ଗାତରେ ପାଣି ପୁରାଇ ଆତଙ୍କବାଦୀଙ୍କୁ ଧରିଲେ ଭାରତୀୟ ଯବାନ୍, ଜାଣନ୍ତୁ କେମିତି ପହଲଗାମ ଆତଙ୍କର ନେଲେ ବଦଲା

ଅପରେସନ ମହାଦେବ ପରେ ସିନ୍ଦୂର ର ବାକି ରହିଯାଇଥିବା ବଦଲା ନେଲା ଭାରତ। ତିନିଜଣ ଆତଙ୍କବାଦୀଙ୍କୁ ମାରିଲେ ଭାରତୀୟ ଯବାନ। ତେବେ ଏମାନଙ୍କୁ ଧରିବା ଏବଂ ମାରିବା ପ୍ରକ୍ରିୟା ଥିଲା ବହୁତ ଏଣ୍ଟ୍ରେଷ୍ଟିଂ। ଆତଙ୍କବାଦୀ ମାନେ ଆଠ କିଲୋମିଟର ଏକ ସିକ୍ଟ୍ରେଟ ଟନେଲ୍ ଦେଇ ପାକିସ୍ଥାନକୁ ଯିବା ପାଇଁ ଉଦ୍ୟମ କରୁଥିଲେ। ଆଉ ଏହାର ଠିକଣା ପାଇ ସାରିଥିଲା ଭାରତୀୟ ସେନା। ଭାରତୀୟ ଯବାନ ମାନେ ଗାତରେ ପାଣି ପୁରାଇ ଏହାର ଗୋଟିଏ ପଟ ବ୍ଲକ କରାଦିଆଯାଇଥିଲା। ଏହା ଫଳରେ ଆତଙ୍କବାଦୀ ମାନେ ଆଉ ସୀମା ଡେଇଁ ଯାଇପାରିଲେ ନାହିଁ।

ଶେଷରେ ଭାରତୀୟ ସେନା ସେମାନଙ୍କୁ ଧରି ମାରିବାରେ ସକ୍ଷମ ହେଇଥିଲା। ତେବେ ସେମାନେ ପହଲଗାମର ସେହି ଆତଙ୍କବାଦୀ କି ନୁହନ୍ତି ସେକଥା ଜାଣିବା ପାଇଁ ସାଇର୍ଣ୍ଟିଫିକ ଟିମ ଉପାୟ ଅବଲମ୍ବନ କରିଥିଲେ ସରକାର। ପ୍ରଥମେ ସେନାର ଏକ ସ୍ବତନ୍ତ୍ର ବିମାନ ଯୋଗେ ଆତଙ୍କବାଦୀ ମାନେ ବ୍ୟବହାର କରିଥିବା ହତୀୟାର ଅଣା ଯାଇଥିଲା। ଯାଞ୍ଚ ପାଇଁ ଅହମଦାବାଦ ଫରେନ୍ସି ଲ୍ୟାବରୁ ଏକ ମେସିନ ଅଣାଯାଇଥିଲା ଚଣ୍ଡୀଗଡ଼ ଲ୍ୟାବକୁ। ଏହାପରେ ଆତଙ୍କବାଦୀ ଠାରୁ ମିଳିଥିବା ବନ୍ଧୁକରୁ ଲଗାତାର ଫାୟାର କରାଯାଇଥିଲା।

ପରେ ଆତଙ୍କିତ ବନ୍ଧୁକରୁ ବାହାରିଥିବା ଖୋକା ସହ ବୈସରଣ ଘାଟିରେ ଘଟିଥିବା ଆତଙ୍କବାଦୀ ଘଟଣାସ୍ଥଳରୁ ମିଳିଥିବା ଖୋକାକୁ ମେଳ କରାଯାଇଥିଲା ଏବଂ ଏହା ଶତପ୍ରତିଶତ ମ୍ୟାଚ କରିଯାଇଥିଲା। ତେବେ ରାତିସାରା ବୈଜ୍ଞାନିକ ମାନେ ଏହାକୁ ପରୀକ୍ଷା କରି ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଭିଡିଓ କମ୍ପ୍ରେସ ମାଧ୍ୟମରେ ପୁରା ପ୍ରିପ କରିଥିଲେ। ଏହି ପ୍ରକ୍ରିୟା ଭୋର ୫ ଯାଏଁ ଚାଲିଥିଲା। ପ୍ରାଣ ହରାଇଥିବା ଆତଙ୍କବାଦୀ ସୁଲେମାନ ଆଫଗାନି ଏବଂ ଚିବରନ୍ ଗତ ତିନିମାସ ଧରି ଘାଟିରେ ଲୁଚି ରହିଥିଲେ। ସେମାନେ ହେଉଛନ୍ତି ପାକିସ୍ଥାନର ନାଗରିକ ଅଟନ୍ତି।

ଆମ ସୁରକ୍ଷା ବାହିନୀ ଏମାନଙ୍କ ଯିବା ବାଟ ବନ୍ଦ କରି ଦେଇଥିବାରୁ ସେମାନେ ପାକିସ୍ଥାନକୁ ଯାଇପାରିନଥିଲେ। ଖାଲି ବୈଜ୍ଞାନିକ ଉପାୟ ନୁହେଁ ଏମାନଙ୍କୁ ଅନ୍ୟ ପଦ୍ଧତିରେ ମଧ୍ୟ ସଠିକ୍ ଚିହ୍ନଟ କରାଯାଇଥିଲା। ଆମର ସେନା ସିଆରଏଫ୍ ଜମ୍ମୁକାଶ୍ମୀର ପୋଲିସ ତିନିଜଣଙ୍କ ମିଳିତ ଉଦ୍ୟମରେ ଏହି ଆତଙ୍କବାଦୀଙ୍କୁ ମରା ଯାଇଥିବା କହିଥିଲେ ଗୃହମନ୍ତ୍ରୀ ଅମିତ୍ ସା। ମରି ଯାଇଥିବା ଆତଙ୍କବାଦିଙ୍କୁ ସେମାନଙ୍କ ସହଯୋଗୀ ଏବଂ ଅନ୍ୟ ମାନେ ମଧ୍ୟ ଚିହ୍ନଟ କରିଛନ୍ତି।