ହୀରାକୁଦରୁ ମହାଦୀକୁ ଭାସି ଆସିଲା ବିରଳ ୨ ଗୋଡ଼ିଆ ମାଛ, ଏମିତି ମାଛ ଦେଖି ଲୋକେ ପୁରା ଛାନିଆ

ଅଧିକାଂଶ ସମୟରେ ଏଭଳି କିଛି ଜୀବ ଦେଖିବାକୁ ମିଳନ୍ତି, ଯାହାକୁ ଦେଖି ସାଧାରଣ ଲୋକଙ୍କ ସହ ବୈଜ୍ଞାନିକମାନେ ମଧ୍ୟ ଚକିତ ହୋଇଯାଆନ୍ତି। ଏଭଳି ଏକ ଜୀବ ଦେଖିବାକୁ ମିଳିଛି, ଯାହାକୁ ନେଇ ଏବେ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ତେବେ ମହାନଦୀରେ ଦେଖିବାକୁ ମିଳିଛି ଦୁଇ ଗୋଡ଼ିଆ ମାଛ। ବିରଳ ମାଛ ଦୁଇଟି ଯୋଡ଼ି ହୋଇ ମହାନଦୀରେ ପହଁରୁଛନ୍ତି। ଏମିତି ମାଛ ଆଗରୁ କେବେ ହେଲେ ଦେଖିବାକୁ ମିଳିନଥିଲା।

ମାଛଟିର ପିଠି ପଟ କଳା ହେଇଥିବା ବେଳେ ପେଟଟି ହେଉଛି ଧଳା। ମୂଷା ଭଳି ଦେଖାଯାଉଛି ମାଛର ମୁଁହ। ଅଚାନକ ହୀରାକୁଦର ଭାସି ଆସିଛନ୍ତି ମହାନଦୀକୁ। ଲୋକ ମାନେ ଏମିତିକା ଜନ୍ତୁ ଦେଖି ଆଚର୍ଯ୍ୟ ହିଯାଇଛନ୍ତି। ଲୋକମାନେ ଭୟରେ ମାଛ ଧରିବା ପାଇଁ ଜାଲ ବି ପକଉନାହାନ୍ତି। ଏମିତିକା ବିରଳ ମାଛକୁ ଦେଖିବା ପାଇଁ ଲୋକଙ୍କ ଭିଡ ମଧ୍ୟ ଜମିଛି। ମହାନଦୀରେ ପହଁରୁଛନ୍ତି ଦୁଇଟି ବିରଳ ମାଛ।

ବନ୍ୟା ପାଣିରେ ଢେଉ ସହିତ ଖେଳୁଛନ୍ତି ମାଛ ଦୁଇଟି। ସାଧାରଣତଃ ଏହା ମାଛ ଭଳି ଜଣାପଡୁନାହିଁ। ଏହି ଦୃଶ୍ୟରୁ ଯାହା ଜଣାପଡୁଛି ଏହା ସମୁଦ୍ରରେ ଥିବା ଦୁଇ ଗୋଡିଆ ମାଛ କହୁଯାଉଥିବା ସିଲ୍ ପ୍ରଜାତିର ମାଛ। ଯେଉଁ ମାନେ ଆଗରେ ଥିବା ଦୁଇଟି ଡେଣା ମାଧ୍ୟମରେ ଚାଲି ମଧ୍ୟ ପାରନ୍ତି। ଏବେ ଏହି ସିଲ୍ ମାଛ ବନ୍ୟା ପାଣିରେ ନଦୀକୁ ଭାସି ଆସିଛନ୍ତି।

ଲୁଣି ପାଣିରେ ରହୁଥିବା ଏହି ମାଛ ମଧୁର ପାଣିରେ ଘୁରି ବୁଲୁଛନ୍ତି। ତେବେ ଓଡିଶାରେ ଏଭଳି ବିରଳ ମାଛ ପ୍ରଥମଥର ପାଇଁ ଦେଖିବାକୁ ମିଳିଛି। କିନ୍ତୁ ଏହି ମାଛକୁ ନେଇ କୌଣସି ସୂଚନା ମିଳିପାରିନାହିଁ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁରରେ ବହି ଯାଉଥିବା ମହାନଦୀରେ। ବିରଳ ପ୍ରଜାତିର ମାଛ ଚଳିତବର୍ଷ ପ୍ରଥମଥର ପାଇଁ ଦେଖିବାକୁ ମିଳିଛି। ଯଦି ଏମାନେ ସିଲ୍ ମାଛ ହେଇଥାନ୍ତି ତେବେ ମଧୁର ପାଣିରେ ବଞ୍ଚିବା ସେମାନଙ୍କ ପାଈଁ କଷ୍ଟକର ଅଟେ।