ଦିଲ୍ଲୀ ଏମ୍ସରେ ଲୁଚିଛି ମୃ-ତ୍ୟୁ ମିଷ୍ଟ୍ରି ସକାଳେ ସୁସ୍ଥ ହୋଇ ପୋଲିସକୁ ବୟାନ ଦେଲେ ସନ୍ଧ୍ୟାରେ କେମିତି ମଲେ?

ଶନିବାର ଦିନ ସକାଳେ ଦିଲ୍ଲୀ ଏମ୍ସରେ କଣ ଘଟିଥିଲା ? ପୋଲିସକୁ ବୟାନ ଦେଇ ଫୋନରେ କାହିଁକି କାନ୍ଦୁଥିଲେ ପୀଡ଼ିତା ? ଏହି ପିଡୀତା ଜଣକ ଧୀରେ ଧୀରେ ସୁସ୍ଥ ହୋଇ ଆସୁଥିଲେ ଆଉ ହଠାତ୍ ତାଙ୍କର କଣ ହୋଇଗଲା ? ବୟାନ ଦେବାର କିଛି ସେକେଣ୍ଡ ପରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା । ଦିଲ୍ଲୀ ଏମ୍ସରେ ଲୁଚିଛି ମୃ-ତ୍ୟୁ ମିଷ୍ଟରି ।

୧୪ ଦିନ ଧରି ଜୀବନ ମୃତ୍ୟୁ ସହ ସଙ୍ଘର୍ଷ । ମେଡ଼ିକାଲ ବେଡ଼ରେ ଶୋଇ ଚାରି ଚାରି ଥର ବୟାନ ରେକର୍ଡ କରାଯାଇଛି । ବାରମ୍ବାର ଶରୀରରେ ହେଉଥିଲା ପ୍ରେସର୍ । ଉତ୍ତମ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ରୁ ଦିଲ୍ଲୀ ଏମ୍ସକୁ ନିଆଗଲା । ଦୁଇ ଦୁଇଥର ଗ୍ରାଫିକ୍ସ ଆଉ ଚାରି ଚାରି ଥର ବୟାନ ନିଆଗଲା । ମେଡ଼ିକାଲ ବେଡ଼ରେ ଶୋଇ ପୀଡ଼ିତା ପୋଲିସକୁ ସବୁ କହୁଥିଲେ । ତାଙ୍କ ଚିକିତ୍ସା ପାଇଁ ଲାଗି ପଡ଼ିଥିଲେ ଏକ ସ୍ଵତନ୍ତ୍ର ଡାକ୍ତରୀ ଟିମ । ସବୁକିଛି ଠିକ୍ ଥିଲା । ଧୀରେ ଧିରେ ସୁସ୍ଥ ହୋଇ କଥା ହେଉଥିଲେ ପୀଡ଼ିତା । କିନ୍ତୁ ଅଗଷ୍ଟ ୨ ତାରିଖ ଶନିବାର ଦିନ ସବୁକିଛି ବଦଳି ଗଲା ।

ହଠାତ୍ ଦିଲ୍ଲୀ ଏମ୍ସରୁ ଆସିଲା ପୀଡ଼ିତାଙ୍କ ମୃତ୍ୟୁ ଖବର । ଯାହା ପୁରା ଓଡିଶାବାସୀଙ୍କୁ ସ୍ତବ୍ଧ କରି ପକାଇଲା । ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ସବୁ କହି ଦେଇଥିଲେ ପୀଡ଼ିତା । ପୀଡ଼ିତା ତାଙ୍କ ଦେହରେ କିଭଳି ନିଆଁ ଲାଗିଥିଲା ଆଉ କିଏ କିରୋସିନ ପକାଇ ଥିଲା ଆଉ କିଏ ଦିଆସିଲି ମାରିଥିଲା ଏହିସବୁ କଥା କହି ଦେଇଥିଲେ ପୀଡ଼ିତା । ପୀଡ଼ିତା ସୁସ୍ଥ ହୋଇ ଭଲରେ ଚଲାବୁଲା କରି ପାରୁଥିଲେ । ହେଲେ ବୟାନ ଦେବାର କିଛି ସମୟ ପରେ ଆଖି ବୁଜି ଦେଲେ ବଳଙ୍ଗା ପୀଡ଼ିତା । ଯାହାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ହେଉଛି । ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଲୁଚି ଯାଇଛି ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ରହସ୍ୟ ।

ବଳଙ୍ଗା ପୋଲିସ ବାରମ୍ବାର ବୟାନ ରେକର୍ଡ କରିବା ପରେ ଏହି ଘଟଣାର ଫର୍ଦାଫାସ କରିପାରୁ ନାହାଁନ୍ତି । ପୂର୍ବରୁ ବଳଙ୍ଗା ପୀଡ଼ିତା ଗୁରୁତର ହୋଇଥିବ କଥା ବି ସାମ୍ନାକୁ ଆସି ନଥିଲା । ଆଜି ପୀଡ଼ିତାଙ୍କ ମର ଶରୀର ଆସିବ ଓଡ଼ିଶା । ତାଙ୍କ ମୃତ୍ୟୁ ଖବର ପାଇ ଗାଁ ଲୋକ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏବେ ଏହି ଘଟଣାର ତଦନ୍ତ କରାଯାଉଛି । ଦୁଇସପ୍ତାହ ଭିତରେ ୯୦ ରୁ ଅଧିକ ଲୋକଙ୍କୁ ପଚରାଉଚରା କରାଯାଇଥିଲା । କିନ୍ତୁ ବଳଙ୍ଗା ଘଟଣାର ଫର୍ଦାଫାସ କରି ପାରିନଥିଲା ପୋଲିସ । ଶେଷରେ ବାଲେଶ୍ଵର ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ରହସ୍ୟ ଭଳି ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଏବେ ରହସ୍ୟ ଘେରରେ ରହିଗଲା ।