ନବମ ଶ୍ରେଣୀ ଛାତ୍ରୀକୁ ସାହିତ୍ୟ ସାର୍ ଙ୍କ ଅସଦାଚରଣ, ପ୍ରେମ କରିବାକୁ କରୁଛନ୍ତି ବାଧ୍ୟ, ଜାଣନ୍ତୁ ପୁରା‌ ଘଟଣା

ସାହିତ୍ୟ ଶିକ୍ଷକଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ। ଅସଦାଚରଣ ଅଭିଯୋଗ ଆଣିଲେ ନବମ ଶ୍ରେଣୀ ଛାତ୍ରୀ। ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅଞ୍ଚଳରେ। ଏହି ଘଟଣାରେ ସ୍କୁଲରେ ଅଭିଯୋଗ ସତ୍ତ୍ୱେ କେହି ନଶୁଣିବାରୁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ନବମ ଶ୍ରେଣୀ ଛାତ୍ରୀ।

ସୂଚନା ଅନୁସାରେ ଭୁବନ ଥାନା ଅଞ୍ଚଳର ଏକ ହାଇସ୍କୁଲ ଛାତ୍ରୀ ସାହିତ୍ୟ ଶିକ୍ଷକଙ୍କ ନାଁରେ ଅସଦାଚରଣ କରିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଏହି ଘଟଣାକୁ ନେଇ ଛାତ୍ରୀ ଜଣଙ୍କ ସ୍କୁଲରେ ଅଭିଯୋଗ ସତ୍ତ୍ବେ କେହି ନ ଶୁଣିବାରୁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି।

ତେବେ ଏହି ଅଭିଯୋଗ ଶୁଣିବା ପରେ ତଦନ୍ତ ପାଇଁ ଡିଇଓଙ୍କୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ ଆଶିଷ ପାଟିଲ୍। ବର୍ତ୍ତମାନ ଘଟଣାର ତୁରନ୍ତ ତଦନ୍ତ ହେବା ନେଇ ସୂଚନା ରହିଛି। ସୂଚନା ଥାଉକି ଗତ କିଛି ଦିନ ହେବ ନାରୀ ନିର୍ଯାତନା ମାମଲା ଅଧିକ ସାମ୍ନାକୁ ଆସିଛି। ଯାହାକୁ ନେଇ ବିଭିନ୍ନ ସ୍ଥାନରେ ଚର୍ଚ୍ଚାର ବିଷୟ ସୃଷ୍ଟି ହୋଇଛି।