ପ୍ରେମ କରି ମୁସଲିମ ପୁଅକୁ ବାହା ହୋଇ ଧର୍ମ ପରିବର୍ତନ କଲେ, ପରେ ସେହି ଜୀବନରୁ ମାରିଦେଲା, ଜାଣନ୍ତୁ ପୁରା‌ ଘଟଣା

ଜୟପୁରର 25-ବର୍ଷ ବୟସ୍କ ଆୟାଜ ଅହମଦ, ତାଙ୍କର ପତ୍ନୀ ନୈନା ମଙ୍ଗଲାନୀ (ଅର୍ଥାତ ରେସ୍ମା) ଙ୍କୁ ସୋସିଆଲ ମିଡ଼ିଆରେ ବଢ଼ିଥିବା ଲୋକପ୍ରିୟତା ପ୍ରତି ଇର୍ଷ୍ୟାର ଆଧାରରେ ହତ୍ୟା କରିଥିବା ଚକିତ କରିଦେଉଥିବା ଘଟଣା ଘଟିଛି । ଦୁଇଜଣେ ଏକ ଫାଇନାନ୍ସ କମ୍ପାନୀରେ କାମ କରୁଥିବା ସମୟରେ ପରିଚୟ ହୋଇଥିଲା ଏବଂ ପରେ ପ୍ରେମ ଭାବରେ ଜଡ଼ିଯାଇଥିଲେ। ଆର୍ୟ ସମାଜ ମନ୍ଦିରରେ ଉଭୟଙ୍କ ବିବାହ ଘଟିଥିଲା। ଏହା ପରେ ପରିବାର ଅନୁମତି ନେଇ ମୁସଲମାନ ଧର୍ମର ଅନୁଷ୍ଠାନରେ ପୁନର୍ବିବାହ ସମ୍ପନ୍ନ ହୋଇଥିଲା ।

ଆୟାଜ ଫାଇନାନ୍ସ କାମ କରୁଥିଲେ ଏବଂ ଦୁଇ ଜଣ ଜୟପୁରରେ ରହୁଥିଲେ। ତାଙ୍କର ଏକ ତିନି ମାସର ଶିଶୁ ମଧ୍ୟ ଥିଲା । ନୈନା ଏକ ହୋମମେକର ଥିଲେ ଏବଂ ସେ ଅନେକ ସମୟ ସୋସିଆଲ୍ ମିଡ଼ିଆରେ ନିଜର ଫଟୋ ଭିଡିଓ ପୋଷ୍ଟ କରୁଥିଲେ। ତାଙ୍କର Facebook ରେ ପ୍ରାୟ 6,000 ରୁ ଅଧିକ ଫୋଲୋଅର୍ସ ଥିଲେ। ତାଙ୍କର ପୋଷ୍ଟକୁ ଅନେକ ଲାଇକ୍ ଓ କମେଣ୍ଟ୍ ମିଳୁଥିଲା ।

ଏହା ଆୟାଜଙ୍କର ମଧ୍ୟରେ ଇର୍ଷ୍ୟା ସୃଷ୍ଟି କରିଥିଲା। ସେ ନୈନାକୁ ଅବିଶ୍ୱାସ କରିବା ଆରମ୍ଭ କରିଥିଲେ ଏବଂ ଦୁହିଁଙ୍କ ମଧ୍ୟରେ ତିକ୍ତତା ବଢିବାରେ ଲାଗିଥିଲା। ବାରମ୍ବାର ଉଭୟଙ୍କ ଝଗଡ଼ା ପାଇଁ ନୈନା ନିଜ ବାପ ଘରକୁ ଚାଲିଯାଇଥିଲେ।

ଗତ ରବିବାର ଦିନ ସକାଳେ ଆୟାଜ ମଦ୍ୟପାନ କରି ନୈନାଙ୍କ ବାପ ଘରକୁ ଯାଇଥିଲେ, ଏବଂ ନୈନାଙ୍କୁ ଘରକୁ ଫେରିବାକୁ ବିନମ୍ରତାର କହିଥିଲେ। ନୈନା ରାଜି ମଧ୍ୟ ହୋଇଥିଲେ। ହେଲେ ବାଟରେ‌ ଯିବା ବେଳେ ଆୟାଜ ସୁଯୋଗ ଦେଖି, ନୈନାଙ୍କୁ ଗଳା ଚାପି ହତ୍ୟା କରିଥିଲେ।