ସ୍ବାମୀ-ସ୍ତ୍ରୀ ମିଶି ତୁରନ୍ତ ଖୋଲନ୍ତୁ ଆକାଉଣ୍ଟ, ଏକାଥରେ ଆପଣଙ୍କୁ ମିଳିବ ୨୫ ଲକ୍ଷ ! ଜାଣନ୍ତୁ ସ୍କିମ୍ ବିଷୟରେ

ପୋଷ୍ଟଲ ଅନେକ ସୁବିଧା ସୁଯୋଗ ଆଣୁଛି । ଏବେ ପୋଷ୍ଟାଲ ଏକ ଭଲ ସ୍କିମ ଆଣିଛି । ଆସିଲା ଦମଦାର ପୋଷ୍ଟାଲ୍ ସ୍କିମ । ସ୍ଵାମୀ ସ୍ତ୍ରୀ ମିଶି ତୁରନ୍ତ ଖୋଲି ଦିଅନ୍ତୁ ଆକାଉଣ୍ଟ । ଏକାଥରେ ଆପଣଙ୍କୁ ୨୫ ଲକ୍ଷ ଟଙ୍କା ମିଳିବ । ଆଜିକାର ଯୁଗରେ ସ୍ଵାମୀ ଏବଂ ସ୍ତ୍ରୀ ଘରର ଆର୍ଥିକ ଦାୟିତ୍ଵ ବାଣ୍ଟି ନେଉଛନ୍ତି । ଯଦି ଆପଣ ମଧ୍ୟ ଆପଣଙ୍କ ସାଥିଙ୍କ ସହ ବଡ ଫଣ୍ଡ କରିବାକୁ ଚାହୁଁଛନ୍ତି ତାହେଲେ ପୋଷ୍ଟ ଅଫିସ ଆରଡି ହେଉଛି ଆପଣଙ୍କ ପାଇଁ ସର୍ବୋତ୍ତମ ନିବେଶ ଯୋଜନା ।

ଏହା ଏପରି ଏକ ଉପାୟ ଯାହା ହେଉଛି ସ୍ଵାମୀ ଆଉ ସ୍ତ୍ରୀ ମିଶି ଛୋଟ ସଞ୍ଚୟ ସହ ୨୫ ଲକ୍ଷ ଟଙ୍କାର ଫଣ୍ଡ ପାଇପାରିବେ । ଏହି ସୁଯୋଗ ପାଇଁ ଆରଡି କାହିଁକି କାରଣ ଆରଡି ହେଉଛି ସର୍ବୋତ୍ତମ ନିବେଶ ଯୋଜନା । ଯଦି ଆପଣ ଷ୍ଟକ୍ ମାର୍କେଟ ବା ମ୍ୟୁଚାଲ ଫଣ୍ଡ ଭଳି ବିପଦପୂର୍ଣ୍ଣ ନିବେଶରେ ଟଙ୍କା ନିବେଶ କରିବାକୁ ଚାହୁଁ ନାହାଁନ୍ତି ତେବେ ପୋଷ୍ଟ ଅଫିସ ଯୋଜନା ଗୁଡିକ ସବୁଠାରୁ ସୁରକ୍ଷିତ ବିକଳ୍ପ ଯୋଜନା । ଏହି ଯୋଜନା ଗୁଡିକ ସବୁଠାରୁ ସୁରକ୍ଷିତ ଅଟେ ।

ଏହି ଯୋଜନା ଗୁଡିକରେ ଆପଣଙ୍କ ଟଙ୍କା ସବୁଠାରୁ ସୁରକ୍ଷିତ ଅଟେ । ଆପଣ ମଧ୍ୟ ନିଶ୍ଚିତ ରିଟର୍ଣ୍ଣ ପାଇବେ । ଯଦି ଆପଣ ଏକାଥରକେ ଟଙ୍କା ନିବେଶ କରୁଛନ୍ତି ତାହେଲେ ଆପଣ ପ୍ରତି ମାସରେ ଆପଣଙ୍କ ଦରମାରୁ ଏକ ଛୋଟ ପରିମାଣର ସଞ୍ଚୟ କରିପାରିବେ । ଆଉ ଏହାକୁ ପୋଷ୍ଟ ଅଫିସର ଆରଡିରେ ଜମା କରିପାରିବେ । ଏହି ଯୋଜନା କାର୍ଯ୍ୟରତ ଦମ୍ପତ୍ତିଙ୍କ ପାଇଁ ଭଲ ଅଟେ । ୨୫ ଲକ୍ଷ ଟଙ୍କାର ଫଣ୍ଡ କିପରି ପ୍ରସ୍ତୁତ ହେବ ? ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଆସୁଥିବ ।

ପୋଷ୍ଟ ଅଫିସ RD ରେ ପ୍ରଥମେ ପତି ଏବଂ ପତ୍ନୀ ଏକ ଯଏଣ୍ଟ ଆକାଉଣ୍ଟ ଖୋଲିବେ । ଆପଣ ଯଦି ଆପଣଙ୍କ ଦରମାର ୭୫୦୦ ଟଙ୍କା ଜମା କରନ୍ତି ତାହେଲେ ଉଭୟ ୧୫ ହଜାର ଟଙ୍କା ଗୋଟିଏ ମାସରେ ଜମା କରିବେ ଆଉ ଯଦି ଆପଣ ଏଭଳି ପାଞ୍ଚ ବର୍ଷ କରିବେ ତାହେଲେ ଆପଣ ୨୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ପାଇପାରିବେ । ଆଉ ଏହାପରେ ଏହି ଆରଡିକୁ ଆଉ ୫ ବର୍ଷ ବଢାଇ ଦେଇପାରିବେ । ଏହା କରିଲେ ଆପଣମାନେ ଅଧିକ ଟଙ୍କା ପାଇପାରିବେ । ପୋଷ୍ଟ ଅଫିସ RD ରେ ୬.୫ ପ୍ରତିଶତ ସୁଧ ମିଳିଥାଏ । ଏହା ଏକ ଭଲ ଯୋଜନା ଅଟେ ।