ପ୍ରତିମାସରେ ପୁଅର ହଷ୍ଟେଲ ଫିସ୍ ମୁଁ ଦେଉଥିଲି କିନ୍ତୁ ପୁଅ ଯାଇ OYO ରେ ରହୁଥିଲା, କାହିଁକି ଏଭଳି ନିଷ୍ପତି ନେଲା ଜାଣନ୍ତୁ

ଭୁବନେଶ୍ୱରରୁ ସାମ୍ନାକୁ ଆସିଛି ଏକ ହୃଦୟବିଦାରକ ଘଟଣା । ଓୟୋ ହୋଟେଲରୁ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ତମାଣ୍ଡୋ ଥାନା ଭଗବାନପୁର ଅଞ୍ଚଳରେ ଥିବା ଏକ ଓୟୋରୁ ମିଳିଲା ମୃତଦେହ । ମୃତକଙ୍କ ପରିଚୟ ମିଳିନଥିବା ବେଳେ ସେ ଜଣେ ଫାର୍ମାସିଷ୍ଟ ଛାତ୍ର ଏବଂ ପୁରୀ ଅସ୍ତରଙ୍ଗ ଅଞ୍ଚର ବାସିନ୍ଦା ବୋଲି ଚିହ୍ନଟ କରାଯାଇଛି ।

ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ନିଜ ହେପାଜତକୁ ନେଇଛି । ମୃତ୍ୟର କାରଣ ଅସ୍ପଷ୍ଟ ରହିଛି । ପୋଲିସ ମୃତ୍ୟୁର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ।