ଏୟାର ଇଣ୍ଡିଆର ବିମାନ ଉଡ଼ାଣର ମାତ୍ର ୨ ମିନିଟ ଭିତରେ କ୍ରାସ୍ ହୋଇଥିଲା, କଣ ଏମିତି କାରଣ ହୋଇପାରେ? ଜାଣନ୍ତୁ

ଅହମଦାବାଦ ବିମାନ ଦୁର୍ଘଟଣା ଖବର ଏବେ ସାରା ଦେଶକୁ ଦୋହଲାଇ ଦେଇଛି । ଦେଖୁ ଦେଖୁ ବିମାନଟି ନିଆଁ ପାଲଟି ଯାଇଥିଲା । ଏହି ଦୁର୍ଘଟଣାରେ ୨୪୧ ଜଣଙ୍କର ଜୀବନ ଚାଲି ଯାଇଥିଲା । ଦୁର୍ଘଟଣା ପୂର୍ବରୁ ବିମାନରେ କଣ ଘଟିଥିଲା ? ଯାତ୍ରୀଙ୍କୁ କଣ କୁହାଯାଇଥିଲା ? ପାଇଲଟ କୋ ପାଇଲଟ ଓ କ୍ୟାବିନ କ୍ରିିଉ ସୁରକ୍ଷା ଦୃଷ୍ଟିରୁ କଣ ପଦକ୍ଷେପ ଗ୍ରହଣ କରିଥିଲେ ? ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି କେମିତି ଥିଲା ସେହି ଶେଷ ଦୁଇ ମିନିଟ ?

ବିମାନରେ କେମିତି କଣ୍ଟ୍ରୋଲର ବ୍ୟବହାର କରିବ କେମିତି ଏହି ସବୁ ଉପଯୋଗ ହେବ ଏହି ବିଷୟରେ ସବୁକିଛି କହିଛନ୍ତି । ଜରୁରୀକାଳୀନ ସ୍ଥିତିରେ ବିମାନ ଭିତରେ ସ୍ଥିତି କେମିତି ଥାଏ ତାହା ବୁଝାଇଛନ୍ତି ଉତ୍କଳ ଏରୋସ୍ପେସ ଇଞ୍ଜିନିୟରିଂ ଜେନେରାଲ ମ୍ୟାନେଜର ଦେବାଶିଷ ମହାନ୍ତି ଏବଂ କ୍ୟାପଟେନ ଦିବ୍ୟଜୀବନ ମହାନ୍ତି । ବିମାନରେ କେମିତି କାମ କରିଥାନ୍ତେ ଜେନେରାଲ ପାଇଲଟ ଆଉ କୋ ପାଇଲଟ । ବିମାନ ଚାଲିଲା ପରେ ଯଦି କୌଣସି ତ୍ରୁଟି ଦେଖିବାକୁ ମିଳିଥାଏ ତାହେଲେ ପାଇଲଟ ଯାତ୍ରୀ ମାନଙ୍କୁ କଣ କହିଥାଏ ।

ଯାତ୍ରୀମାନେ କିପରି ନିଜର ସୁରକ୍ଷା କରିପାରିବେ ଏହି ସବୁ ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ପାଇଲଟ ଏଭଳି କିଛି ସୂଚନା ପାଇଲେ ପାସେଞ୍ଜରଙ୍କ ସୁରକ୍ଷା ପାଇଁ କହିଥାନ୍ତି । ପାଇଲଟ ଅନେକ କିଛି କରିଥାଏ ଆଉ ସେ ଚେଷ୍ଟା କରିଥାଏ ବିମାନ ଲ୍ୟାଣ୍ଡ କରିବା ପାଇଁ । ସଫିସେଣ୍ଟ ଉଚ୍ଚତା ନଥିଲେ ବିମାନ ଉଡି ପାରିବ ନାହିଁ । ଆଉ ଏଥିରେ ପାଇଲଟ କିଛି କରିପାରିବ ନାହିଁ । ଏହି ଦୁର୍ଘଟଣାରେ ବିମାନ କମ୍ ଉଚ୍ଚତାରେ ଥିଲା ଆଉ ପାଇଲଟ ଚାହିଁଥିଲେ ବି କିଛି କରିପାରି ନଥିଲେ ।

ଏହି ବିମାନ ଉଡାଣର ଦୁଇ ମିନିଟ ପରେ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା । ହୁଏତ ଏହି ବିମାନର ଦୁଇଟି ଇଞ୍ଜିନ ଖରାପ ହୋଇଥିବ ନହେଲେ ପାଇଲଟଙ୍କ ଦ୍ଵାରା କିଛି ତ୍ରୁଟି ହୋଇଥିବ । ଏହିସବୁ କଥା ତଦନ୍ତ ରୁ ଜଣାପଡ଼ିବ । ଏବେ ବିମାନରେ ଥିବା ବ୍ଲାକ ବକ୍ସ ଦ୍ଵାରା ଅନେକ କିଛି ତଥ୍ୟ ସାମ୍ନାକୁ ଆସିବ । ବ୍ଲାକ ବକ୍ସରେ ସବୁକିଛି ରେକର୍ଡ ହୋଇଥିବ ଆଉ ଏହି ସବୁ ଯାଞ୍ଚ କରିବା ପରେ ଅନେକ କିଛି ତଥ୍ୟ ସାମ୍ନାକୁ ଆସିବ । ପାଇଲଟ ଅନେକ ଚେଷ୍ଟା କରିଥିବେ କିନ୍ତୁ ଏଭଳି ହୋଇଯିବ କେହି ଜାଣିନଥିଲେ ।

Leave a Comment