RBIର ସଂକେତ: ଶେଷ ହେବ ମାଗଣା ୟୁପିଆଇ ଟ୍ରାଞ୍ଜାକ୍ସନ, ଜାଣନ୍ତୁ ପୁରା‌ ଖବର

ଏବେ ଏବେ ଅନେକ କିଛି ଖବର ଆସିଛି ଅନଲାଇନ୍ ପେମେଣ୍ଟ ଆପକୁ ନେଇ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏହିସବୁ ବିଷୟରେ ଜାଣିପାରିବେ । ଏବେ ଆରବିଆଇ ଦେଇଛି ବଡ ସୂଚନା । ୟୁପିଆଇରେ ପୈଠ ହେବ ନାହିଁ ମାଗଣା । ଏବେ ଆରବିଆଇ ଦେଲା ବଡ ସଂକେତ । ଆପଣଙ୍କ ପାଖରେ ସ୍ମାର୍ଟ ମୋବାଇଲ ଅଛି ତ ପାଖରେ ଟଙ୍କା ରଖିବା ଆବଶ୍ୟକତା ରହି ନଥାଏ । ମୋବାଇଲରେ ଗୋଟିଏ କ୍ଲିକ୍ କରି ସାଙ୍ଗସାଥୀ, ବନ୍ଧୁ ପରିଜନ ସମସ୍ତଙ୍କ ପାଖକୁ ଟଙ୍କା ପଠାଇ ପାରିବେ ।

ଏବେ ଏବେ ଏହି ଟ୍ରାଞ୍ଜାକ୍ସନର ଅବଧି ଶେଷ ହୋଇ ଆସିଲାଣି । ଏବେ ଟଙ୍କା ନେଣଦେଣ ଉପରେ ଶୁକ୍ଳ ଦେବାକୁ ପଡ଼ିବ । ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ଏହିଭଳି କିଛି ସଂକେତ ଦେଇଛନ୍ତି । ସେ କହିଛନ୍ତି ଡିଜିଟାଲ ନେଣ ଦେନକୁ ସୁବିଧା ଆଉ ସୁରକ୍ଷିତ କରିବାକୁ ଭାରତ ପ୍ରତିଶ୍ରୁତିବଦ୍ଧ କିନ୍ତୁ ଏହାକୁ ଲମ୍ବା ସମୟ ପାଇଁ ଚଳାଇବାକୁ ହେଲେ ଖର୍ଚ୍ଚ ଧ୍ୟାନରେ ରଖିବାକୁ ପଡ଼ିବ । ଖର୍ଚ୍ଚ ତ ଦେବାକୁ ପଡ଼ିବ ଆଉ ଲେଣ ଦେଣର ଖର୍ଚ୍ଚ ତ କାହାକୁ ବହନ କରିବାକୁ ପଡ଼ିବ ।

ମାଗଣା ୟୁପିଆଇ ଟ୍ରାଞ୍ଜାକ୍ସନ୍ ବନ୍ଦ ହେବ ଆଉ ଟଙ୍କା ଟ୍ରାଞ୍ଜାକ୍ସନ୍ ପାଇଁ ଏବେ ଟଙ୍କା ଦେବାକୁ ପଡ଼ିବ । ଏନେଇ ସରକାର ଦେଉଛନ୍ତି ସବସିଡି । ତେଣୁ ମାଗଣା ଡିଜିଟାଲ ପେମେଣ୍ଟ ହେଉଛି । ଭାରତରେ ଏହି ୟୁପିଆଇ ଟ୍ରାଞ୍ଜାକ୍ସନରେ କୌଣସି ଶୁଳ୍କ ଲାଗୁ ନାହିଁ । ଆଉ ସେଥିପାଇଁ ଟଙ୍କା ଲେନଦେଣ ମାଗଣା ରହିଛି କିନ୍ତୁ ଏହା ଆଉ ହେବ ନାହିଁ । ଏବେ ଦିନକୁ ଅନେକ ଟଙ୍କା ଏଭଳି ୟୁପିଆଇ ପେମେଣ୍ଟ୍ ହେଉଛି ଆଉ ଏହିସବୁକୁ ନେଇ ଏବେ ଅନେକ ଖବର ଆସୁଛି ।

ବଡ ବଡ ଟ୍ରାଞ୍ଜାକ୍ସନରେ ଶୁଳ୍କ ଲାଗିବ ବୋଲି ସୂଚନା ଆସିଥିବା ବେଳେ ଏନେଇ ଅନେକ ମତ ମଧ୍ୟ ଆସୁଛି । ଏବେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଲୋକ ଲୋଚନକୁ ଆସିଲା। ଏବେ ଏହି ଟଙ୍କା ଟ୍ରାଞ୍ଜାକ୍ସନକୁ ନେଇ ଅନେକ ଲୋକ ଅନେକ ପ୍ରକାରର କଥା କହିବା ପରେ ମଧ୍ୟ ଅନେକ କିଛି କଥା ସାମ୍ନାକୁ ଆସୁଛି । ଆଜିକାଲି ଲୋକମାନେ ଟଙ୍କା ବା କ୍ୟାସ୍ କମ୍ ପରିମାଣରେ ବ୍ୟବହାର କରୁଥିବା ବେଳେ ଅଧିକ ମାତ୍ରାରେ ୟୁପିଆଇ ପେମେଣ୍ଟ ବ୍ୟବହାର କରୁଛନ୍ତି । ଏବେ ଏହି ଖବରକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।