ପୁଣି ଫେରିଲା ନୀଳ ଡ୍ରମ୍ ଆତଙ୍କ, ସ୍ୱାମୀକୁ ମାରି ଡ୍ରମରେ ପୁରାଇ ଲୁଣରେ ପୋତି ଦେଲା ସ୍ତ୍ରୀ, ଜାଣନ୍ତୁ ପୁରା‌ ଘଟଣା

ପୁଣି ଫେରିଛି ଡ୍ରମ ଆତଙ୍କ । ଆପଣମାନେ ସମସ୍ତେ ତ ନୀଳ ଡ୍ରମ ଘଟଣା ବିଷୟରେ ଜାଣିଥିବେ । ଡ୍ରମରୁ ମିଳିଲା ସ୍ଵାମୀର ଗଳିତ ମୃ-ତଦେହ । ସ୍ବାମୀଙ୍କୁ ମାରି ଡ୍ରମରେ ପୁରାଇ ଲୁଣ ପକାଇଥିଲା । ତାପରେ ତିନି ପିଲାଙ୍କୁ ଧରି ଘର ମାଲିକ ପୁଅ ସହ ଫେରାର ହୋଇଗଲା ସ୍ତ୍ରୀ । ଏଭଳି ନୃଶଂସ ସ୍ତ୍ରୀ ଜଣକ କରିଛି ଯାହାକୁ ନେଇ ଏବେ ଆସିଛି ଅନେକ ଖବର । ସାତ ବର୍ଷର ବାହାଘର ଆଉ ତିନି ତିନିଟି ପୁଅ ଥିଲା । ଆଉ ତିନି ତିନି ଜଣ ପୁଅ ଥାଇ ଏଭଳି କରିଥିଲା ସ୍ତ୍ରୀ ଜଣକ ।

ଏହି ସ୍ତ୍ରୀ ଜଣଙ୍କର ନିଜର ସଂସାର ଥାଇ ଏଭଳି କିଛି କରିଲା ସ୍ତ୍ରୀ । ନିଜ ସ୍ଵାମୀ ଆଉ ତିନି ଛୁଆଙ୍କୁ ଛାଡି ଘର ମାଲିକର ପୁଅ ସହ କରୁଥିଲା ଖେଳ । ଆଉ ଶେଷରେ ନିଜ ସ୍ବାମୀଙ୍କୁ ମାରିଦେଇ ତିନି ପୁଅଙ୍କୁ ଧରି ମାଲିକଙ୍କ ପୁଅ ସହ ଫେରାର ହୋଇଗଲା । ମାଲିକଙ୍କ ପୁଅ ସହ ମିଶି ନିଜ ସ୍ବାମୀଙ୍କୁ ମାରିଦେଲେ ସ୍ତ୍ରୀ । ରାଜସ୍ଥାନ ରାଜ୍ୟର ଅଲ୍ଵରର କିସନଗଡ ଅଞ୍ଚଳରେ ଘଟିଛି ଏହି ଘଟଣା । ସୁରଜ୍ ହେଉଛନ୍ତି ଉତ୍ତରପ୍ରଦେଶ ରାଜ୍ୟର ମୂଲ ବାସିନ୍ଦା । ସେ ରାଜସ୍ଥାନ ରାଜ୍ୟରେ ଇଟା ଭାଟିରେ କାମ କରୁଥିଲେ ।

ସେହି ଇଟା ଭାଟିରେ ତାଙ୍କର ଜିତେନ୍ଦ୍ରଙ୍କ ସହ ଦେଖା ହୋଇଥିଲା । ଆଉ ସେ ତାଙ୍କୁ ତାଙ୍କ ଘରେ ରହିବାକୁ ଓଫର ଦେଇଥିଲେ । ଧୀରେ ଧିରେ ସେଠାରେ ରହିବା ପରେ ସୁରଜଙ୍କ ସ୍ତ୍ରୀର ସମ୍ପର୍କ ଜିତେନ୍ଦ୍ର ସହ ଗଢି ଉଠିଥିଲା । ସୁରଜଙ୍କୁ ରାସ୍ତାରୁ ହଟାଇବାକୁ ଭାବିଥିଲେ ତାଙ୍କ ସ୍ତ୍ରୀ ଆଉ ପ୍ରେମିକ । ଶେଷରେ ସେ ତାଙ୍କ ପ୍ଲାନରେ ସଫଳ ହୋଇଥିଲେ । ନିଜ ସ୍ବାମୀଙ୍କୁ ମାରି ଦେଇ ଡ୍ରମରେ ପୁରାଇଥିଲା ସୁନିତା । ଆଉ ୨୦ କେଜି ଲୁଣ ପକାଇଥିଲା । ଏଭଳି ଯୋଜନା କରି ଶେଷରେ ସେ ଏଭଳି କରିଥିଲା ।

ଘର ମାଲିକ ଆସି ଛାତ ଉପରେ ଦୁର୍ଗନ୍ଧ ହେବାର ଦେଖିଥିଲେ । ଆଉ ଶେଷରେ ସେ ଏହି ନୀଳ ଡ୍ରମ ଭିତରୁ ସୁରଜଙ୍କ ଗଳିତ ମୃତଦେହ ପାଇଥିଲେ । ଏବେ ପୋଲିସ ଏହି ଘଟଣାରେ ତଦନ୍ତ କରୁଛି । ପୋଲିସକୁ ଏହି ବିଷୟରେ ଘର ମାଲିକ ଜଣାଇବା ପରେ ପୋଲିସ ଏହି ଘଟଣାର ତଦନ୍ତ କରିଥିଲା । ଆଉ ତଦନ୍ତ କରିବା ପରେ ନିଜ ସ୍ତ୍ରୀ ସୁନିତା ତାର ସ୍ବାମୀଙ୍କୁ ମାରି ଦେଇଛି ବୋଲି ଖବର ଆସିଲା । ଏବେ ଏହି ଘଟଣାକୁ ନେଇ ପୁଣି ଚର୍ଚ୍ଚାରେ ନୀଳ ଡ୍ରମ। ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।