ନ୍ୟାୟ ଅପେକ୍ଷାରେ ଆଉଜଣେ ମହିଳା, ମାଲିକ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଛି ହେଲେ ଶୁଣୁନି ପୋଲିସ୍, ଜାଣନ୍ତୁ ପୁରା‌ ଘଟଣା

ବାଲେଶ୍ୱରରେ ସୌମ୍ୟାଶ୍ରୀ ୩ ଦିନ କାଳ ମୃତ୍ୟୁ ସହ ସଂଗ୍ରାମ କରି ଆଖି ବୁଜିବା ପରେ ରାଉରକେଲାରେ ଜଣେ ମହିଳା ତାଙ୍କ ପ୍ରତି ହୋଇଥିବା ଅନ୍ୟାୟକୁ ନେଇ ପୁଲିସ ଠାରୁ ନ୍ୟାୟ ପାଇବା ଅପକ୍ଷାରେ ରହିଛନ୍ତି । ରାଉରକେଲା ସହରକୁ ଲାଗି ରହିଥିବା ବେଦବ୍ୟାସ ଠାରେ ଥିବା ଜେପି ଡାକ୍ତରଖାନାର ପରିଚାଳନା ନିର୍ଦ୍ଦେଶକ ଚନ୍ଦନ ବଂଶଲ ସେହି ଡାକ୍ତରଖାନାରେ କାମ କରୁଥିବା ଜଣେ ବିବାହିତା ମହିଳା କର୍ମଚାରୀଙ୍କୁ ଏକାକୀ ପାଇ ତାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ କହିବା ପରେ ମହିଳା ଜଣକ କିଛି ନଶୁଣିବାରୁ ତାଙ୍କୁ ଦଣ୍ଡିଆପଲ୍ଲୀ ଡାକ୍ତରଖାନାରୁ ଉଦିରନଗରକୁ ବଦଳି କରିବା, ସେଠାରେ ଗତ ୫ ତାରିଖରେ ପହଁଚି କିଛି କାମ କରିବାକୁ କହି ଅଶ୍ରାବ୍ୟ ଭାଷାରେ ଗାଳି କରିବା, ତା ଭିତରେ ମହିଳା ଜଣଙ୍କୁ ଏମଡିଙ୍କ ବ୍ୟବହାର ଏମିତି ଥିଲା ଯେ, ସେଥିରେ ତାଙ୍କ କାନରେ ସେ ଆଘାତ ପାଇବା ଭଳି ସାଂଘାତିକ ଅଭିଯୋଗ ମହିଳା ଜଣକ ଆଣିବା ସହ ରାଉରକେଲା ଉଦିତନଗର ଥାନାରେ ଏତଲା ଦେଇଛନ୍ତି।

ପୁଲିସ ଏନେଇ ଆସିଥିବା ଲିଖିତ ଅଭିଯୋଗ ଉପରେ ତିନୋଟି ଦଫା ଲଗାଇ ଏତଲା କରିଥିବା ବେଳେ ବର୍ଷେ ତଳେ ୨୦୨୪ ଫେବୃଆରୀରେ ଶାରୀରିକ ସଂପର୍କ ଲାଗି ଚେଷ୍ଟା କରିବା ଅଭିଯୋଗକୁ ନେଇ ପୁଲିସ କୌଣସି ଦଫା ନଲଗାଇ ପୁରା ନିରବ ରହିଛି ବୋଲି ଜାଣିବା ଶୁଣିବା ମହଲରେ ଚର୍ଚ୍ଚା ହେଉଛି । ଏହି ଘଟଣାକୁ ଦିନ ପରେ ଦିନ ବିତି ଚାଲିଥିଲେ ବି ମହିଳା ଜଣକ ଥାନାକୁ ଫୋନ କରି ଥାନାକୁ ଦଉଡି ତାଙ୍କ ମାମଲାରେ କଣ ହେଲା ଜାଣିବାକୁ ଚାହୁଁଛନ୍ତି ହେଲେ ତଦନ୍ତ ଚାଲିଥିବା କଥା ପୁଲିସ କହୁଛି ଓ ଏହି ମାମଲାରେ ବାବୁ ବଂଶଲକୁ ଡାକି ପଚରାଗଲା କି ନାହିଁ ତାହା ଜଣାପଡୁନି ଓ ଏନେଇ ପୁଲିସ ମିଡିଆ ଆଗରେ ମଧ୍ୟ କିଛି କହୁନି।

