AIIMSରେ କୋମାରେ ଅଛନ୍ତି ଅଭିଜିତ,ସ୍ୱାମୀଙ୍କ ପାଇଁ କାନ୍ଦି କାନ୍ଦି ଭଗବାନଙ୍କୁ ଡାକୁଛନ୍ତି ପତ୍ନୀ, ଜାଣନ୍ତୁ ପୁରା ଖବର

ଆପଣମାନେ ସମସ୍ତେ ତ ଓଡ଼ିଆ ଆଲବମ ଏବଂ ଆଧୁନିକ ଗୀତ ଶୁଣିଥିବେ । କଣ୍ଠଶିଳ୍ପୀ ଏବଂ ମ୍ୟୁଜିକ ଡାଇରେକ୍ଟର ଅଭିଜିତ ମଜୁମଦାରଙ୍କୁ ବି ଜାଣିଥିବେ । ଏହି ବ୍ୟକ୍ତି ଜଣକ ଅନେକ ଗୀତ ଗାଇଛନ୍ତି । ତାଙ୍କ ଗୀତରେ ଅନେକ ଲୋକ ଝୁମି ଉଠିଛନ୍ତି । ତାଙ୍କ ଗୀତ ଲୋକମାନଙ୍କୁ ବହୁତ ପସନ୍ଦ । ଏବେ ତାଙ୍କୁ ନେଇ କିଛି ଖବର ଆସିଛି । ସଙ୍ଗୀତଜ୍ଞ ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟ ଖରାପ ହୋଇଯାଇଛି । ଏବେ ସେ ଭୁବନେଶ୍ୱର AIIMS ହସ୍ପିଟାଲର ଆଇସିୟୁରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ।

ଆଉ ସେପଟେ କାନ୍ଦି କାନ୍ଦି ଗଡି ଯାଉଛନ୍ତି ତାଙ୍କ ପତ୍ନୀ । ରୋଗ ସହିତ ଲଢ଼ିବାର ଗୋଟିଏ ସମୟ ଥାଏ । ଅଭିଜିତ ମଜୁମଦାରଙ୍କ କ୍ଷେତ୍ରରେ ବୟସ ଅଧା ହୋଇନାହିଁ । ଆଉ ତାଙ୍କୁ ଯୁବକ କହିଲେ ଅତ୍ୟୁକ୍ତି ହେବ ନାହିଁ । ଯୁବକମାନଙ୍କ ମନୋରଞ୍ଜନ କରିବା ତାଙ୍କୁ ଗୀତରେ ଝୁମାଇବା ପାଇଁ ଏବଂ ଛୋଟ ଠାରୁ ବଡ ଲୋକଙ୍କ ପାଇଁ ଆଉ ଟୋକାମାନଙ୍କ ପାଇଁ ଅଭିଜିତ ମଜୁମଦାର ଅନେକ ଗୀତ ଗାଇଛନ୍ତି । ଅନେକ ମେଲୋଡି ଆଉ ଆଧୁନିକ ଗୀତ ରଚନା କରିଛନ୍ତି କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର ।

ଏବେ ଏହି କଣ୍ଠଶିଳ୍ପୀଙ୍କ ହାତ ଗୋଡ କାମ କରୁନି ଆଉ ସେ ଏବେ କୋମାରେ ଅଛନ୍ତି । ତାଙ୍କ ପତ୍ନୀ ଏବେ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି ତାଙ୍କ ଶଙ୍ଖା ସିନ୍ଦୂରକୁ ଭଲ କରିଦେବା ପାଇଁ । ଏବେ ତାଙ୍କର ଅବସ୍ଥା ଖରାପ ହୋଇଯାଇଛି ଆଉ ଏହି ଖବର ପାଇ ସମସ୍ତେ ମନ ଖରାପ କରିଛନ୍ତି । ତାଙ୍କ ପ୍ରଂସଶକମାନେ ଏହି ଖବର ପାଇ ଦୁଃଖ ପ୍ରକାଶ କରିଛନ୍ତି । ଏବେ ତାଙ୍କ ଦେହ ଭଲ ହେଇଯାଉ ବୋଲି ସମସ୍ତେ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ।

ପ୍ରତିବର୍ଷ ପୂଜାପର୍ବରେ କଣ୍ଠଶିଳ୍ପୀ ଅଭିଜିତ ମଜୁମଦାରଙ୍କ ମେଲୋଡି ପାଇଁ ସମସ୍ତେ ଚାହିଁ ରହିଥାନ୍ତି । ଆଉ ତାଙ୍କ ପାଇଁ ତାରିଖ ବି ଘୁଞ୍ଚି ଯାଇଥାଏ । ଏବେ ଏହି କଣ୍ଠଶିଳ୍ପୀ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ମେଲୋଡି ଯେଉଁଠି ସେଇଠି ଅଭିଜିତ ଦାଦାଙ୍କ ନାମ ଆସେ । ଆଉ ଏବେ ସମସ୍ତେ କହୁଛନ୍ତି ଗଣେଶ ପୂଜା ନହେଲା ନାହିଁ ମାଆ ଦୁର୍ଗାଙ୍କ ପୂଜା ବେଳକୁ କଣ୍ଠଶିଳ୍ପୀ ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟ ଭଲ ହୋଇ ଯାଇଥାଉ । କଣ୍ଠଶିଳ୍ପୀ ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟ ଖବର ଶୁଣି ତାଙ୍କ ପରିବାର ସହ ସମସ୍ତ ଓଡିଶାବାସୀ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି ତାଙ୍କ ସ୍ବାସ୍ଥ୍ୟ ବହୁତ ଶୀଘ୍ର ଭଲ ହୋଇଯାଉ ।