ଯାଜପୁରରେ ଆସିଲା ପ୍ରଳୟ, ଭାଙ୍ଗିଗଲା ନଦୀ ବନ୍ଧ, ୧୦୦ ଫୁଟର ଘାଇ ଦେଇ ଗାଁରେ ପଶିଲା ବନ୍ୟା ପାଣି, ବୁଡ଼ି ଭାସିଗଲେ ଲୋକ

ଏବେ ତ ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ବର୍ଷା ହେଉଛି । ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହେବା କାରଣରୁ ଅନେକ କିଛି କ୍ଷୟକ୍ଷତି ହୋଇଥିବାର ଖବର ଏବେ ସାମ୍ନାକୁ ଆସିଛି । ଏବେ ଯାଜପୁର ଜିଲ୍ଲାର କିଛି ଖବର ସାମ୍ନାକୁ ଆସିଛି । ମାଡି ଆସିଲା ପ୍ରଳୟ ଆଉ ଯାଜପୁରରେ ଭାଙ୍ଗିଗଲା ନଦୀବନ୍ଧ । ନଦୀବନ୍ଧ ଭାଙ୍ଗିବା ଦ୍ବାରା ଅନେକ ଲୋକ ନଦୀରେ ଭାସିଗଲେ । ଏହି ପାଣି ଆସିବା ଯୋଗୁଁ ହଜାର ହଜାର ଲୋକ ବୁଡି ଭାସିଗଲେ । ଏହି ବନ୍ୟା ପାଣିରେ ଶହ ଶହ ଘର ବୁଡି ଯାଇଛି ।

୧୦୦ ଫୁଟର ଘାଇ ହୋଇଛି ଆଉ ଏହି ଘାଇ ହେବା ଦ୍ଵାରା ଗାଁରେ ପାଣି ପଶିଯାଇଛି । ହଠାତ୍ ଭାଙ୍ଗିଗଲା ନଦୀବନ୍ଧ । ବନ୍ୟା ପାଣି ବଡ ନଦୀବନ୍ଧକୁ ଭସାଇ ଦେଇଛି । ଏହି ବନ୍ୟା ପାଣି ସବୁକିଛି ଏବେ ଧ୍ଵଂସ କରିଦେଇଛି । ବୈତରଣୀ ନଦୀର ପାଣି ପୁରା ଗାଁକୁ ଗିଳି ପକାଇଛି । ଶୁ ଶୁ ଗର୍ଜନ କରି ନଦୀ ପାଣି ପଶି ଯାଉଛି । କେହି ଏହି ପାଣିକୁ ଅଟକେଇ ପାରୁନାହାନ୍ତି । ଯାଜପୁର ଜିଲ୍ଲାରେ ଏବେ ବୈତରଣୀ ନଦୀର ତାଣ୍ଡବ ଦେଖିବାକୁ ମିଳୁଛି । ଏବେ ଲୋକମାନେ ତ୍ରାହି ତ୍ରାହି ବୋଲି ଡାକୁଛନ୍ତି ।

ବୈତରଣୀରେ ଦ୍ଵିତୀୟ ବନ୍ୟା ଆସିଛି । ସାଙ୍ଘାତିକ ରୂପ ଧାରଣ କରିଛି ବୈତରଣୀ ନଦୀ । ବୈତରଣୀ ନଦୀର ଜଳସ୍ତର ବଢ଼ିବାକୁ ଲାଗୁଛି । ଦାଶରଥପୁର ବ୍ଲକ ବୈତରଣୀ ନଦୀର ଶାଖା ନଦୀ କାଣୀ ନଦୀରେ ସାଙ୍ଘାତିକ ବନ୍ୟା ଆସିଛି । କଶବା ପଞ୍ଚାୟତ ବଙ୍ଗଳାବାଡି ନିକଟରେ ୧୦୦ ଫୁଟର ଘାଇ ହୋଇଛି । ଆଉ ବନ୍ୟା ପାଣି ଶୁ ଶୁ ହୋଇ ଗାଁ ଭିତରକୁ ପ୍ରବେଶ କରୁଛି । ୨୦ ଖଣ୍ଡ ପଞ୍ଚାୟତ ବନ୍ୟା ପାଣିରେ ବୁଡି ଗଲାଣି । ହଜାର ହଜାର ଲୋକ ଏବେ ବନ୍ୟା ପାଣି ଘେରରେ ରହୁଛନ୍ତି ।

ଘରଦ୍ୱାର ସବୁ ବୁଡି ଯାଇଛି । ଆଉ ଅନେକ ଲୋକ ପାଣି ଘେରରେ ରହିଛନ୍ତି । ନଦୀବନ୍ଧରେ ଘାଇ ସୃଷ୍ଟି ହୋଇଛି । ଆଉ ଏହି ଘାଇ ୧୦୦ ଫୁଟର । ବୈତରଣୀ ନଦୀର ପାଣି ବଢିବାରୁ କାଣୀ ନଦୀରେ ବନ୍ୟା ଆସିଥିଲା । ଆଉ ଏହି ବନ୍ୟା ହେବା କାରଣରୁ ୨୦ ଖଣ୍ଡ ପଞ୍ଚାୟତର ଅନେକ ଗାଁରେ ପାଣି ପଡ଼ିଯାଇଛି । ଏବେ ଲାଗୁଛି କି ଏହି ୨୦ ଖଣ୍ଡ ପଞ୍ଚାୟତ ଲୋପ ପାଇଯିବ । ଅଗ୍ନିଶମ ବାହିନୀ ସେହି ସ୍ଥାନରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଥିଲେ । ଏବେ ପୋଲିସ ମଧ୍ୟ ମୁତୟନ କରାଯାଇଛି ।