ଘଟଣାରୁ ପ୍ରକାଶ ଯେ, ଏହି ଡାକ୍ତରଖାନାରେ ବେଦବ୍ୟାସରେ ରହୁଥିବା ଜଣେ ମହିଳା ୨୦୧୯ରୁ କାମ କରୁଥିଲେ । ଡାକ୍ତର ବଂଶଲ ମହିଳା ଜଣକୁ ୨୦୨୪ ମସିହା ଫେବୃଆରୀ ମାସରେ ଶାରୀରିକ ସଂପର୍କ ରକ୍ଷା କରିବାକୁ କୁଆଡେ କହିଥିଲେ କିନ୍ତୁ, ଏଥିରେ ମହିଳା ଜଣକ ରାଜି ହୋଇ ନଥିଲେ, ଫଳରେ ବିଭିନ୍ନ ସମୟରେ ବିଭିନ୍ନ ଚିଠି ଦେଇ ଧମକ ଦେବା ଭଳି କାମ କରୁଥିଲେ ଏମଡି ସାହେବ । ଏହା ପରେ ମହିଳା ଜଣକୁ ଦଣ୍ଡିଆପଲ୍ଲୀରୁ ଉଦିତନଗରକୁ ବଦଳି କରାଯାଇଥିଲା, ସେଠାରେ ଡାକ୍ତର ବଂଶଲ ଚଳିତ ମାସ ୫ ତାରିଖରେ ପହଁଚି କୌଣସି କାମ କରିବାକୁ କହିବା ସହ ତା ଭିତରେ ମହିଳା ଜଣଙ୍କୁ ଖରାପ ଭାଷାରେ ଗାଳିଦେବା ସହ ଏମିତି କିଛି ବ୍ୟବହାର ଜଲେ ଯେଉଁଥିରେ ମହିଳା ଜଣଙ୍କର କାନରେ ଆଘାତ ଲାଗିଥିଲା, ପରେ ମହିଳା ଜଣକ ସରକାରୀ ଡାକ୍ତରଖାନା ଯାଇ ଚିକିତ୍ସା ହୋଇଥିଲେ ଓ ମେଲ ଯୋଗେ ଚାକିରୀରୁ ଇସ୍ତଫା ଦେଇ ପୁରା ଘଟଣାକୁ ନେଇ ଉଦିତନଗର ପୁଲିସ ପାଖକୁ ଗଲେ ।

ସେଠାରେ ଏତଲା ଦେଲେ ହେଲେ ଉଦିତ ନଗର ପୁଲିସ ଲିଖିତ ଅଭିଯୋଗକୁ ନେଇ ମାମଲା ରୁଜୁ କରିଥିବା ବେଳେ ଶାରୀରିକ ସଂପର୍କ ରଖିବାକୁ ବର୍ଷେ ତଳେ କରିଥିବା ନିବେଦନ ମାମଲାରେ କୌଣସି ଦଫା ଲଗାଇନଥିବା ଜଣାପଡିଛି । ଫଳରେ ଅଭିଯୁକ୍ତ ଡାକ୍ତର ବଂଶଲ ବାହାରେ ଆରାମରେ ବୁଲୁଥିବା ବେଳେ ପୀଡିତାର ପରିବାର ନିଜ ସୁରକ୍ଷାକୁ ନେଇ ଚିନ୍ତାରେ ରହିଛନ୍ତି । ସେପଟେ ମହିଳା ଜଣକ ପୁଲିସର କାରବାରକୁ ନେଇ ପଶ୍ଚିମାଂଚଳ ଡିଆଇଜିଙ୍କୁ ଦେଖା କରିଥିବା ବେଳେ ସୋସିଆଲ ମିଡିଆରେ ନିଜର କିଛି କଥା କହିଛନ୍ତି ।

ମହିଳା ଜଣକ କହିଛନ୍ତି ବାଲେଶ୍ୱରରେ ଛାତ୍ରୀ ଜଣକ ନ୍ୟାୟ ଲାଗି ଦଉଡି ଦଉଡି ବିଫଳ ହେବାରୁ ଯାହା କଲେ ସେ ଯଦି ଏହି ମାମଲାରେ କିଛି ସଠିକ ନ୍ୟାୟ ନପାଆନ୍ତି ତେବେ ସେ ସେହିଭଳି ପଦକ୍ଷେପ ନେବାକୁ ବାଧ୍ୟ ହେବେ । ତାଙ୍କର ପରିବାର ଅତି ଛୋଟ, ଦୁଇଟି ପିଲା, ଶାରୀରିକ ଅସୁସ୍ଥ ରହୁଥିବା ସ୍ୱାମୀ ଓ ଶାଶୁ । ଏହି ଘଟଣାକୁ ଏହା ଭିତରେ ଦିନ ପରେ ଦିନ ବିତି ଚାଲିଥିଲେ ବି ରାଉରକେଲାରେ ମହିଳାଙ୍କ ସୁରକ୍ଷାକୁ ନେଇ କାମ କରୁଥିବା ସଂଗଠନ, ଖୋଦ ବିରୋଧୀ ଦଳ ବିଧାୟକ ସାରଦା ବାବୁ, କଂଗ୍ରେସ ଦଳ, ଖୋଦ ବିଜେପି ଦଳ ସମସ୍ତେ ନିରବ ।

