ସାର୍ ଙ୍କ ଅଛି ପ୍ରବଳ ଦୋଷ, ସୁନ୍ଦରୀ ଝିଅଙ୍କୁ ଦେଖିଲେ ରାତିସାରା ଶୋଇ ପାରୁନଥିଲେ, ଜାଣନ୍ତୁ କେଉଁ ଛାତ୍ରୀଙ୍କୁ କରୁଥିଲେ ଟାର୍ଗେଟ

ଗୁରୁଙ୍କ ନାଁରେ କଳଙ୍କ । ଅଧ୍ୟାପନା ନାଁରେ ବ୍ଲାକମେଲ୍‌ କରି ଛାତ୍ରୀଙ୍କ ସହ ରଖୁଥିଲେ ଅନୈତିକ ସମ୍ପର୍କ । ଏଫଏମ୍ କଲେଜ ଛାତ୍ରୀଙ୍କ ମୃତ୍ୟୁ ପଛର ମୁଖ୍ୟ ଖଳନାୟକ ସମୀର ସାହୁଙ୍କର ଟ୍ରାକ ରେକର୍ଡ କିଛି ଏମିତି ଥିଲା । ଯୁଆଡ଼େ ଯାଉଥିଲେ ସବୁଠି ନାଁ ପକାଉଥିଲେ । ଅଧ୍ୟାପକ ସମୀର ସାହୁ ଚାକିରି ଆରମ୍ଭରୁ ଏବେ ଯାଏଁ ଅଧ୍ୟାପନା କ୍ୟାରିୟର କେବଳ କଳଙ୍କିତ ଇତିହାସରେ ପରିପୂର୍ଣ୍ଣ ।

ଯୁଆଡ଼େ ଯାଇଛନ୍ତି ନାଁ ପକାଇଛନ୍ତି । କେନ୍ଦ୍ରାପଡ଼ାରୁ ଅଧ୍ୟାପନା କ୍ୟାରିୟର ଆରମ୍ଭ କରିଥିବା ସମୀର ପରେ ଢେଙ୍କାନାଳ ଭୁବନ ବାଜି ରାଉତ ସ୍ମୃତି କଲେଜରେ ୫ ବର୍ଷ ଏଜୁକେସନ ବିଭାଗର ଅଧ୍ୟାପକ ରହିଥିଲେ । କଲେଜରେ ବିଶୃଙ୍ଖଳା ସୃଷ୍ଟି କରିବା ସହ ବିବାଦୀୟ କାର୍ଯ୍ୟ ପାଇଁ ମାଡ଼ ଖାଇଥିଲେ । ମନ୍ଦ ଉଦ୍ଦେଶ୍ୟ ରଖି ଛାତ୍ରୀଙ୍କୁ ହଇରାଣ କରୁଥିବାରୁ ବଦଳି ହୋଇଥିଲେ ।

ଭୁବନରୁ ଚମ୍ପୁଆ । ଚାକିରିରେ ବଦଳି ସହ ସ୍ଥାନ ବଦଳିଥିଲା, କିନ୍ତୁ ବଦଳିନଥିଲା ଚରିତ୍ର । ଚମ୍ପୁଆ ଚନ୍ଦ୍ରଶେଖର କଲେଜରେ ମାତ୍ର ୧୬ ମାସର ଚାକିରି କାଳରେ ବେଶ୍‌ ବିବାଦୀୟ ହୋଇଥିଲେ ସମୀର ସାହୁ । ପଢ଼ାଇବା ବାହାନାରେ ଛାତ୍ରୀଙ୍କ ମେସ୍ ଓ ହଷ୍ଟେଲରେ କଟୁଥିଲା ସମୀରଙ୍କ ସମୟ । ଏପରିକି କଲେଜ ଛାତ୍ରୀଙ୍କ ସହ ଅନୈତିକ ସମ୍ପର୍କ ରଖି ଧରା ବି ପଡ଼ିଥିଲେ । ବାରମ୍ବାର ଅଭିଯୋଗ ପରେ ବାଲେଶ୍ୱର ଏଫଏମ୍ କଲେଜକୁ ବଦଳି ହୋଇଥିଲେ ।

ବାଲେଶ୍ୱରରେ ମଧ୍ୟ ସମୀରଙ୍କ ବିକୃତ ମାନସିକତା ଜଣେ ଛାତ୍ରୀଙ୍କ ଜୀବନ ନେଇଯାଇଛି । ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁଙ୍କ କେଳେଙ୍କାରୀର ଲମ୍ବା ଫର୍ଦ୍ଦ ରହିଛି । ତେବେ ନିଜ ରାଜନୈତିକ ଲିଙ୍କ୍ ପାଇଁ ସବୁଠୁ ଖସି ଯାଇଥିଲେ ସମୀର ।