ପ୍ରଥମେ ସୌମ୍ୟାଶ୍ରୀ, ପରେ ବଳଙ୍ଗା ପୀଡିତା, ମୋହନଙ୍କୁ ବଞ୍ଚାଇଦେଲା ‘ରାଜନୀତି କରନି’ ଜାଣନ୍ତୁ ପୁରା‌ ଖବର

ଜୀବନ ସହିତ ସଂଘର୍ଷ କରି ଶେଷରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା। ଏଫେମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ରାଜ୍ୟବାସୀ ଭୁଲି ନଥିବା ବେଳେ, ଏବେ ପୁଣିଥରେ ସମସ୍ତଙ୍କୁ ବଳଙ୍ଗା ପୀଡ଼ିତାଙ୍କ ଘଟଣା ମର୍ମାହତ କରିଦେଇଛି। ସମସ୍ତଙ୍କର ବିଶ୍ୱାସ ଥିଲା ଦିଲ୍ଲୀ ଏମ୍ସରୁ ଭଲ ହେଇ ଘରକୁ ଫେରିବେ ପୀଡ଼ିତା।

ତେବେ ଦେଖିବାକୁ ଗଲେ ଉଭୟ ପୀଡ଼ିତାଙ୍କ କାହାଣୀ ଅଲଗା ଜଣେ ନିଜକୁ ପେଟ୍ରୋଲ ଢାଳି ଜାଳି ଦେଇଥିବା ବେଳେ ଅନ୍ୟଜଣଙ୍କୁ କିରୋସିନ ଢାଳି ଜାଳି ଦେଲେ। ଯାହାକୁ ନେଇ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ବଳଙ୍ଗା ଘଟଣାକୁ ୧୫ ଦିନ ହେଲାଣି ହେଲେ ସରକାର କି ପ୍ରଶାସନ ଦୋଷୀକୁ ଧରି ପାରୁନାହାଁନ୍ତି। ଉପମୁଖ୍ୟମନ୍ତ୍ରୀ କିଛିଦିନ ତଳେ କହିଥିଲେ ଯେ ସେ ପୀଡ଼ିତାଙ୍କ ଭେଟିଥିଲେ ବୋଲି ଓ ପୀଡିତା ଜଣଙ୍କ ଭଲ ଅଛନ୍ତି ବୋଲି ମଧ୍ୟ କହିଥିଲେ।

କିନ୍ତୁ ତାଙ୍କ ମୃତ୍ୟୁ ଅନେକ ଦ୍ଵନ୍ଦ ସୃଷ୍ଟି କରୁଛି ବୋଲି ସାଙ୍ଘାତିକ ଅଭିଯୋଗ ବିରୋଧୀ। ଅନ୍ୟପଟେ ଉଭୟ ପୀଡ଼ିତାଙ୍କ ବାପା ସମାନ ଢଙ୍ଗରେ ବୟାନ ଦେଇଛନ୍ତି ଯେ ରାଜନୀତି କରନ୍ତୁ ନାହିଁ। ଯେଉଁଠି ରାଜ୍ୟବାସୀ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ରାଜରାସ୍ତାକୁ ଓହ୍ଲାଉଛନ୍ତି ସେତେବେଳେ ପୀଡ଼ିତାଙ୍କ ବାପାଙ୍କ ବୟାନକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି।

ସେପଟେ ଓଡ଼ିଶା ପୋଲିସ ସାମାଜିକ ଗଣମାଧ୍ୟମ ଏଫରେ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି ସୂଚନା ଦେବା ପରେ ବଡ ପ୍ରଶ୍ନବାଚି ସୃଷ୍ଟି କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ହେଇଥିବା ତଦନ୍ତ ଅନୁଯାୟୀ ଅନ୍ୟ କୌଣସି ବ୍ୟକ୍ତିଙ୍କ ସଂପୃକ୍ତି ନଥିବା ସ୍ପଷ୍ଟ ହେଇଛି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ନାବାଳିକା ପୋଡ଼ି ଘଟଣାରେ କାହାର ସଂପୃକ୍ତି ନାହିଁ। ଯେଉଁ ତିନିଜଣ ଅଭିଯୁକ୍ତଙ୍କ କଥା କୁହାଯାଉଥିଲା ତାହା ମିଛ।