ଏମିତିକି ସହରରେ ଥିବା ଆଗଧାଡିର କିଛି ମିଡିଆ ମଧ୍ୟ ଏନେଇ ନିରବ । ଏ ହେଉଛି ମହିଳାଙ୍କୁ ଆମ ରାଜ୍ୟରେ ଓ ରାଉରକେଲାରେ ସମ୍ମାନ, ଯାହା ପାଖରେ ପଇସା ଅଛି ସେ ଗରୀବ ମହିଳାଙ୍କ ସହ ଏମିତି ଖେଳିବ ଓ ଫୋପାଡି ଦେବ ଆଉ ସେ ମହିଳା ଯଦି ମୁହଁ ଖୋଲିଲା ତେବେ ପୁଲିସ ବ୍ୟବସ୍ଥା ତାକୁ ଏହିଭଳି ସହାୟତା ଦେବ । ବାଲେଶ୍ୱରରେ ଛାତ୍ରୀ ଜଣକ ୬ ମାସ ଧରି ନ୍ୟାୟ ମାଗି ବିଫଳ ହେବାରୁ ଆତ୍ମାହୁତୀ ଦେଇ ଆଜି ମୃତ୍ୟୁବରଣ କଲେ, ସେତେବେଳେ ଯେଉଁମାନେ ତାଙ୍କୁ ସାହାଜ୍ୟ କରିବା କଥା ସେମାନେ ଏବେ ଆହା କରୁଛନ୍ତି, ଏବେ ପ୍ରଶ୍ନ ହେଉଛି ଯଦି ମହିଳା ମାନଙ୍କ ଲାଗି ସରକାରୀ ବ୍ୟବସ୍ଥା ଏତେ ସଚେତନ ତେବେ ଏହି ମାମଲାରେ ପୁଲିସର ଓ ସେମାନଙ୍କର ମାନସିକତା କଣ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ଜେପି ହସ୍ପିଟାଲ ମାମଲାରେ ସେଠି କାମ କରୁଥିବା ମହିଳା ମାନେ ସୁରକ୍ଷିତ ତ ? ରାଉରକେଲାରେ ଗତ ୬ ବର୍ଷ ତଳେ ଖୋଲିଥିବା ଜେପି ଡାକ୍ତରଖାନାରେ ଖୋଦ ଏମଡି ଡାକ୍ତର ବଂଶଲଙ୍କୁ ନେଇ ଜଣେ ମହିଳା ଯେଉଁଭଳି ଅଭିଯୋଗ ମାନ ଆଣି ଥାନାରେ ମାମଲା କଲେ ଘଟଣାକୁ ନେଇ ପୁଲିସ ତଦନ୍ତ କରୁଛି, ଏହି ଘଟଣା ଏବେ ଜାଣିବା ଶୁଣିବା ମହଲରେ ଆଲୋଚନା ହେବା ସହ କିଛି ଅବସର ନେଇଥିବା ପୁଲିସ ଅଫିସର କହିଛନ୍ତି ଏହି ଘଟଣା ପରେ ଏବେ ପ୍ରଶ୍ନ ଉଠିବା ସ୍ୱାଭାବିକ। ଏବେ କଥା ଯେ ସେଠି କାମ କରୁଥିବା ପ୍ରାୟ ୭୦ ପ୍ରତିଶତ ମହିଳା ଓ ଝିଅ ପିଲା ସୁରକ୍ଷିତ ତ ? ଏନେଇ ଜିଲ୍ଲା ପ୍ରଶାସନର ପୁଲିସ ଓ ସ୍ୱତନ୍ତ୍ର ଟିମ ଯାଇ ଡାକ୍ତରଖାନାରେ ଯାଂଚ କରିବାର ଆବଶ୍ୟକତା ରହିଛି । କାରଣ ଏହି ଘଟଣା ପରେ ଯାହା ଖବର ମିଳିଛି ଏହିଭଳି ଅନେକ ଝିଅ ଓ ମହିଳା ବିଭିନ୍ନ ସମୟରେ କୁଆଡେ ବାବୁଙ୍କ ଅନୁରୋଧ ପାଇଛନ୍ତି, ସେମାନଙ୍କ ଭିତରୁ କିଛି ଏଠାରୁ ଛାଡି ଚାଲିଯାଇଥିବା ବେଳେ କିଛି ବଳି ପଡିଥିବା କୁହାଯାଉଛି । ଏଠାରେ ଏମଡିଙ୍କ କଥା ମାନି ଚାଲିଲେ ତାଙ୍କୁ ଖୁସି କଲେ କୁଆଡେ ଦରମା ଅଧିକ ମିଳିବ ପ୍ରମୋସନ ମିଳିବ ବୋଲି ପ୍ରଲୋଭନ ଦିଆଯାଏ ବୋଲି ଆଲୋଚନା ଚାଲିଛି ।