ରୋଜଗାର ନୁହେଁ, ସଞ୍ଚୟରେ ବଡ଼ ଲାଭ, ପୋଷ୍ଟ ଅଫିସ୍ ଯୋଜନାରେ ସଞ୍ଚୟ କରି ପାନ୍ତୁ ୪୦ ଲକ୍ଷରୁ ଅଧିକ ଟଙ୍କା, ଜାଣନ୍ତୁ ସ୍କିମ୍ ବିଷୟରେ

ଦୁନିଆରେ ସବୁ ଲୋକ କିଛି ନା କିଛି ଲାଭ ପାଇବା ଆଶାରେ ବ୍ୟାଙ୍କରେ ହେଉ ବା ପୋଷ୍ଟ ଅଫିସରେ ଟଙ୍କା ଜମା ରଖିଥାନ୍ତି । ଆଉ ସରକାର ମଧ୍ୟ ସଞ୍ଚୟକାରୀଙ୍କ ପାଇଁ ନୂଆ ନୂଆ ବ୍ୟବସ୍ଥା କରୁଛନ୍ତି । ଆଉ ସରକାର ଭଲ ସୁବିଧା ବି ଆଣୁଛନ୍ତି । ଏବେ ପୋଷ୍ଟ ଅଫିସର ଆଉ ଏକ ନୂଆ ନିୟମ ଆସିଛି । ଏହି ନିୟମ ହେଉଛି ଆପଣମାନେ ୧୨ ହଜାର ୫୦୦ ଟଙ୍କା ଜମା କରିବେ ଆଉ ଖାତାରୁ ଉଠାଇବେ ୪୦ ଲକ୍ଷ ଟଙ୍କା । ଏହା ସତ୍ୟ ନୁହେଁ କିନ୍ତୁ ଏହା ସତ ହେବାକୁ ଯାଉଛି । ସମସ୍ତେ ତ ରୋଜଗାର କରିଥାନ୍ତି ।

କିନ୍ତୁ ବହୁତ କମ୍ ଲୋକ ସଞ୍ଚୟ କରିଥାନ୍ତି । ଆଉ ଏହି ସୁବିଧା ଯଦି ଆସିବ ଯାହା ହେଉଛି ୧୨ ହଜାର ୫୦୦ ଟଙ୍କା ଜମା କରିବ ଆଉ ୪୦ ଲକ୍ଷ ଟଙ୍କା ମିଳିବ ତାହା ବହୁତ ଭଲ ହେବ । ଟଙ୍କା ରୋଜଗାର କରି ବିନିଯୋଗ କରି ସଞ୍ଚୟ କରିବା କାମ ବହୁତ କମ୍ ଲୋକ ଜାଣିଥାନ୍ତି । ପୋଷ୍ଟ ଅଫିସ ପିଲାଙ୍କ ଠାରୁ ବଡ ଲୋକଙ୍କ ପାଇଁ ଅନେକ ପ୍ରକାରର ସଞ୍ଚୟ ସୁବିଧା ଆଣିଛି । ପୋଷ୍ଟ ଅଫିସ ଯେଉଁ ଯୋଜନା ଆରମ୍ଭ ହୋଇଥାଏ ତାହା ଅନେକ ଲାଭ ଦେଇଥାଏ ।

ପୋଷ୍ଟ ଅଫିସରେ ପରିଚାଳିତ ଯୋଜନା ଗୁଡିକ ବହୁତ ଲାଭ ଦାୟକ ଆଉ ଲୋକପ୍ରିୟ ମଧ୍ୟ । ଏହି ଯୋଜନା ଅନେକ ରିଟର୍ଣ୍ଣ ମଧ୍ୟ ଦେଇଥାଏ । ଏହା ଯୋଜନାରେ ଅଧିକ ସମୟ ପର୍ଯ୍ୟନ୍ତ ଟଙ୍କା ଜମା କରିବାକୁ ପଡ଼ିବ । ନିୟମିତ ନିବେଶ ଦ୍ଵାରା ଭଲ ଲାଭ ମିଳିଥାଏ । ଏହି ନିବେଶରେ ୭ ପ୍ରତିଶତ ସୁଧ ମିଳିଥାଏ । ଉଚ୍ଚ ଟିକସ ଦେଉଥିବା ଲୋକମାନଙ୍କ ପାଇଁ ଏହି ଯୋଜନା ଭଲ ଅଟେ । ୫ ବର୍ଷ ଜମା କରିଲେ ୪୦ ଲକ୍ଷ ଟଙ୍କା ନିବେଶକ ପାଇପାରିବେ ।

ଆପଣମାନେ ପ୍ରତି ଆର୍ଥିକ ବର୍ଷରେ ୧୨ ହଜାର ୫୦୦ ଟଙ୍କା ନିବେଶ କରନ୍ତି । ଏଥିପାଇଁ ଆପଣଙ୍କ ଆୟରୁ ୧୨ ହଜାର ୫୦୦ ଟଙ୍କା ସଞ୍ଚୟ କରିବାକୁ ପଡ଼ିବ । ଯଦି ଆପଣମାନେ ୧୫ ବର୍ଷ ପାଇଁ ଏହି ଯୋଜନାରେ ଟଙ୍କା ନିବେଶ କରନ୍ତି ତାହେଲେ ଆପଣଙ୍କୁ ୭.୧ ପ୍ରତିଶତ ସୁଧ ଆକାରରେ ଆପଣ ୪୦ ଲକ୍ଷ ଟଙ୍କା ପାଇବେ । ଆପଣ ଆପଣଙ୍କ ସୁବିଧା ଅନୁସାରେ ଟଙ୍କା ବଢାଇ ବା ହ୍ରାସ କରି ନିବେଶ କରିପାରିବେ । ପିପିଏସ ଆକାଉଣ୍ଟରେ ଆକାଉଣ୍ଟ ଖୋଲିବାର ୨ ବର୍ଷ ପରେ ଆପଣମାନେ ଟଙ୍କା ଉଠାଇ ପାରିବେ ।