ଫସିଲେ ପୁଷ୍ପା ଓରଫ ସୁପରଷ୍ଟାର୍‌ ଅଲ୍ଲୁ ଅର୍ଜୁନଙ୍କ ବାପା, ତାଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ, ଜାଣନ୍ତୁ କାହିଁକି

ପୁଷ୍ପା ଫିଲ୍ମର ସଫଳତା ପରେ ଏବେ ଅଲ୍ଲୁ ଅର୍ଜୁନଙ୍କ ପ୍ରଶଂସକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏମିତିକି ତାଙ୍କ ଅଭିନୟକୁ ପ୍ରାୟ ସମସ୍ତେ ପସନ୍ଦ କରୁଛନ୍ତି। ଅର୍ଜୁନ ୧୯୮୨ ରେ ତାମିଲନାଡୁର ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ। ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଲ୍ଲୁ ଅର୍ଜୁନଙ୍କ ବାପା ଖୁବ୍ ଜଣାଶୁଣା। ଅଲୁ ଅର୍ଜୁନଙ୍କ ପିତାଙ୍କ ନାମ ଅଲ୍ଲୁ ଅରବିନ୍ଦ । ଅର୍ଜୁନଙ୍କ ପିତା ଅଲ୍ଲୁ ଅରବିନ୍ଦ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ଯିଏ ଦକ୍ଷିଣ ଭାରତୀୟର ଅନେକ ଚଳଚ୍ଚିତ୍ର ନିର୍ମାଣ ପାଇଁ କାର୍ଯ୍ୟ କରିଛନ୍ତି ।

ଏହା ବ୍ୟତୀତ ତାଙ୍କ ମା’ଙ୍କ ନାମ ନିର୍ମଳା ଯେକି ଜଣେ ହାଉସ୍ ୱାଇଫ୍ । ଅଲ୍ଲୁ ଅର୍ଜୁନଙ୍କ ସାନ ଭାଇ ଅଲ୍ଲୁ ଶିରିଶ ମଧ୍ୟ ଜଣେ ଅଭିନେତା। ସେ ୨୦୧୩ ମସିହାରେ ଗୌରବମ୍ ଚଳଚ୍ଚିତ୍ର ସହିତ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ। ତେବେ ପାନ୍‌ ଇଣ୍ଡିଆ ଷ୍ଟାର୍‌ ଅଲ୍ଲୁ ଅର୍ଜୁନଙ୍କ ବାପା ଓ ତେଲୁଗୁ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ପ୍ରଯୋଜକ ଅଲ୍ଲୁ ଅରବିନ୍ଦ ମନି ଲଣ୍ଡ୍ରିଂ ଓ ବ୍ୟାଙ୍କ୍‌ ଠକେଇ ମାମଲାରେ ଇଡିରେ ହାଜର ହୋଇଛନ୍ତି। ଇଡି ଗତ ଶୁକ୍ରବାର ହାଇଦ୍ରାବାଦରେ ତାଙ୍କୁ ୩ ଘଣ୍ଟା ପଚରାଉଚରା କରିଛି ।

୧୦୧.୪ କୋଟି ଟଙ୍କାର ବ୍ୟାଙ୍କ୍‌ ଠକେଇ ଓ ମନି ଲଣ୍ଡ୍ରିଂ ମାମଲାକୁ ନେଇ ପଚରାଉଚରା ହୋଇଥିଲା । ଏ ମାମଲା ଦୁଇଟି କମ୍ପାନି- ରାମକୃଷ୍ଣ ଇଲେକ୍ଟ୍ରୋନିକ୍ସ ଓ ରାମକୃଷ ଟେଲିଟ୍ରନିକ୍ସ ସହ ଜଡ଼ିତ। ତେବେ ଇଡି କାର୍ଯ୍ୟାଳୟରୁ ବାହାରିବା ପରେ ଅଲ୍ଲୁ ଅରବିନ୍ଦ ଗଣମାଧ୍ୟମ ସହ କଥା ହେଲେ । ସେ କହିଲେ, ୨୦୧୭ରେ ସେ ଏକ ସମ୍ପତ୍ତି କିଣିଥିଲେ । ମାମଲା ତା’ରି ସହ ସମ୍ପୃକ୍ତ । ଗ୍ରେଟ୍‌ ଆନ୍ଧ୍ରା ପକ୍ଷରୁ ଶେୟାର କରାଯାଇଥିବା ଭିଡିଓରେ ସେ କହିଛନ୍ତି ‘ମୁଁ ଆଇନକୁ ସମ୍ମାନ କରୁଥିବା ଜଣେ ନାଗରିକ ।

ଯାଞ୍ଚ୍‌ ଠିକ୍‌ରେ ଆଗକୁ ଯାଉ, ସେଥିପାଇଁ ମୁଁ ଇଡିକୁ ସହଯୋଗ କରୁଛି । ଏବେ ଏଜେନ୍ସି ଯାଞ୍ଚ୍‌ କରୁଥିବାରୁ ମାମଲା ସମ୍ପର୍କିତ ତଥ୍ୟ ଦେଇପାରିବେ ନାହିଁ ବୋଲି ସେ କହିଲେ । ଏହି ଘଟଣାକୁ ନେଇ ଅଲ୍ଲୁଙ୍କ ଫ୍ୟାନ୍ସ ବି ଚିନ୍ତା ପ୍ରକଟ କରୁଛନ୍ତି। ଏହି ଘଟଣା କେତେଦୂର ସତ କି ମିଛ ତାହା ଜାଣିବାକୁ ସମସ୍ତଙ୍କର ଇଛା। ତେବେ ତଦନ୍ତ ଚାଲିଛି, ଆଗକୁ ସବୁକିଛି ସତ ସାମ୍ନାକୁ ଆସିବ।