୨୦ ଲକ୍ଷ ମିଳିବ ଭାବି ବଳଙ୍ଗା ପୀଡିତା ଓ ତାଙ୍କ ପିଉସୀ ଯୋଜନା କରି ଏପରି କରିଥିଲେ, ଜାଣନ୍ତୁ ପୁରା‌ ଖବର

ଆପଣମାନେ ସମସ୍ତେ ବାଲେଶ୍ଵର ଏଫଏମ କଲେଜର ଘଟଣା ବିଷୟରେ ତ ଜାଣିଥିବେ । ଏହି ଯୁବତୀଙ୍କୁ ନେଇ ଅନେକ ପ୍ରକାରର ଖବର ଆସୁଛି । ସୌମ୍ୟାଶ୍ରୀଙ୍କ ମୃତ୍ୟୁ ମାମଲାରେ ତାଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ମିଳିଛି । ତାଙ୍କୁ ସରକାର ୨୦ ଲକ୍ଷ ଟଙ୍କା ଦେଲେ ଆଉ ଏଭଳି ଭାବନା ରଖି କିଛି କାମ କରିଛନ୍ତି ଆଉ ଜଣେ ଯୁବତୀ । ସୌମ୍ୟାଶ୍ରୀ ନିଜକୁ ନ୍ୟାୟ ଦେବା ପାଇଁ ଆତ୍ମହୁତି ଦେଲେ ଆଉ ଏବେ ଏଭଳି କିଛି ଘଟଣା ଘଟିଛି ବଳଙ୍ଗା ଅଞ୍ଚଳରେ ।

ଏହି ଅଞ୍ଚଳର ଜଣେ କଲେଜ ଛାତ୍ରୀ ଦେହରେ କିରୋସିନ ଢାଳି ଦେଇଛନ୍ତି । ଏବେ ଏହି ବଳଙ୍ଗା ଅଞ୍ଚଳର ଛାତ୍ରୀ ଜଣକ ମନରେ ଭାବୁଛନ୍ତି କି ସୌମ୍ୟାଶ୍ରୀ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ । ଆଉ ସେମିତି ସେ ବି ନିଜ ଦେହରେ ନିଆଁ ଲଗାଇ ଦେଇଛନ୍ତି । ଏହି ଘଟଣା ସେ ଘଟାଇବେ ଆଉ ଏହାକୁ ନାଟକୀୟ ରୂପ ଦେବେ । ଆଉ ଏହାପରେ ସରକାର ୨୦ ଲକ୍ଷ ଟଙ୍କାର ଚେକ୍ ହାତକୁ ଦେବେ ବୋଲି ଭାବି ଏଭଳି ଅନେକ ଯୋଜନା କରିଥିଲେ ଏହି ଯୁବତୀ ଜଣକ ।

ଏମିତି ପୂର୍ବ ପ୍ରସ୍ତୁତି କରା ଯାଇଥିଲା ବୋଲି ଏବେ ସମଗ୍ର ବଳଙ୍ଗା ଅଞ୍ଚଳରେ ଚର୍ଚ୍ଚା ହେଉଛି । ଏହି ଝିଅ ତାର ପିଉସୀ ସହ ମିଶି ଏକ ଯୋଜନା କରିଥିଲା । ବାଲେଶ୍ଵର ଏଫଏମ କଲେଜର ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ରାଜ୍ୟ ସରକାର ତାଙ୍କୁ ୨୦ ଲକ୍ଷ ଟଙ୍କା ଦେଲେ ଆଉ ଏଭଳି କିଛି ଟଙ୍କା ପାଇବା ଆଶାରେ କରିଛନ୍ତି ଏହି ଯୁବତୀ ଜଣକ । ଏବେ ଏହି ଯୁବତୀ ଜଣଙ୍କର ପିଉସୀଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛନ୍ତି ।

ଏବେ ବିଜେଡି ଆଉ କଂଗ୍ରେସ କରୁଥିବା ରାଜନୀତିରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଖୁବ୍ ଶୀଘ୍ର ସେ ପିଉସୀଙ୍କୁ ଗିରଫ କରିବ ପୋଲିସ । ଏବେ ଏହି ସବୁ ଚର୍ଚ୍ଚା ହେଉଛି । ଏବେ ପୋଲିସ ତଦନ୍ତ କରିବା ପରେ ଅନେକ ତଥ୍ୟ ସାମ୍ନାକୁ ଆସିବ ଆଉ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ସତ୍ୟ କଣ ତାହା ଜଣାପଡ଼ିବ । ଯେ ପର୍ଯ୍ୟନ୍ତ ତଦନ୍ତ ମୁଖ୍ୟ ଦିଗ ଆଡ଼କୁ ନ ଯାଇଛି ଆଉ ମୁଖ୍ୟ ଅଭିଯୁକ୍ତଙ୍କ ପାଖରେ ନ ପହଞ୍ଚିଛି ସେତେ ସମୟ ପର୍ଯ୍ୟନ୍ତ କିଛି କହି ହେବ ନାହିଁ ବୋଲି ସୂଚନା ମିଳିଛି । ସତରେ କଣ ଏହି ଯୁବତୀଙ୍କ ଉପରେ କିରୋସିନ ଢଳା ଯାଇଛି ନା ସେ ନିଜେ ଢାଳି ହୋଇଛନ୍ତି ଏହା ତଦନ୍ତ ପରେ ଜଣାପଡ଼ିବ ।