ପ୍ରତିଦିନ ଆମିଷ ଖାଉଥିଲେ ସାବଧାନ! ହୋଇପାରନ୍ତି ଏହିସବୁ ଗମ୍ଭୀର ରୋଗର ଶିକାର

ପ୍ରତିଦିନ ଆମିଷ ଖାଇବା ଦ୍ୱାରା ମଣିଷ ଅନେକ ଗମ୍ଭୀର ରୋଗର ଶିକାର ହୋଇପାରେ । ଏହି ଅଧ୍ୟୟନ ଅନୁଯାୟୀ, ୪୭୫୦୦ ଲୋକଙ୍କୁ ୮ ବର୍ଷ ଧରି ପ୍ରତିଦିନ ମାଛ ମାଂସ ଖାଇବାକୁ ଦିଆଯାଇଥିଲା । ପ୍ରତିଦିନ ନନ୍-ଭେଜ ଖାଇବା ଦ୍ୱାରା ସେମାନଙ୍କ ମଧ୍ୟରେ ବହୁତ ପରିବର୍ତ୍ତନ ଆସିଥିଲା । ଅଧ୍ୟୟନରେ ସାମିଲ ଥିଲା ଲୋକମାନେ ଅନେକ ପ୍ରକାରର ରୋଗରେ ପୀଡିତ ଥିଲେ କିମ୍ବା ଗମ୍ଭୀର ରୋଗର ବିପଦ ଲକ୍ଷଣ ଦେଖାଇଥିଲେ । ଅକ୍ସଫୋର୍ଡର ଏହି ଗବେଷଣା ଅନୁଯାୟୀ, ପ୍ରତିଦିନ ମାଛ ମାଂସ ଖାଇବା ଦ୍ୱାରା ୬ଟି ଗମ୍ଭୀର ରୋଗର ଆଶଙ୍କା ବଢ଼ିଯାଇଥାଏ ।

ଏହି ସମସ୍ତ ରୋଗ ଯକୃତ, ପେଟ ଇତ୍ୟାଦି ସହିତ ଜଡିତ । ଯେଉଁମାନେ ନିୟମିତ ଭାବରେ ରେଡ୍ ମିଟ୍ କିମ୍ବା ପ୍ରୋସେସଡ୍ ମିଟ୍ ଖାଉଛନ୍ତି ସେମାନଙ୍କ ଠାରେ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇଥାଏ । ବିଶେଷକରି ହୃଦ୍‌ ସମସ୍ୟା, ଡାଇବେଟିସ, ଯକୃତ ରୋଗ, ମୋଟାପଣ, ନିମୋନିଆ ଇତ୍ୟାଦିର ଆଶଙ୍କା ବୃଦ୍ଧି ପାଏ । ପ୍ରତିଦିନ ରେଡ୍ ମିଟ୍ ଖାଇବା ଦ୍ୱାରା କୋଲେଷ୍ଟ୍ରଲ ଲେବଲ ମଧ୍ୟ ବୃଦ୍ଧି ପାଇଥାଏ । ସେହିପରି ହୃଦରୋଗ ହେବାର ଆଶଙ୍କା ମଧ୍ୟ ବଢାଇଥାଏ ।

ରେଡ୍ ମିଟ୍ କିମ୍ବା ଚିକେନ୍ ଅଧିକ ଖାଇବା ଦ୍ୱାରା ହୃଦଘାତର ଭୟ ରହିଥାଏ । ନନ୍-ଭେଜ୍ ଖାଇବା କ୍ଷତିକାରକ ନୁହେଁ, କିନ୍ତୁ ଏହାକୁ ଖାଇବା ପୂର୍ବରୁ ଆପଣ ଜାଣିବା ଦରକାର ଏହା କେତେ ପରିମାଣର ଏବଂ କେତେ ଥର ଖାଇବା ଉଚିତ । ତେବେ ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଯେକୌଣସି ଖାଦ୍ୟ ସନ୍ତୁଳିତ ଭାବରେ ଖାଇବା ଉଚିତ । କୌଣସି ବି ଖାଦ୍ୟକୁ ଅଧିକ ପରିମାଣରେ ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋପଈପାରେ । ତେଣୁ ଚିକେନ୍, ମଟନ୍ କିମ୍ବା ମାଛ ମଧ୍ୟ ପ୍ରତିଦିନ ଖାଇବା ଉଚିତ୍ ନୁହେଁ ।

ଏହାକୁ ଆପଣ ସପ୍ତାହରେ ଥରେ କିମ୍ବା ଦୁଇଥର ଖାଇପାରିବେ । ଏହା ବ୍ୟତୀତ ଆମିଷକୁ ଭଲ ଭାବରେ ରାନ୍ଧନ୍ତୁ ଏବଂ କେବଳ ୧୦୦-୧୫୦ ଗ୍ରାମ ହିଁ ଖାଆନ୍ତୁ । ଆମେ ସମସ୍ତେ ଜାଣିଛେ ନନ୍-ଭେଜ ଖାଇବା ଦ୍ୱାରା ଶରୀରରେ ପ୍ରୋଟିନ୍, ଆଇରନ୍ ଏବଂ ଭିଟାମିନ୍ ପ୍ରଚୁର ପରିମାଣରେ ମିଳିଥାଏ । କିନ୍ତୁ ଯଦି ଆପଣ ଏହାକୁ ପ୍ରତିଦିନ ଖାଆନ୍ତି ତେବେ ଏହା ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । ତେଣୁ ଆପଣ ଯାହା ବି ଖାଉଛନ୍ତି ଏକ ସଠିକ ପରିମାଣର ଖାଇବା ଉଚିତ ।