କହିବା ଅନୁସାରେ ୭ ଜୁନରୁ ଆରମ୍ଭ କରି ୨୮ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ଅଙ୍ଗାରକ ଯୋଗ ସକ୍ରିୟ ରହିଛି।

ଆଉ ଏହି ଯୋଗରେ ସଡ଼କ ଦୁର୍ଘଟଣା ଅନେକ ବଡ ବଡ ବିସ୍ଫୋରଣ ଏବଂ ବିମାନ ଦୁର୍ଘଟଣା ଘଟିବା ନେଇ ସମ୍ଭାବନା ବଢ଼ି ପାରେ। ବାବା ଭେଙ୍ଗା ମଧ୍ୟ ଆହୁରି ଭବିଷ୍ୟବାଣୀ କରି କହିଛନ୍ତି ଯେ ୨୦୮୪ ମସିହା ସୁଦ୍ଧା ଲୋକେ ବହୁତ ଶୀଘ୍ର ବୃଦ୍ଧ ହେବା ଆରମ୍ଭ କରିବେ। ୨୦୮୮ ମସିହାରେ ଏମିତି ଏକ ଭାଇରସ ଆସିବ ଯାହାଦ୍ଵାରା ସମସ୍ତେ ଶୀଘ୍ର ବୃଦ୍ଧ ହେଇଯିବେ। ଆଉ ୨୦୯୭ ବେଳକୁ ସେହି ଭାଇରସଟି ସମ୍ପୂର୍ଣ୍ଣ ଭାବରେ ଲୋପ ପାଇଯିବ। ବାବା ଭେଙ୍ଗାଙ୍କର ଭବିଷ୍ୟବାଣୀରେ ଆଉ ଏକ କଥା ମଧ୍ୟ ସେ କହିଯାଇଛନ୍ତି ଯେ, ଏମିତି ଏକ ସମୟ ଆସିବ ଯେତେବେଳେ ମଣିଷର ଆୟୁଷ ଗୋଟେ ବର୍ଷ ପର୍ଯ୍ୟନ୍ତ ସୀମିତ ରହିବ।

ଅର୍ଥାତ୍ ଲୋକେ ୨୦ ବର୍ଷରୁ ଅଧିକ ବୟସ ପର୍ଯ୍ୟନ୍ତ ବଞ୍ଚି ପାରିବେନି। ବର୍ତ୍ତମାନ ସମୟରେ ଜୁଲାଇ ମାସ ପାଇଁ ଯଦି ତାଙ୍କର ଭବିଷ୍ୟବାଣୀ ଗୁଡ଼ିକ ବିଚାରକୁ ନିଆଯାଏ ତେବେ ନିହାତି ଭାବରେ ଜୁଲାଇ ମାସ ପାଇଁ ସତର୍କତା ଅବଲମ୍ବନ କରିବା ଉଚିତ୍। ତେବେ ବାବା ଭେଙ୍ଗାଙ୍କର ଜନ୍ମ ୧୯୧୧ ମସିହା ବୁଲଗେରିଆରେ ହେଇଥିଲା। ସେ ରୋଗ କାରଣ ପାଇଁ ଅତିକମ୍ ବୟସରୁ ନିଜର ଦୃଷ୍ଟିଶକ୍ତି ହରାଇ ବସିଥିଲେ। ଆଉ ଏହି ଘଟଣାଟି ଘଟିବା ପରେ ଦାବି କରି କୁହାଯାଏ ଯେ, ତାଙ୍କ ଭିତରେ ଭବିଷ୍ୟତ ଦେଖିବାର ଶକ୍ତି ରହିଛି।