ଘୁଙ୍ଗଡି ମାରୁଛି ପୁଲିସ, ଓଡିଶା ଉଡାଇବାକୁ ବସିଲେଣି ଆତଙ୍କୀ, ଜାଣନ୍ତୁ ପୁରା‌ ଖବର

କେନ୍ଦ୍ରାପଡାରେ ପଶିଲେ ବିହାରକୁ ଆସିଥିବା ଆତଙ୍କବାଦୀ । ପୋଲିସ ବୋଧେ ଘୁଙ୍ଗୁଡ଼ି ମାରୁଛି ଆଉ ଏପଟେ ଓଡ଼ିଶାକୁ ଉଡ଼ାଇବାକୁ ବସିଲେଣି ଆତଙ୍କବାଦୀ । କିଛି ବଡ ଆକ୍ରମଣ କରିବା ପୂର୍ବରୁ ତାଙ୍କୁ ଲୋକମାନେ ଧରି ପକାଇଲେ କିନ୍ତୁ ସେମାନଙ୍କ ମଧ୍ୟରୁ ଦୁଇଜଣ ସନ୍ଦିଗ୍ଧ ଫେରାର ହୋଇ ଯାଇଥିବା ଘଟଣା ଏବେ ସାମ୍ନାକୁ ଆସିଛି । ବଙ୍ଗଳା ଆଉ ହିନ୍ଦୀ କହିଥିବାରୁ ଏହି ଆତଙ୍କବାଦୀ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ବୋଲି ସନ୍ଦେହ କରାଯାଉଛି ।

ସଦିଗ୍ଧର ବ୍ୟାଗରୁ ବିସ୍ଫୋରକ ସହ ବନ୍ଧୁକ ମିଳିଛି ବୋଲି ଏବେ ଖବର ଆସିଛି । କେନ୍ଦ୍ରାପଡ଼ା ସହର ପାଲଟିଛି ଅନୁପ୍ରବେଶକାରୀଙ୍କ ଏନ୍ତୁଡ଼ିଶାଳ । ପୋଲିସ ଶୋଇଛି ଆଉ ଏପଟେ ଅନୁପ୍ରବେଶକାରୀମାନେ କେନ୍ଦ୍ରାପଡ଼ା ଜିଲ୍ଲାକୁ ପ୍ରବେଶ କରିବାରେ ବ୍ୟସ୍ତ । ଆତଙ୍କବାଦୀ ମାନଙ୍କର ପ୍ରବେଶ ଖବର ସାମ୍ନାକୁ ଆସିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହେବା ସହ ଆମ ରାଜ୍ୟର ଅବସ୍ଥା କଣ ହେବ ଏହାକୁ ନେଇ ଏବେ ଅନେକ ପ୍ରଶ୍ନ ଆସୁଛି । ସମୁଦ୍ର ବାଟ ଦେଇ କେନ୍ଦ୍ରାପଡ଼ା ଜିଲ୍ଲାକୁ ପଶି ଆସୁଛନ୍ତି ।

ଏହି ଆତଙ୍କବାଦୀମାନେ କେନ୍ଦ୍ରାପଡାରେ ରହୁଛନ୍ତି । ବିହାର ପରେ ଏବେ ଓଡ଼ିଶାକୁ ଆତଙ୍କବାଦୀଙ୍କ ଭୟ ଫେରିଛି । କେନ୍ଦ୍ରାପଡ଼ାରୁ ସନ୍ଦିଗ୍ଧ ଯୁବକଙ୍କ ଗିରଫ ପରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଭୟର ବାତାବରଣ ସୃଷ୍ଟି ହୋଇଛି । କିଛିଦିନ ତଳେ ବିହାରରେ ତିନି ଜଣ ଆତଙ୍କବାଦୀ ଧରା ପଡ଼ିଥିଲେ । ଆଉ ଭାରତ ଏବଂ ନେପାଳ ଦେଇ ଆତଙ୍କବାଦୀମାନେ ଯାଇଛନ୍ତି ବୋଲି ସୂଚନା ମିଳିଥିଲା । ବିହାରରେ ତିନିଜଣ ଆତଙ୍କବାଦୀ ଧରା ପଡ଼ିଥିଲେ । ଆଉ ଏବେ ଓଡ଼ିଶାରେ ତିନିଜଣ ଆତଙ୍କବାଦୀ ଧାରା ପଡିଛନ୍ତି ।

ଏହି ତିନିଜଣଙ୍କ ଭିତରୁ ଦୁଇଜଣ ସନ୍ଦିଗ୍ଧ ଫେରାର ହୋଇ ଯାଇଛନ୍ତି । ଏବେ ପୋଲିସ ଏମାନଙ୍କୁ ଧରିବାକୁ ଟିମ୍ ଗଠନ କରିଛି । କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ପୁସ୍ତିଘାଟ ନିକଟରେ ସନ୍ଦିଗ୍ଧ ଯୁବକ ଉନ୍ମାଦ କାଣ୍ଡ ଘଟାଉଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକେ କାବୁ କରିଛନ୍ତି । ବିଳମ୍ବରେ ହେଉ ପଛକେ ପୋଲିସ ସେହି ସ୍ଥାନରେ ପହଞ୍ଚି ସନ୍ଦିଗ୍ଧ ଯୁବକକୁ ଗିରଫ କରିବା ସହ ବ୍ୟାଗରୁ ମିଳିଥିବା ଜିନିଷ ଉଦ୍ଧାର କରିଛି । ଆଉ ଏବେ ପୋଲିସ ଏହି ଘଟଣାକୁ ନେଇ ତଦନ୍ତ କରୁଛି ।