ମଣିଷ ଆଉ କେତେ ତଳକୁ ଯିବ, ପରକୀୟା ପ୍ରୀତି ପାଇଁ ଆଉ କେତେ ଜୀବନ ବଳି ପଡିବ, ଜାଣନ୍ତୁ ପୁରା‌ ଘଟଣା

ଆଜିକାଲି ଦୁନିଆରେ ଏଭଳି ସବୁ ଘଟଣା ଦେଖିବାକୁ ମିଳିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସମାଜରେ ଏଭଳି ସବୁ ଲୋକ ଅଛନ୍ତି ଯେଉଁମାନେ ଏଭଳି ନିର୍ଲଜ୍ଜ କାମ କରନ୍ତି । ୫୬ ଗାର୍ଲଫ୍ରେଣ୍ଡକୁ ୩୩ ବର୍ଷର ବୟଫ୍ରେଣ୍ଡ୍ । ଏହି ମହିଳା ଜଣକ ନାତିନାତୁଣୀ ଖେଳାଇବା ବୟସରେ ଏଭଳି କାମ କରିଛନ୍ତି । ମହିଳା ଜଣକ ତାଙ୍କ ଅଧା ବୟସର ପ୍ରେମିକ ସହ ମିଶି ଏଭଳି କିଛି କରିଛନ୍ତି ।

ଏହି ମହିଳା ଆଉ ତାଙ୍କ ପ୍ରେମିକ ଜଣକର ପ୍ରେମ ପାଇଁ ବଳି ପଡିଗଲେ ମହିଳା ଜଣଙ୍କର ସ୍ବାମୀ । ପ୍ରେମିକା ଜଣକ ନିଜ ସ୍ବାମୀଙ୍କୁ ମଦ ପିଆଇ ଥିଲେ ଆଉ ଏହାପରେ ଏଭଳି କିଛି ହୋଇଥିଲା । କର୍ଣ୍ଣାଟକ ଚିକମାଗଲୁ ଜିଲ୍ଲା କଦୁର ଅଞ୍ଚଳରେ ଏହି ଘଟଣା ଘଟିଛି । ଏଥିରେ ଜଣେ ୬୦ ବର୍ଷୀୟ ବ୍ୟକ୍ତି ଶୁଭ୍ରମନ୍ୟୁଙ୍କ ହତ୍ୟା ହୋଇଛି । ଏହି ବ୍ୟକ୍ତିଙ୍କ ସ୍ଵାମୀ ହେଉଛନ୍ତି ମୀନା କ୍ଷମା । ଏହି ସ୍ତ୍ରୀ ଏବଂ ତାଙ୍କ ପ୍ରେମିକ ମିଶି ଶୁଭ୍ରମନ୍ୟୁଙ୍କୁ ମାରି ଦେଇଥିଲେ । ମେ ୩୧ ତାରିଖରେ ଏହି ଘଟଣା ଘଟିଥିଲା । ଏହି ଘଟଣା ଘଟାଇବା ପରେ ମୀନା କ୍ଷମା ଥାନାରେ ଅଭିଯୋଗ କରିଥିଲେ ।

ଥାନାରେ ସେ ତାଙ୍କ ସ୍ଵାମୀ ନିଖୋଜ ଅଛନ୍ତି ବୋଲି ଅଭିଯୋଗ କରିଥିଲା । କିନ୍ତୁ ଘଟଣା କିଛି ଅଲଗା ଥିଲା । ପୋଲିସ ତଦନ୍ତ କରିବା ପରେ ଅନେକ କିଛି କଥା ଜାଣି ପାରିଥିଲା । ଏହି ବ୍ୟକ୍ତି ଜଣଙ୍କୁ ତାଙ୍କ ସ୍ତ୍ରୀ ଆଉ ତାଙ୍କ ସ୍ତ୍ରୀଙ୍କ ପ୍ରେମିକ ପ୍ରଦୀପ ଏବଂ ଆଉ ଜଣେ ମିଶି ଏଭଳି ଯୋଜନାବଦ୍ଧ ଭାବରେ ମାରି ଦେଇଥିଲେ । ଏହି କଥା ପୋଲିସ ତଦନ୍ତ କରିବା ପରେ ସାମ୍ନାକୁ ଆସିଥିଲା । ପୋଲିସ ପ୍ରଦୀପ ଆଉ ବ୍ୟକ୍ତିଙ୍କ ସ୍ତ୍ରୀ ମୀନା କ୍ଷମାଙ୍କ କଲ୍ ରେକର୍ଡିଂ ଚେକ୍ କରିବା ପରେ ଜାଣି ପାରିଥିଲା ।

ଶୁଭ୍ରମନ୍ୟୁ ବହୁତ ଭଲ ଲୋକ ଥିଲେ ଆଉ ସେ ଖୁବ ପରିଶ୍ରମୀ ଥିଲେ । ମୀନା କ୍ଷମା ଏଭଳି କରିବେ ବୋଲି କେହି ଜାଣି ନଥିଲେ । ମୀନା କ୍ଷମା ଆଉ ପ୍ରଦୀପ ଚାରି ବର୍ଷ ତଳେ ପରସ୍ପରକୁ ଜାଣିଥିଲେ । ଆଉ ଏହାପରେ ତାଙ୍କ ଭିତରେ ପ୍ରେମ ସମ୍ପର୍କ ହୋଇଥିଲା । ତାପରେ ମୀନା କ୍ଷମାଙ୍କ ସ୍ଵାମୀ ଏହି ବିଷୟରେ ଜାଣିବା ପରେ ତାଙ୍କୁ ବାରଣ କରିଥିଲେ କିନ୍ତୁ ଏହି କଥା ମାନି ନଥିଲେ ମୀନା କ୍ଷମା । ଆଉ ମୀନା କ୍ଷମା ଏବଂ ପ୍ରେମିକ ମିଶି ଯୋଜନା କରିଥିଲେ । ତାଙ୍କ ପ୍ରେମିକ ପ୍ରଦୀପ ଆଉ ତାଙ୍କ ସାଙ୍ଗମାନେ ଶୁଭ୍ରମନ୍ୟୁଙ୍କୁ ତାଙ୍କ ଦୋକାନରୁ ନେଇ ମଦ୍ୟପାନ କରାଇଥିଲେ ଆଉ ତାପରେ ତାଙ୍କ ବେକ ଛୁରୀରେ କାଟି ଦେଇଥିଲେ । ତାପରେ ତାଙ୍କ ଶବ ପୋଡ଼ି ଦେଇଥିଲେ । ଏଭଳି ସବୁ ଘଟଣା ସାମ୍ନାକୁ ଆସିଥିଲା । ଏବେ ଏହି ଘଟଣାରେ ମୀନା କ୍ଷମାଙ୍କୁ ଗିରଫ କରାଯାଇଛି ।