ବ୍ୟାଙ୍କ ଅଧିକାରୀ ବୋଲି ଇନ୍ଦ୍ର ଚନ୍ଦ୍ର ମାନିବେନି, ଯବାନଙ୍କୁ ଗାଳି ଦେଇ ଫସିଗଲେ, ଜାଣନ୍ତୁ ପୁରା‌ ଘଟଣା

ବ୍ୟାଙ୍କ୍ କର୍ମଚାରୀ ରୁବାବ ଦେଖାଉଥିଲେ ଆଉ ଏବେ ତାଙ୍କୁ ଏଭଳି ଫଳ ମିଳିଛି । ଏହି ବ୍ୟାଙ୍କ୍ କର୍ମଚାରୀ ଜଣକ ଭାରତୀୟ ଯବାନ ଜଣଙ୍କୁ ଏଭଳି ଗାଳି କରିଲେ ଯାହାକୁ ନେଇ ଅନେକ ଖବର ଆସୁଥିଲା । ଏବେ ଏହି ସବୁ ଖବରକୁ ନେଇ କିଛି ଖବର ସାମ୍ନାକୁ ଆସିଛି । ଏହି ବ୍ୟାଙ୍କ୍ କର୍ମଚାରୀ ଜଣକ ଗାଳି କରିବା ପରେ ତାଙ୍କୁ ଦେଶବ୍ୟାପୀ ଭର୍ତ୍ସନା ମିଳିଥିଲା । ଏହାପରେ ବ୍ୟାଙ୍କ୍ କର୍ମଚାରୀ ଜଣକ ଭୁଲ ବି ମାଗିଥିଲେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ବ୍ୟାଙ୍କ୍ କର୍ମଚାରୀ ଏବଂ ଯବାନଙ୍କ କଥା ଶୁଣିପାରିବେ ।

ଦେଶ ପାଇଁ ଏହି ଯବାନମାନେ ନିଜ ଜୀବନ ଦେଇଥାନ୍ତି । ଦେଶ ଆଉ ଦେଶବାସୀଙ୍କୁ ରକ୍ଷା କରିବା ପାଇଁ ଭାରତୀୟ ଯବାନ ସବୁବେଳେ ତତ୍ପର ରହିଥାନ୍ତି । ଏହି ବ୍ୟାଙ୍କ୍ କର୍ମଚାରୀ ଜଣଙ୍କର ଦୁର୍ବ୍ୟବହାର, ଅସଦାଚରଣ ସତରେ ବହୁତ ଲଜ୍ଜାଜନକ ଅଟେ । ଏହି ବ୍ୟାଙ୍କ୍ କର୍ମଚାରୀ ଜଣକ ଯବାନ ଜଣଙ୍କୁ ମାନସିକ ନିର୍ଯ୍ୟାତନା ଦେଇଛନ୍ତି । ଏହି ବିଷୟରେ ଯିଏ ବି ଶୁଣୁଛି ତାର ମୁଣ୍ଡ ଗରମ ହେଇଯାଉଛି । ଲୋନ ଆମାଉଣ୍ଟ ବିଷୟରେ ପଚାରିବାରୁ ଏଭଳି କିଛି ଅଭଦ୍ରାମି କରିଥିଲେ ବ୍ୟାଙ୍କ୍ କର୍ମଚାରୀ ଜଣକ ।

ଏହି ବ୍ୟାଙ୍କ୍ କର୍ମଚାରୀ ଜଣକ ଯବାନ ଜଣଙ୍କୁ କହିଛନ୍ତି ସେ ଲୋନରେ ଜୀବନ ବିତାଉଛନ୍ତି । ଆଉ ଏହି ବ୍ୟାଙ୍କ୍ କର୍ମଚାରୀ ଜଣକ କହିଛନ୍ତି ଯବାନ ଯଦି ଅଧିକ ପାଠ ପଢ଼ି ଥାନ୍ତେ ତାହେଲେ ସେ ଭଲ କମ୍ପାନୀରେ ଚାକିରୀ କରିଥାନ୍ତେ ଆଉ ସେ ପାଠ କମ୍ ପଢ଼ିଥିବାରୁ ତାଙ୍କୁ ସେନାକୁ ପଠାଯାଇଛି । ଭାରତୀୟ ଯବାନ ଜଣଙ୍କ ପ୍ରତି ଘରୋଇ ବ୍ୟାଙ୍କ୍ କର୍ମଚାରୀ ଜଣଙ୍କର ଏଭଳି ଦୁର୍ବ୍ୟବହାର ଏବଂ ଆଚରଣକୁ ଦେଶବ୍ୟାପୀ ନିନ୍ଦା କରିବା ସହ ସମସ୍ତେ ଥୁ ଥୁ କରିଛନ୍ତି ।

ଆଉ ତାପରେ ଏହି ମହିଳା ବ୍ୟାଙ୍କ୍ କର୍ମଚାରୀ ଜଣକ ଯବାନ ଜଣଙ୍କୁ କ୍ଷମା ମାଗିଛନ୍ତି । ତାଙ୍କୁ ସେ କଲ୍ କରି କ୍ଷମା ମାଗିବାର ଅଡିଓ ଏବେ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଏହି ଘଟଣା ଭାଇରାଲ ହେବାରୁ ଅନେକ କିଛି କଥା ସାମ୍ନାକୁ ଆସୁଛି । ଏବେ ଏହି ଘଟଣାକୁ ନେଇ ଅନେକ ଲୋକ ଅନେକ କିଛି କଥା କହିବା ବି ସାମ୍ନାକୁ ଆସୁଛି । ଏହି ଘଟଣା କେଉଁ ଅଞ୍ଚଳର ତାହା ଜଣାପଡ଼ି ନାହିଁ । ଏବେ ଏହାକୁ ନେଇ ଅନେକ ଚର୍ଚ୍ଚା ହେଉଛି । ଦେଖାଯାଉ ଏହି ଘଟଣା ଆଗକୁ କେଉଁ ମୋଡ ନେଉଛି ।