ପ୍ଲେନ କ୍ରାସ ପୂର୍ବରୁ ହୋଇଥିଲା ଆକଳନ! ଭବିଷ୍ୟବାଣୀ ନା ଚେତାବନି ? ଜାଣନ୍ତୁ ପୁରା ଘଟଣା

ଆପଣମାନେ ଅନେକ କିଛି କଥା ଶୁଣିଥିବେ ଆଉ ଅନେକ ବିଷୟରେ ଜାଣିଥିବେ । ବେଳେବେଳେ ପୂର୍ବରୁ ପରିକଳ୍ପିତ ହୋଇଥିବା କଥା ସତ ହୋଇଥାଏ । ଘଟଣା ହେଉ ବା ଦୁର୍ଘଟଣା କେଉଁ ଜ୍ୟୋତିର୍ବିଦ ହୁଅନ୍ତୁ ବା ଭବିଷ୍ୟ ଦ୍ରଷ୍ଟା ସେମାନେ ଅନେକ କିଛି ଭବିଷ୍ୟବାଣୀ କରିଥାନ୍ତି । କେହି କେହି ଏହାକୁ ବିଶ୍ୱାସ କରୁଥିବା ବେଳେ କେହି କେହି ଏହାକୁ ବିଶ୍ୱାସ କରୁ ନାହାଁନ୍ତି । ଆଉ ବେଳେବେଳେ ଯେତେବେଳେ ସେମାନେ କହିଥିବା କଥା ସତ ହୋଇ ଯାଇଥାଏ ସେତେବେଳେ ସମସ୍ତେ ଚକିତ ହୋଇ ଯାଆନ୍ତି ।

ଏୟାର ଇଣ୍ଡିଆ ବିମାନକୁ ନେଇ ଲେଖା ହୋଇ ସାରିଥିଲା ଭବିଷ୍ୟବାଣୀ । ପ୍ଲେନ୍ କ୍ରାସ ହେବା ନେଇ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିଲା । ଆଉ ଏହାସହ ଖବର କାଗଜରେ ମଧ୍ୟ ଏହି ଖବର ଆସିଥିଲା । ଦୁର୍ଘଟଣା ପରେ ଅନେକ କିଛି କଥା ସାମ୍ନାକୁ ଆସିଛି । ପ୍ଲେନ କ୍ରାସ୍ ହେବ ବୋଲି ଖବର ବି ଆସିଥିଲା । ଆଉ ଏବେ ପ୍ରଶ୍ନ ଆସୁଛି କି ପ୍ଲେନ କ୍ରାଶ ହେବା ଘଟଣା ସେମାନେ କିପରି ଜାଣିଲେ । ଜୁନ ୧୨ ତାରିଖ ଦିନ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।

ଏହି ବିମାନ ଉଡାଣ ଭରିବାର କିଛି ସମୟ ପରେ ଏଭଳି ଘଟଣା ଘଟିଥିଲା । ବି ଜେ ମେଡିକାଲ କଲେଜର ହଷ୍ଟେଲରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ୨୪୨ ଜଣଙ୍କ ଭିତରୁ ୨୪୧ ଜଣଙ୍କର ମୃ-ତ୍ୟୁ ହୋଇଥିଲା । କେବଳ ଜଣେ ବ୍ୟକ୍ତି ବଞ୍ଚି ଯାଇଥିଲେ । ଠିକ୍ ସେହିଦିନ କିଡ ଜାନିଆ ନାମକ ଏକ ଖବର କାଗଜରେ ଏକ ବିଜ୍ଞାପନ ପ୍ରକାଶିତ ହୋଇଥିଲା । ଯେଉଁଥିରେ ଏୟାର ଇଣ୍ଡିଆ ବିମାନ ଦେଖା ଦେଇଥିଲା । ଦୁର୍ଘଟଣାର ଦୃଶ୍ୟ ଏହି ବିଜ୍ଞାପନରେ ଦେଖା ଯାଇଥିଲା । ଏହି ବିଜ୍ଞାପନକୁ ନେଇ ଏବେ ଚର୍ଚ୍ଚା ହେଉଛି ।

ଏହି ବିଜ୍ଞାପନ ଏବଂ ଦୁର୍ଘଟଣା ସମାନ ଆଉ ସମାନ ସମୟରେ ଦେଖି ସମସ୍ତେ ଚକିତ ହୋଇ ପଡିଛନ୍ତି । ଏବେ ଏହି କଥାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ପୂର୍ବରୁ ଚୌଧୁରୀ ଗଗ୍ରାଜ୍ ନେହେରା ଡିସେମ୍ବର ୧ ତାରିଖ ୨୦୨୪ ମସିହାରେ ଗୁଜୁରାଟର ଅହମଦାବାଦ ଠାରେ ଦିନ ଦ୍ୱିପ୍ରହର ସମୟରେ ଜୁନ ମାସ ୧୨ ତାରିଖରେ ପ୍ଲେନ କ୍ରାସ ହେବ । ଏହା ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଆଉ ଜଣେ ବ୍ୟକ୍ତି ଲେଖିଥିଲେ ଜୁନ ମାସ ୭ ତାରିଖ ପରେ ଭାରତ ସମେତ ଅନେକ ରାଷ୍ଟ୍ରରେ ପ୍ଲେନ କ୍ରାଷ ହେବ । ଏବେ ଏହି କଥାକୁ ନେଇ ଅନେକ କଥା ଆସୁଛି । ଏବେ ପ୍ରଶ୍ନ ଆସୁଛି କି ଏହି ବିଷୟରେ ଏମାନେ ପୂର୍ବରୁ କିପରି ଜାଣିଥିଲେ ? ଏବେ ଏହାକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।