ଜଣାପଡିଲା ସତ ବ୍ରିଜ ତଳେ ହାତ ଧରାଧରି ହୋଇ କଣ କରୁଥିଲେ ଜେଜେ ନାତୁଣୀ, ବନ୍ଧୁ ଘରକୁ ଯାଇ କାହିଁକି ଘରକୁ ଫେରୁ ନଥିଲେ

ବର୍ତ୍ତମାନ ସମୟରେ ଯୁବ ପିଢ଼ି ମୋବାଇଲ ପାଇଁ ଯେଭଳି ପାଗଳ ହେଉଛନ୍ତି ତାଙ୍କୁ ରୋକିବା ସମ୍ଭବ ହେଉନି । ଚିନ୍ତାରେ ଓ ଅକଳରେ ପଡ଼ି ଯାଉଛନ୍ତି ବାପା ମାଆ । ଏହି ମୋବାଇଲ ନିଶା କିଭଳି ଜୀବନ ନେଇ ଯାଇଥାନ୍ତା ଦୁଇ ଜଣଙ୍କର ଆସନ୍ତୁ ଜାଣିବା ଘଟଣା । ….ସବୁ ଦିନ ମୋବାଇଲ ପାଇଁ ଘରେ ଅଶାନ୍ତି କରୁଥିଲା ଝିଅଟି। ସୋମବାର ଦିନ ଅର୍ଥାତ ଅଗଷ୍ଟ ୧୮ରେ ବି ସେଇ ମୋବାଇଲ୍ ପାଇଁ ଝଗଡ଼ା ଆରମ୍ଭ କରିଥିଲା ନାତୁଣୀ ।

ମୋବାଇଲ ଆଣିବା ଜିଦ୍ କରି ଶେଷରେ ଏମିତି କାମ କଲା ଯେ ସବୁ ତାଜୁବ ହୋଇଛନ୍ତି । ନାଁ ତାର ବର୍ଷା । ଏ ନଈ ପଠାରେ ଲୋକ ରୁଣ୍ଡ ହେବାର କାରଣ ବି ସେହି ଝିଅଟି । ଦର୍ଶକ ବନ୍ଧୁ ମୋବାଇଲ୍ ଟିଏ ପାଇବା ପାଇଁ ଅଳି କରି ପାଇଲାନି । ଏଥିରେ ଏତେ ରାଗି ଗଲା ଯେ ଦୌଡ଼ିଲା ନଈ କୂଳକୁ । ଆଉ ତା ପଛେ ପଛେ ତାଙ୍କ ଜେଜେ ବାପା ବି ଦୌଡ଼ିଥିଲେ । ରାଗି ଯାଇଥିବା ବର୍ଷା ଯାଇ ପଡ଼ଇଗଲା ଭରା ନଈରେ । ତାକୁ ବଞ୍ଚାଇବାକୁ ଯାଇ ବୁଢ଼ା ଜେଜେ ମଧ୍ୟ ନଦୀ ଭିତରକୁ ପଶିଥିଲେ । ତେବେ ଆୟୁଷ ଥିଲା ବୋଲି ବଞ୍ଚିଗଲେ ଦୁଇଜଣ । ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଜେଜେ ଓ ନାତୁଣୀଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ।

ସୋମବାର ଅପରାହ୍ନ ସମୟ । ଯାଜପୁର ଜିଲ୍ଲା ଜେନାପୁର ଥାନା ଅଧୀନ କବାଟବନ୍ଧ ନିକଟ ବ୍ରାହ୍ମଣୀ ବ୍ରିଜ ପାଖରେ ଘଟିଥିଲା ଏହି ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ ଯଖପୁରା ଥାନା ଅଧୀନ ପଙ୍କପାଳ ଗାଁର ଚନ୍ଦ୍ରମଣି ଦଳେଇଙ୍କ ୧୯ ବର୍ଷର ଝିଅ ଏଭଳି କରିଥିବା ସୂଚନା ମିଳିଛି । ଯୁକ୍ତ ୩ ଛାତ୍ରୀ ଜଣକର ଗୋଟେ ମୋବାଇଲ ଦରକାର ଥିବାରୁ ସେ ପରିବାର ଲୋକଙ୍କୁ ଅନେକ ଥର କହିଥିଲେ । ହେଲେ ଆର୍ଥିକ ଅବସ୍ଥା ଭଲ ନଥିବାରୁ ପରିବାର ଲୋକେ ଝିଅର କଥାକୁ ଗୁରୁତ୍ୱ ଦେଇ ନଥିଲେ । ତେବେ ସୋମବାର ଦିନ ଝିଅ ପୁଣି ମୋବାଇଲ କଥା କହିବାରୁ ଘରେ ଝଗଡା ହୋଇଥିଲା । ଏଥିରେ ରାଗିଯାଇ ବର୍ଷା ସାଇକେଲ ଯୋଗେ କବାଟବନ୍ଧ ନିକଟ ବ୍ରାହ୍ମଣୀ ବ୍ରିଜକୁ ପଳାଇ ଆସିଥିଲେ । ନାତୁଣୀର ପିଛା କରି ଆସିଥିବା ଜେଜେ ଶତ୍ରୁଘ୍ନ ଦଳେଇ ନାତୁଣୀକୁ ବଞ୍ଚାଇବାକୁ ଯାଇ ନଦୀ ଭିତରେ ପଶିଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ନଦୀକୂଳରେ ରୁଣ୍ଡ ହେବା ସହ ଚଢେଇଧରା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ତେବେ ନାତୁଣୀକୁ ନଦୀରୁ ଉଦ୍ଧାର କରି ଏକ ବାଲି କୁଦିଆରେ ବସିଥିଲେ ଜେଜେ । ଅଗ୍ନିଶମ ବାହିନୀର କର୍ମଚାରୀମାନେ ସେଠାରେ ପହଞ୍ଚି ଉଭୟ ନାତୁଣୀ ଓ ଜେଜେଙ୍କୁ ନଦୀକୂଳକୁ ଆଣି ଚିକିତ୍ସା ନିମନ୍ତେ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାଯାଇଛି ।

ଘରର ପରିସ୍ଥିତି ନବୁଝି ମୋବାଇଲ ପାଇଁ ଏମିତି ଜିଦ୍ ସତରେ ଲଜ୍ଜାଜନକ । ଆଜିର ଯୁବପିଢ଼ି ମୋବାଇଲ ପାଇଁ ଏମିତି ଜିଦ୍ କରୁଛନ୍ତି ଯେ ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି । ମୋବାଇଲ ନିଶାରେ ଅନେକଙ୍କ ଜୀବନ ଯାଇଥିବା ଖବର ଉପରେ ମଧ୍ୟ ନଜିର ରହିଛି । ତେଣୁ ଉଭୟ ପିତା ମାତା ଓ ଯୁବପିଢ଼ି ଏହାକୁ ନେଇ ସଚେତନ ଓ ସମ୍ବେଦନଶୀଳ ରହିବା ଉଚିତ । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।