ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ସହ କଥା ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୋମବାର ଲୋକସେବା ଭବନରୁ ଭିଡିଓ କନଫରେନ୍ସ ମାଧ୍ୟମରେ ବିଭିନ୍ନ ଜିଲ୍ଲାର ସୁଭଦ୍ରା ହିତାଧିକାରୀଙ୍କ ସହ ଯୋଡ଼ି ହୋଇଥିଲେ ଉପମୁଖ୍ୟମନ୍ତ୍ରୀ।
ହିତାଧିକାରୀମାନେ ସୁଭଦ୍ରା ଯୋଜନାରେ ମିଳିଥିବା ସହାୟତା ରାଶିର ଉପଯୋଗ କିଭଳି କରିଛନ୍ତି ସେ ବିଷୟରେ ପଚାରି ବୁଝିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ବିଭାଗକୁ ଚିଠି ଲେଖିବା ପାଇଁ ସୁଭଦ୍ରା ଭଉଣୀଙ୍କୁ ପରାମର୍ଶ ଦେଲେ ପ୍ରଭାତୀ ।
ବର୍ତ୍ତମାନ ଜାରି ରହିଥିବା ସମୀକ୍ଷାରୁ ମିଳୁଥିବା ତଥ୍ୟ ଆଧାରରେ ଆଗାମୀ ଦିନରେ ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଯୋଜନା ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ରାକ୍ଷୀ ପୂର୍ଣ୍ଣିମା ଅର୍ଥାତ୍ ଅଗଷ୍ଟ ୯ ତାରିଖରେ ସୁଭଦ୍ରା ଉପଭୋକ୍ତାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ ।