ଝଗଡ଼ା ହେବାରୁ ଗର୍ଭବତୀ ସ୍ତ୍ରୀକୁ କାଟି ଫିଙ୍ଗିଦେଲା ପିଶାଚ ସ୍ୱାମୀ, ପୁରା ଘଟଣା ଜାଣି ହେବେ ତାଜୁବ୍

ଶୁଣିଲେ ଛାତି ଥରି ଉଠୁଛି। ଥରେ ଭାବିଦେଲେ ଲୋମ ଟାଙ୍କୁରି ଉଠୁଛି। ଇଏ ସେହି ଜହ୍ଲାଦ ସ୍ବାମୀ। ସାତ ଜନ୍ମ ପାଇଁ ହାତ ଧରି ବାହା ହୋଇଥିଲା। ହୋମ ନିଆଁକୁ ସାକ୍ଷୀ ରଖି ଜୀବନ ସାଥୀ ବାଛିଥିଲା। ହେଲେ ସବୁ ସମ୍ପର୍କ ଭୁଲିଗଲା ସଇତାନ ସ୍ୱାମୀ। ଅତି ନିର୍ମମ ଭାବେ ପତ୍ନୀକୁ ହତ୍ୟା କଲା। ପେଟରେ ବଢ଼ୁଥିବା ଛୁଆକୁ ବି ଭୁଲିଗଲା। ତଣ୍ଟି ଚିପି ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି ସ୍ତ୍ରୀ ଶରୀରକୁ କାଟିଲା ପରେ ନଦୀରେ କଟା ମୁଣ୍ଡ, ଗୋଡ ଓ ହାତକୁ ଫିଙ୍ଗିଦେଲା।

ଗ୍ରେଡର ନୋଏଡା ପରେ ହାଇଦ୍ରାବାଦରୁ ଆସିଲା ଆଉ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ । ପାରିବାରିକ ଝଗଡ଼ା ପରେ ୫ ମାସର ଗର୍ଭବତୀ ପତ୍ନୀକୁ ମାରି କାଟି ଫିଙ୍ଗିଦେଲା ସ୍ବାମୀ। ମୃତ ମହିଳା ଜଣକ ୨୧ ବଷୀୟା ହୋଇଥିବା ବେଳେ ସଇତାନ ସ୍ବାମୀ ଜଣକର ବୟସ ୨୭ ବର୍ଷ ।

ପୁଲିସ୍ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି । ସେପଟେ ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ଘଟିଥିବା ଲୋମହର୍ଷଣକାରୀ ହତ୍ୟାକାଣ୍ଡରେ ମୃତକ ନିକ୍କିଙ୍କ ସ୍ବାମୀଙ୍କୁ ଗିରଫ କରାଯାଇଛି ।

ନିକିଙ୍କ ଶାଶୁବି ଗିରଫ ହୋଇଛନ୍ତି। ୩୫ ଲକ୍ଷ ଟଙ୍କାର ଯୌତୁକ ପାଇଁ ନିକ୍କିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା ।