କାହିଁକି ଅଭିଜିତ ମଜୁମଦାରଙ୍କୁ ଏତେ ଭଲପାଆନ୍ତି ବାବୁସାନ ମହାନ୍ତି, ଜଣାପଡିଲା ସତ

କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର ଏବେ ଲିଭର ସିରୋସିସ୍ ରୋଗରେ ପୀଡ଼ିତ ଅଛନ୍ତି । ତାଙ୍କୁ ଏବେ ଦିଲ୍ଲୀ ସହରକୁ ଏୟାର ଲିଫ୍ଟ କରାଯିବ ବୋଲି ଖବର ଆସିଛି । ଖବର ଆସିଛି କି ତାଙ୍କୁ ଦେଖା କରିବାକୁ ଆଗ ଧାଡ଼ିର କଳାକାର କେହି ଯାଇ ନାହାଁନ୍ତି ।

ତାଙ୍କୁ ଦେଖା କରିବାକୁ ଆଗଧାଡିର ଅଭିନେତା ବାବୁଶାନ୍ ମହାନ୍ତି ଯାଇଥିଲେ । ଏବେ ଜଣା ପଡ଼ିଗଲା କି ଅଭିନେତା ବାବୁଶାନ୍ ମହାନ୍ତି କାହିଁକି ଅଭିଜିତ ମଜୁମଦାରଙ୍କୁ ଏତେ ଭଲ ପାଆନ୍ତି । ଅନେକ ଦିନ ହେବ ଅଭିଜିତ ମଜୁମଦାର ଚିକିତ୍ସିତ ହେଉଛନ୍ତି । ତାଙ୍କୁ ଜଣକ ପରେ ଜଣେ ଯାଇ ଦେଖା କରି ଆସୁଛନ୍ତି । ତାଙ୍କୁ ଦିଲ୍ଲୀକୁ ଏୟାର ଲିଫ୍ଟ କରାଯିବ ବୋଲି ଖବର ଆସିଲାଣି । ଆଉ ଏବେ ତାଙ୍କୁ ଶ୍ରୀତମ ଦାସ ଦେଖା କରିବାକୁ ଯିବା ସହ ଅନେକ କଳାକାର ଯାଇଥିଲେ ।

ଆଗଧାଡିର ଅଭିନେତା ସବ୍ୟସାଚୀ, ଆକାଶ ଦାସ ନାୟକ, ଅନୁଭବ, ଅରିନ୍ଦମ ଆଦି ତାଙ୍କୁ ଦେଖା କରିବାକୁ ଯାଇ ନାହାଁନ୍ତି । ମିଳିଥିବା ଖବର ଅନୁସାରେ ବାବୁଶାନ୍ ମହାନ୍ତି କେବଳ ତାଙ୍କୁ ଦେଖା କରିବାକୁ ଯାଇଛନ୍ତି । କଟକ ମେଡିକାଲରୁ ଭୁବନେଶ୍ୱର ଘରୋଇ ମେଡ଼ିକାଲକୁ ଯେବେ ଅଭିଜିତ ମଜୁମଦାରରଙ୍କୁ ଅଣାଗଲା ସେତେବେଳେ ତାଙ୍କ ସହ ବାବୁଶାନ୍ ମହାନ୍ତି ଯାଇଥିଲେ । ଏହାସହ ତାଙ୍କ ଡାକ୍ତରଙ୍କୁ ମଧ୍ୟ ସେଠାକୁ ଆସିବାକୁ କହିଥିଲେ । ଏବେ ଏହି କଳାକାର ଏତେ କାହିଁକି ତାଙ୍କୁ ଭଲ ପାଆନ୍ତି ତାହା ଜାଣିବା ।

ଅଭିନେତା ବାବୁଶାନ୍ ମହାନ୍ତି ଜଣେ ସଫଳ କଣ୍ଠଶିଳ୍ପୀ ମଧ୍ୟ । ସେ ଅଭିଜିତ ମଜୁମଦାରଙ୍କ ନିର୍ଦ୍ଦେଶନାରେ ଗୀତ ଗାଇଛନ୍ତି । ଆଉ ସେ ନିଜକୁ ହିଟ କରି ପାରିଛନ୍ତି । ଲଭ୍ ମାଷ୍ଟର ହେଉ ବା ଜବରଦସ୍ତ ପ୍ରେମିକା ବା ଅନ୍ୟାନ୍ୟ ଫିଲ୍ମରେ ବାବୁଶାନ୍ ମହାନ୍ତି ବହୁତ ସୁନ୍ଦର ଗୀତ ଗାଆନ୍ତି । ବାବୁଶାନ୍ ମହାନ୍ତି ଏବଂ ଅଭିଜିତ ମଜୁମଦାରଙ୍କ ସଙ୍ଗ ଅନେକ ହିଟ୍ ଗୀତ ସାମ୍ନାକୁ ଆଣିଛି । ଅଭିନେତା ବାବୁଶାନ୍ ମହାନ୍ତି ଗୀତ ଗାଉଥିବା ବେଳେ ତାଙ୍କର ସଙ୍ଗୀତ ନିର୍ଦ୍ଦେଶନା ଦେଇଥାନ୍ତି ଅଭିଜିତ ମଜୁମଦାର ।