ମାଡି ଆସୁଛି ବଡ଼ ବିପଦ, ମନ୍ଦିରରୁ ବାହାରି ଗାଁରେ ବୁଲିଲେ ମା’ ସମଲେଇ, ମନ୍ଦିରରେ ପଡିଲା ପାଦଚିହ୍ନ, ଜାଣନ୍ତୁ ପୁରା‌ ଘଟଣା

ଓଡ଼ିଶାକୁ ମାଡି ଆସୁଛି ବଡ ବିପଦ । ମାଆ ସମଲେଇ ଦେଲେ ଆଗୁଆ ସଂକେତ । ରାତି ଅଧରେ ମନ୍ଦିରରୁ ବାହାରି ବୁଲିଲେ ମାଆ । ଗର୍ଭ ଗୃହରେ ପଡ଼ି ପଡ଼ି ଗଲା ମାଆଙ୍କ ଅଳତା ପିନ୍ଧା ପାଦ ଚିହ୍ନ । ଝୁଣା ଧୂପ ବାସ୍ନାରେ ମହକି ଉଠିଲା ଆଖ ପାଖ ଅଞ୍ଚଳ । ଓଡ଼ିଶା ଉପରେ ରହିଛି ବଡ ବିପଦ ଯାହାର ଆଗୁଆ ସଂକେତ ଦେଇଛନ୍ତି ମାଆ ସମଲେଇ । ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶା ଉପରେ ଦାଉ ସାଜୁଥିବା ବେଳେ ଶତ୍ରୁ ଦେଶ ସ୍ଥାନରେ ରହିଛି ଓଡ଼ିଶା ।

ଏହିଭଳି ଏକ ପରିସ୍ଥିତିରେ ମାଆଙ୍କର ଅଲୌକିକ ମହିମା ଦେଖିବାକୁ ମିଳିଛି । ସବୁବେଳେ ଓଡ଼ିଶା ଉପରେ ବିପଦର କଳା ସାୟା ରହିଥିବ ବେଳେ ଓଡ଼ିଶାବାସୀଙ୍କ ଛାତିରେ ଛନକା ପଶି ରହୁଛି । ସେହି ବିପଦକୁ ଏଡାଇ ଭକ୍ତଙ୍କୁ ସୁରକ୍ଷା ଦେବା ପାଇଁ ମାଆ ନିଜେ ହିଁ ମନ୍ଦିରରୁ ବାହାରି ଭକ୍ତଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ଲୋକମାନେ କହିବା ଆରମ୍ଭ କରିଲେନି । କାରଣ ଗତ ଗୁରୁବାର ମନ୍ଦିର ଗର୍ଭ ଗୃହରୁ ମାଆଙ୍କର ଅଳତା ପିନ୍ଧା ପାଦ ଚିହ୍ନ ମିଳିଥିଲା । ଏହାସହ ମାଆଙ୍କ ଆସ୍ଥାନରୁ ଚୁଡ଼ି, ଖଣ୍ଡା, ତ୍ରିଶୂଳ ଆଦି ତଳେ ପଡିଥିଲା ।

ପୂଜକ ଜଣକ ଏହି ଘଟଣାର ପୂର୍ବଦିନ ରାତିରେ ବାହାର ପଟୁ ତାଲା ପକାଇ ଘରକୁ ଯାଇଥିଲେ ଆଉ ସବୁକିଛି ଠିକ୍ ଥିଲା କିନ୍ତୁ ସେ ତା ପରଦିନ ଆସି ଦେଖନ୍ତି ତ ଗର୍ଭଗୃହରେ ଅଳତା ପିନ୍ଧା ପାଦ ଚିହ୍ନ ପଡ଼ିଛି ଆଉ ମାଆଙ୍କ ଚୁଡ଼ି, ଖଣ୍ଡା ଆଉ ତ୍ରିଶୂଳ ତଳେ ପଡ଼ିଛି । ଏହାକୁ କେହି ସହଜରେ ଗ୍ରହଣ କରିପାରୁ ନାହାଁନ୍ତି । ମନ୍ଦିର ଭିତରେ ଏହି ପାଦ ଚିହ୍ନ କାହାର ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଉ ଏହା ସବୁ ମାଆ ସମଲେଇଙ୍କ ମହିମା ବୋଲି ଲୋକମାନେ ଚର୍ଚ୍ଚା କରୁଛନ୍ତି ।

ମାଆ ସମଲେଇଙ୍କ ମନ୍ଦିରରେ ଏଭଳି ଅଦୃଶ୍ୟ। ଦେଖିବାକୁ ମିଳିଛି । ଲଖନପୁର ସ୍ଥିତ ମାଆ ସମଲେଇ ମନ୍ଦିରରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା । ଆଉ ମାଆଙ୍କ ମନ୍ଦିରରେ ଏଭଳି ଦୃଶ୍ୟ ଦେଖିବାକୁ ଭକ୍ତଙ୍କ ଭିଡ ଲାଗିଛି । ତିନୋଟି ଯୋଡ଼ି ପାଦ ଚିହ୍ନ ପଡିଥିଲା । ଆଉ ମାଆ ସମଲେଇ ଗାଁ ପରିଭ୍ରମଣ କରି ଯାଇଥିଲେ ବୋଲି ଏବେ ଚର୍ଚ୍ଚା ହେଉଛି । କିଛି ବିପଦ ଆସିଲେ ମାଆ ଭକ୍ତଙ୍କ ସୁରକ୍ଷା ପାଇଁ ଏଭଳି ଭ୍ରମଣ କରନ୍ତି ବୋଲି କାଳ କାଳରୁ କଥା ରହିଛି । ଏବେ ଏହାକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।